• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଭାରତୀୟ କ୍ରିକେଟ ଟିମର ଷ୍ଟାର କ୍ରିକେଟର ଶୁବମନ ଗିଲ୍ ଙ୍କ କ୍ୟାପଟେନସିପ୍ ପରାଜୟରୁ ଆରମ୍ଭ ହୋଇଛି । କିନ୍ତୁ ପୂର୍ବତନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଶୁବମନ ଗିଲ୍ ଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି । ସେ ଦାବି କରିଛନ୍ତି ଗିଲ୍ ଭବିଷ୍ୟତରେ ଜଣେ ଭଲ କ୍ୟାପଟେନ୍ ହେବେ ।

ଏକ ପୋଡକାଷ୍ଟରେ ଶାସ୍ତ୍ରୀ ଶୁବମନଙ୍କ ସମର୍ଥନରେ ବାହାରିଛନ୍ତି । ସମୟ ଓ ଅନୁଭବ ସହ ଶୁବମନ ଏହି ଦାୟିତ୍ବକୁ ଭଲ ଭାବରେ ତୁଲାଇବେ ବୋଲି କହିଛନ୍ତି । ଲିଡ୍ସ ଟେଷ୍ଟରେ ପ୍ରଥମ ମ୍ୟାଚରେ ଭାରତୀୟ ଟିମ ଇଂଲଣ୍ଡଠୁ ହାରିଯାଇଛି । ୫ଟିକିଆ ମ୍ୟାଚର ଏହି ସିରିଜରେ ଭାରତ ଏବେ ପଛରେ ଅଛି 

ଅଧିକ ପଢ଼ନ୍ତୁ: ମଣିଷ ନା ଟଙ୍କା ଛାପିବାର ମେସିନ, ଏହି ଚୁକ୍ତିରୁ ମିଳିବ ଆହୁରି ଅନେକ କିଛି

Also Read

ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବିନା ଶୁବମନ ଗିଲ୍ ଭାରତୀୟ ଟିମକୁ ଲିଡ୍ କରୁଛନ୍ତି । ଲିଡ୍ସରେ ଭାରତୀୟ ହାରିବା ପରେ ବି ରବି ଶାସ୍ତ୍ରୀ କହିଛନ୍ତି ଗିଲ୍ ଜଣେ ସଫଳ କ୍ୟାପଟେନ ହେବେ । ସେ ଆହୁରି କହିଛନ୍ତି ଗିଲ୍ ଯଦି ଆଗକୁ ନବଢ଼ନ୍ତି ତେବେ ମୁଁ ନିରାଶ ହେବି ।

ନିଜ ଅନୁଭବରୁ ଯଦି ଶିଖିବେ ଓ ପରିସ୍ଥିତି ଅନୁଯାୟୀ ନିଜକୁ ପ୍ରସ୍ତୁତ କରିବେ ତେବେ ଗିଲ୍ ଏଭଳି ଜଣେ ଖେଳାଳି ହେବେ ଯାହାର ଆମେ ସନ୍ଧାନରେ ଅଛୁ । ପୂର୍ବତନ ମୁଖ୍ୟ କୋଚଙ୍କ କହିବା କଥା ପଡ଼ିଆ ବାହାରେ ବି ଶୁବମନଙ୍କ ଡେଭଲପମେଣ୍ଟ ପ୍ରଭାବଶାଳୀ । ଶାସ୍ତ୍ରୀ ଚୟନକର୍ତ୍ତା ଓ ବିସିସିଆଇକୁ ଏହି ଯୁବ ଖେଳାଳିଙ୍କ ସହ ଧୈର୍ଯ୍ୟ ରଖିବାକୁ ପରାମର୍ଶ ଦେଇଛନ୍ତି ।

ଶାସ୍ତ୍ରୀ ଆହୁରି କହିଛନ୍ତି ଶୁବମନ ପରିପକ୍ବ ହୋଇଯାଇଛନ୍ତି । ଯେଉଁ ଭଳି ଭାବରେ ସେ ମିଡିଆକୁ ହ୍ୟାଣ୍ଡେଲ କରୁଛନ୍ତି , ପ୍ରେସମିଟରେ ଓ ଟସ୍ ପକାଇବା ସମୟରେ ନିଜର କଥାକୁ ରଖୁଛନ୍ତି ସେଥରୁ ଏହା ସ୍ପଷ୍ଟ ଜଣାପଡୁଛି । ତାଙ୍କୁ ୩ବର୍ଷ ପାଇଁ ଲିଡ୍ କରିବାକୁ ଦିଆଯାଉ । ସିରିଜରେ କିଛି ବି ହେଉ ତାଙ୍କ ଉପରେ ଭରସା ରଖିବା ଉଚିତ । ଶାସ୍ତ୍ରୀ କହିଛନ୍ତି ୩ବର୍ଷ ଯାଏ ଶୁବମନଙ୍କୁ ସୁଯୋଗ ଦିଆଯାଉ ସେ ଭଲ ରେଜଲ୍ଟ ଦେବେ ।

ଅଧିକ ପଢ଼ନ୍ତୁ: ପୁଣି ଥରେ ଭାଇରାଲ ହେଲା ପନ୍ତଙ୍କ ଷ୍ଟମ୍ପ ମାଇକ ବୟାନ, ବୋଲରଙ୍କୁ କହିଲେ ଏମିତି...

ଓଟିଭି ବିଜ୍ଞାପନ