Advertisment

India give 250 Target: ନ୍ୟୁଜିଲାଣ୍ଡକୁ ୨୫୦ ରନର ଟାର୍ଗେଟ ଦେଲା ଭାରତ

ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ଶ୍ରେୟସ ଆୟର ଚମତ୍କାର ବ୍ୟାଟିଂ କରିବା ସହିତ ଅର୍ଦ୍ଧଶତକ ହାସଲ କରିଥିଲେ। ଆୟର ୭୯ ରନ କରିଥିବା ବେଳେ ଭାରତ ୯ ଉଇକେଟ ହରାଇ ୨୪୯ କରିଛି। ଭାରତ ଏହି ମ୍ୟାଚରେ ୪ ସ୍ପିନରଙ୍କ ସହ ଓହ୍ଲାଇଥିଲା। ହର୍ଷିତ ରାଣାଙ୍କ ସ୍ଥାନରେ ବରୁଣ ଚକ୍ରବର୍ତ୍ତୀଙ୍କୁ ଖେଳାଇଥିଲା।

iyer

iyer

Advertisment

ଚାମ୍ପିୟନ୍ସ ଟ୍ରଫିରେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚରେ ୨୫୦ ରନର ଟାର୍ଗେଟ ଦେଇଛି ଭାରତ। ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ଶ୍ରେୟସ ଆୟର ଚମତ୍କାର ବ୍ୟାଟିଂ କରିବା ସହିତ ଅର୍ଦ୍ଧଶତକ ହାସଲ କରିଥିଲେ। ଆୟର ୭୯ ରନ କରିଥିବା ବେଳେ ଭାରତ ୯ ଉଇକେଟ ହରାଇ ୨୪୯ କରିଛି। ଭାରତ ଏହି ମ୍ୟାଚରେ ୪ ସ୍ପିନରଙ୍କ ସହ ଓହ୍ଲାଇଥିଲା। ହର୍ଷିତ ରାଣାଙ୍କ ସ୍ଥାନରେ ବରୁଣ ଚକ୍ରବର୍ତ୍ତୀଙ୍କୁ ଖେଳାଇଥିଲା।

Advertisment

ଅଧିକ ପଢ଼ନ୍ତୁ: ପାର୍ଟନରଙ୍କୁ ଅଲଗା ହେଇଛନ୍ତି ଏହି ଭାରତୀୟ କ୍ରିକେଟର

କ୍ରମାଗତ ଦଶମ ମ୍ୟାଚରେ ରୋହିତ ଶର୍ମା ଟସ ହାରି ଯାଇଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ୨୨ ରନ ମଧ୍ୟରେ ଦୁଇ ଓପନର ପ୍ୟାଭିଲିୟନ ଫେରିଥିଲେ। ଅଧିନାୟକ ରୋହିତ ଶର୍ମା ୧୫ ଓ ଶୁବମାନ ଗିଲ ୨ ରନ କରି ଆଉଟ ହେଇଥିଲେ। ବିରାଟ କୋହଲି ଭଲ ଆରମ୍ଭ ପାଇଥିଲେ ମଧ୍ୟ ୧୧ ରନ କରି ଆଉଟ ହୋଇଥିଲେ। ପଏଣ୍ଟରେ ଗ୍ଲେନ ଫିଲିପ୍ସ ଏକ ଚମତ୍କାର କ୍ୟାଚ ନେଇ କୋହଲିଙ୍କୁ ଆଉଟ କରିଥିଲେ। କ୍ୟାରିୟରର ୩୦୦ତମ ମ୍ୟାଚ ଖେଳୁଥିବା କୋହଲିଙ୍କ ଠାରୁ ଫ୍ୟାନ ମାନେ ଏକ ବଡ ଇନିଂସ ଆଶା କରିଥିବା ବେଳେ ନିରାଶ ହୋଇଥିଲେ।

ଭାରତ ୩୦ ରନରେ ୩ ୱିକେଟ ହରାଇ ସଙ୍କଟରେ ପଡିଥିବା ବେଳେ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ ଶ୍ରେୟସ ଆୟର ଓ ଚଅକ୍ଷର ପଟେଲ। ଉଭୟ ପଞ୍ଚମ ୱିକେଟରେ ୯୮ ରନ ଯୋଡିଥିଲେ। ଆୟର ୯୮ ବଲ ଖେଳି ୪ ଚୌକା ଓ ୨ ଛକା ସହିତ ୭୯ ରନ କରିଥିଲେ। ଅନ୍ୟ ପକ୍ଷରେ ଅକ୍ଷର ପଟେଲ ୬୧ ବଲରୁ ୩ ଚୌକା ୧ ଛକା ସହିତ ୪୨ ରନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଲୋକେଶ ରାହୁଲ ୨୩, ହାର୍ଦ୍ଦିକ ପାଣ୍ଡ୍ୟା ୪୫ ଓ ରବୀନ୍ଦ୍ର ଜାଡେଜା ୧୬ ରନ କରିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ ହେନରୀ ୫ ୱିକେଟ ନେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କାଇଲ ଜେମିସନ, ୱିଲିୟମ ରୋରୁକେ, ମିଚେଲ ସାଣ୍ଟନର ଓ ରାଚିନ ରବୀନ୍ଦ୍ର ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

Advertisment

ଅଧିକ ପଢ଼ନ୍ତୁ: ସୁରକ୍ଷାରେ ବଡ ତ୍ରୁଟି, ଫିଲ୍ଡ ମଧ୍ୟକୁ ପଶି ଆସିଲେ ଦର୍ଶକ

Virat Kohli ICC Rohit Sharma
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ