ବାଂଲାଦେଶ ବିପକ୍ଷରେ ଚମତ୍କାର ବିଜୟ ସହ ଭାରତ ଚାମ୍ପିୟନ୍ସ ଟ୍ରଫିରେ ଏହାର ବିଜୟ ଅଭିଯାନ ଆରମ୍ଭ କରିଛି।
ବାଂଲାଦେଶ ୨୨୯ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ଭାରତ ୪ ଉଇକେଟ ହରାଇ ବିଜୟ ହାସଲ କରିଥିଲା।
ଭାରତ ପକ୍ଷରୁ ଶୁବମନ ଗିଲ ଚମତ୍କାର ୧୦୧ ରନର ଇନିଂସ ଖେଳିଥିବା ବେଳେ ଅଧିନାୟକ ରୋହିତ ଶର୍ମା ଓ ଲୋକେଶ ରାହୁଲ ୪୧ ରନ ଲେଖାଏ ସ୍କୋର କରିଥିଲେ।
ଏହି ଇନିଂସ ଅବସରରେ ରୋହିତ ଶର୍ମା ଏକ ନିଆରା ରେକର୍ଡ କରିଥିଲେ।
ସେ ଅନ୍ତର୍ଜାତୀୟ ଦିନିକିଆରେ ୧୧ ହଜାର ରନ ପୂରଣ କରିବା ସହ ସଚିନ ତେନ୍ଦୁଲକରଙ୍କୁ ଅତିକ୍ରମ କରିଥିଲେ।
ତେନ୍ଦୁଲକର ୨୭୬ ଇନିଂସରେ ୧୧ ହଜାର ରନ ପୂରଣ କରିଥିବା ବେଳେ ରୋହିତ ୨୬୧ ଇନିଂସରେ ଏହି ମାଇଲଖୁଣ୍ଟ ହାସଲ କରିଥିଲେ।
ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି ବିରାଟ କୋହଲି। ସେ ମାତ୍ର ୨୨୨ ଇନିଂସରେ ୧୧ ହଜାର ଦିନିକିଆ ରନ ସ୍କୋର କରିଥିଲେ।