• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଟିମ୍‌ ଇଣ୍ଡିଆର ଦୁଇ ଖେଳାଳିଙ୍କୁ ନେଇ ଛାନିଆ ନ୍ୟୁଜିଲାଣ୍ଡ । ଫାଇନାଲ ଫାଇଟ ପୂର୍ବରୁ ଚିନ୍ତାରେ କିୱି କ୍ୟାମ୍ପ୍ । ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ମୁହାଁମୁହିଁ ହେବେ ଦୁଇ କ୍ରିକେଟ ସୁପର ପାୱାର ଭାରତ-ନ୍ୟୁଜିଲାଣ୍ଡ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ ନିର୍ଣ୍ଣାୟକ ଲଢ଼େଇ । ମ୍ୟାଚକୁ ଆଉ ମାତ୍ର କିଛି ଘଣ୍ଟା ଥିବାବେଳେ ନ୍ୟୁଜିଲାଣ୍ଡକୁ ଘାରିଛି ପରାଜୟ ଭୟ ? ଖୋଦ୍ ନ୍ୟୁଜିଲାଣ୍ଡ କ୍ୟାପଟେନ୍ ମିଚେଲ ସାଣ୍ଟନର କହିଛନ୍ତି କେଉଁ ଭାରତୀୟ ଖେଳାଳିଙ୍କ ପାଇଁ ଅଧିକ ଚିନ୍ତାରେ ରହିଛି ଦଳ ।

ଅଧିକ ପଢ଼ନ୍ତୁ: ମନେପଡ଼ୁଛି ୨୦୧୯ ବିଶ୍ୱକପରେ ଧୋନିଙ୍କ କାନ୍ଦ, ଆଜି ତା’ର ପ୍ରତିଶୋଧ ନେବ ଟିମ୍ ଇଣ୍ଡିଆ

ଟୁର୍ଣ୍ଣାମେଣ୍ଟରେ ଭାରତ ଅପରାଜେୟ ରହି ଫାଇନାଲ ପହଞ୍ଚିଥିବାବେଳେ ଲିଗ୍ ପର୍ଯ୍ୟାୟରେ ରୋହିତ ସେନାଙ୍କଠାରୁ ହାରିଥିଲା ନ୍ୟୁଜିଲାଣ୍ଡ । ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ କରି ବରୁଣ ଚକ୍ରବର୍ତ୍ତୀଙ୍କୁ ସାମିଲ କରିଥିଲା ଭାରତ । ଆଉ ସେହି ମ୍ୟାଚରେ କମାଲ କରିଥିଲେ ଟିମ୍‌ ଇଣ୍ଡିଆର ମିଷ୍ଟ୍ରି ସ୍ପିନର । ନ୍ୟୁଜିଲାଣ୍ଡ ବ୍ୟାଟିଂ ଅର୍ଡରକୁ ଧ୍ୱସ୍ତ କରିବା ସହ ହାତେଇଥିଲେ ୫ଟି ୱିକେଟ୍ । ଏବେ ପୁଣିଥରେ ଫାଇନାଲରେ ମୁହାଁମୁହିଁ ହେଉଥିବାରୁ କିୱି କ୍ୟାପଟେନଙ୍କୁ ଭାରତୀୟ ଟିମରେ ଚ୍ୟାଲେଞ୍ଜ ନେଇ ପ୍ରଶ୍ନ କରିଥିଲେ ଗଣମାଧ୍ୟମ ପ୍ରତିନିଧି ।

ଜବାବରେ ସାଣ୍ଟନର କହିଥିଲେ ଫାଇନାଲରେ ଯଦି ବରୁଣ ଚକ୍ରବର୍ତ୍ତୀ ଖେଳନ୍ତି ତେବେ ତାଙ୍କୁ ସାମ୍ନା କରିବା ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ । ବିଶେଷ କରି ଘଣ୍ଟାପ୍ରତି ୧୧୫ କିଲୋମିଟର ବେଗରେ ବରୁଣ ବୋଲିଂ କରୁଥିବା ସ୍ଲାଇଡରକୁ ଖେଳିବା ହେବ ମୁସ୍କିଲ । ଆଇପିଏଲରେ କିଛି ବ୍ୟାଟର ବରୁଣଙ୍କୁ ଖେଳିଥିଲେ ବି ବୋଲିଂରେ ମିଷ୍ଟ୍ରି ଥିବାରୁ ଅଧିକ ପ୍ରସ୍ତୁତି ଆବଶ୍ୟକ । ସେଦିନ ପରି ଯଦି ପିଚ୍ ସ୍ପିନ୍‌କୁ ସୁହାଏ ଭାରତର ୪ ସ୍ପିନରକୁ ସାମ୍ନା କରିବା ଚ୍ୟାଲେଞ୍ଜ ହୋଇପାରେ । ସେପଟେ କୋହଲିଙ୍କୁ ଚେଜ୍ ମାଷ୍ଟର କହିବା ସହ ଟସ୍ ଜିତିଲେ ନିଷ୍ପତ୍ତି ନିଆଯିବ କହିଛନ୍ତି ମିଚେଲ୍ ସାଣ୍ଟନର ।

ଦୁବାଇରେ ୪ଟି ମ୍ୟାଚ୍ ଖେଳା ସରିଥିବାରୁ ଲିଗ୍ ପର୍ଯ୍ୟାୟରେ ଖେଳାଯାଇଥିବା କୌଣସି ପିଚ୍‌ରେ ହୋଇପାରେ ଫାଇନାଲ୍ । ଧୀମା ପିଚ୍ ସମ୍ଭାବନା ଅଧିକ ଥିବାରୁ ମ୍ୟାଚରେ ପୁଣି ଘାତକ ସାଜିପାରନ୍ତି ସ୍ପିନର । ସେଥିପାଇଁ କ୍ରିକେଟପ୍ରେମୀଙ୍କ ଭିତରେ ଚର୍ଚ୍ଚା ରୋହିତ ରଚିବେ ଚକ୍ରବ୍ୟୁହ, ଶିକାର କରିବେ ଚକ୍ରବର୍ତ୍ତୀ ।

ଅଧିକ ପଢ଼ନ୍ତୁ: ସୁପର ସଣ୍ଡେରେ ସୁପର ସୋ’, ଟ୍ରଫି ପାଇଁ ମୁହାଁମୁହିଁ ଭାରତ-ନ୍ୟୁଜିଲାଣ୍ଡ

OTV is now on Whatsapp

Join and get latest news update delivered to you via whatsapp

Join Now