Advertisment

Shubman Gill Record: ଗାଙ୍ଗୁଲି, ଦ୍ରାବିଡ ଓ ସେହ୍ବାଗଙ୍କ ସମକକ୍ଷ ହେଲେ ଗିଲ୍, ତୃତୀୟ ଦିନିକିଆରେ କଲେ ଏମିତି ରେକର୍ଡ

ଭାରତୀୟ କ୍ରିକେଟ ଦଳର ପ୍ରିନ୍ସ ଶୁବମାନ ଗିଲ ଏକ ନିଆରା ରେକର୍ଡ କରିଛନ୍ତି। ଅହମଦାବାଦରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ତୃତୀୟ ଦିନିକିଆରେ ସେ ଶତକ ହାସଲ କରିଛନ୍ତି। ଦିନିକିଆ ଫର୍ମାଟରେ ଏହା ତାଙ୍କର ସପ୍ତମ ଶତକ ହୋଇଥିବା ବେଳେ ଏହା ସହିତ ସେ କିମ୍ବଦନ୍ତୀ ଭାରତୀୟ ଖେଳାଳି ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ ଓ ବୀରେନ୍ଦ୍ର ସେହ୍ବାଗଙ୍କ ସମକକ୍ଷ ହୋଇଛନ୍ତି।

ଅଦ୍ୟତନ ହୋଇଛି
shubman gill

shubman gill

Advertisment

ଭାରତୀୟ କ୍ରିକେଟ ଦଳର ପ୍ରିନ୍ସ ଶୁବମାନ ଗିଲ ଏକ ନିଆରା ରେକର୍ଡ କରିଛନ୍ତି। ଅହମଦାବାଦରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ତୃତୀୟ ଦିନିକିଆରେ ସେ ଶତକ ହାସଲ କରିଛନ୍ତି। ଦିନିକିଆ ଫର୍ମାଟରେ ଏହା ତାଙ୍କର ସପ୍ତମ ଶତକ ହୋଇଥିବା ବେଳେ ଏହା ସହିତ ସେ କିମ୍ବଦନ୍ତୀ ଭାରତୀୟ ଖେଳାଳି ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ ଓ ବୀରେନ୍ଦ୍ର ସେହ୍ବାଗଙ୍କ ସମକକ୍ଷ ହୋଇଛନ୍ତି।

Advertisment

ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ଗିଲ ଚମତ୍କାର ବ୍ୟାଟିଂ କରିଥିଲେ। ଟସ ଜିତି ଇଂଲଣ୍ଡ ପ୍ରଥମେ ବୋଲିଂ କରିଥିଲା। ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ମାତ୍ର ୧ ରନ କରି ଆଉଟ ହୋଇଥିବା ବେଳେ ବିରାଟ କୋହଲିଙ୍କ ସହିତ ୧୧୬ ରନ ଯୋଡିଥିଲେ ଗିଲ। ୧୦୨ ବଲର ଇନିଂସରେ ଇଂଲିଶ ବୋଲରଙ୍କୁ ପଡିଆର ଚାରି ଦିଗକୁ ଶଟ ମାରିବା ସହ ସେ ସ୍କୋର କରିଥିଲେ ୧୧୨ ରନ। ଏହି ଇନିଂସରେ ସାମିଲ ଥିଲା ୧୪ ଚୌକା ଓ ୩ ବିଶାଳ ଛକା। ବିରାଟ କୋହଲି ମଧ୍ୟ ଫର୍ମକୁ ଫେରିବା ସହ ଚମତ୍କାର ୫୨ ରନ କରିଥିଲେ।

ଅଧିକ ପଢ଼ନ୍ତୁ: ସଚିନ ତେନ୍ଦୁଲକରଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର

୫୦ ତମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳୁଥିବା ଗିଲ ନିଜ କ୍ୟାରିୟରର ସପ୍ତମ ଶତକ ହାସଲ କରିଥିଲେ। ଇଂଲଣ୍ଡ ବିପକ୍ଷରେ ଏହା ଗିଲଙ୍କ କ୍ୟାରିୟରର ପ୍ରଥମ ଶତକ। ୨୬ ବର୍ଷ ବୟସରେ ସେ ଏହି ଶତକ ହାସଲ କରିଥିବା ବେଳେ ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ ଓ ବୀରେନ୍ଦ୍ର ସେହ୍ବାଗଙ୍କ ସମକକ୍ଷ ହୋଇଛନ୍ତି। ଏହି ୩ କିମ୍ବଦନ୍ତୀ ଖେଳାଳି ୨୬ ବର୍ଷରେ ପଦାର୍ପଣ କରିବା ପୂର୍ବରୁ ସମସ୍ତଙ୍କ ନାମରେ ୭ଟି ଲେଖାଏ ଶତକ ରହିଥିଲା।

Advertisment

୨୬ ବର୍ଷ ବୟସରେ ଶତକ ହାସଲ ସଂଖ୍ୟାରେ ଗିଲଙ୍କ ଠାରୁ ୩ ଜଣ ଖେଳାଳି ଆଗରେ ଅଛନ୍ତି। ଭାରତୀୟ କ୍ରିକେଟର ଅନ୍ୟତମ ସୁପରଷ୍ଟାର ଯୁବରାଜ ସିଂ, ବିରାଟ କୋହଲି ଓ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ତାଙ୍କ ଠାରୁ ଆଗରେ ଅଛନ୍ତି। ୨୬ ବର୍ଷ ବେଳକୁ ଯୁବରାଜ ସିଂ ଦିନିକିଆରେ ୧୦, ବିରାଟ କୋହଲି ୨୩ ଓ ସଚିନ ତେନ୍ଦୁଲକର ୨୫ ଶତକ ହାସଲ କରି ସାରିଥିଲେ। ଗିଲ ୫୦ ଇନିଂସରେ ୬୦.୧୬ର ଆଭରେଜ ଓ ୨୦୮ର ସର୍ବାଧିକ ସ୍କୋର ସହିତ ୨୫୮୭ ରନ କରିଛନ୍ତି। ଏହା ମଧ୍ୟରେ ସେ ୧୫ଟି ଅର୍ଦ୍ଧଶତକ ମଧ୍ୟ ସ୍କୋର କରିଛନ୍ତି।

ଅଧିକ ପଢ଼ନ୍ତୁ: ମ୍ୟାଚ ଅଧାରେ ଲିଭିଲା ଫ୍ଲଡ୍ ଲାଇଟ୍, ଓସିଏକୁ ସ୍ପଷ୍ଟୀକରଣ ମାଗିଲେ କ୍ରୀଡାମନ୍ତ୍ରୀ

Advertisment
Cricket Narendra Modi Stadium Shubman Gill
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ