Advertisment

Gautam Gambhir: ଅନିଶ୍ଚିତତା ଘେରରେ ଗୌତମ ଗମ୍ଭୀରଙ୍କ ଭାଗ୍ୟ

ପୂର୍ବରୁ କୌଣସି କୋଚିଂ ଅଭିଜ୍ଞତା ନ ଥାଇ ମଧ୍ୟ ଗମ୍ଭୀରଙ୍କୁ ଆଇପିଏଲ ପ୍ରଦର୍ଶନ ଆଧାରରେ ଭାରତୀୟ ଦଳର କୋଚ ଦାୟିତ୍ବ ପ୍ରଦାନ କରାଯାଇଥିଲା। ତେବେ ଗମ୍ଭୀରଙ୍କ ଅଧୀନରେ ଭାରତ ଏହାର ସବୁଠାରୁ ଖରାପ ପ୍ରଦର୍ଶନ କରିଛି। ଗମ୍ଭୀରଙ୍କ ଅଧୀନରେ ଦଳ ୧୦ ଟି୨୦, ୩ ଦିନିକିଆ ଓ ୧୦ ଟେଷ୍ଟ ମ୍ୟାଚ ଖେଳିଛି । ଟି୨୦ରେ ଗମ୍ଭୀର ୧୦ରୁ ୯ ବିଜୟ ସହ ଭଲ ପ୍ରଦର୍ଶନ କରିଛନ୍ତି। ତେବେ ଦିନିକିଆରେ ଭାରତୀୟ ଦଳ ଗମ୍ଭୀରଙ୍କ ନେତୃତ୍ବରେ ଏଯାଏ ପ୍ରଥମ ବିଜୟ ସନ୍ଧାନରେ ରହିଛି। ସେହିପରି ୧୦ ଟେଷ୍ଟ ମ୍ୟାଚରେ ଭାରତ ମାତ୍ର ୩ ବିଜୟ ଓ ୬ ପରାଜୟ ବରଣ କରିଥିବା ବେଳେ ଗୋଟିଏ ମ୍ୟାଚ ଡ୍ରରେ ଶେଷ ହୋଇଛି।

ଅଦ୍ୟତନ ହୋଇଛି
gautam gambhir

gautam gambhir

Advertisment

ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ଉପରେ ଝୁଲୁଛି ଡେମୋକ୍ଲିସ ଖଣ୍ଡା। କୌଣସି ବି ମୁହୂର୍ତ୍ତରେ ସେ ନିଜ ପଦ ହରାଇବାର ଆଶଙ୍କା ମଧ୍ୟ ଜୋର ଧରିଛି। ବର୍ଡର ଗାଭାସ୍କର ସିରିଜରେ ଭାରତ ଅତ୍ୟନ୍ତ ଦୟନୀୟ ପ୍ରଦର୍ଶନ କରିଥିବା ବେଳେ ୩-୧ରେ ପରାଜିତ ହୋଇଛି। ଏହା ପରେ ଏକାଧିକ ସିନିୟର ଖେଳାଳି ଗମ୍ଭୀରଙ୍କ କୋଚିଂ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇବା ସହ ତାଙ୍କୁ ବିଦା କରିବା ପାଇଁ ଦାବି କରିଛନ୍ତି। ଏହା ସହ ସୋସିଆଲ ମିଡିଆରେ ମଧ୍ୟ ଭାରତୀୟ କ୍ରିକେଟ ଦଳର ଫ୍ୟାନ ମାନେ ସମାନ ଦାବି ଦୋହରାଇଛନ୍ତି।

Advertisment

ପୂର୍ବରୁ କୌଣସି କୋଚିଂ ଅଭିଜ୍ଞତା ନ ଥାଇ ମଧ୍ୟ ଗମ୍ଭୀରଙ୍କୁ ଆଇପିଏଲ ପ୍ରଦର୍ଶନ ଆଧାରରେ ଭାରତୀୟ ଦଳର କୋଚ ଦାୟିତ୍ବ ପ୍ରଦାନ କରାଯାଇଥିଲା। ତେବେ ଗମ୍ଭୀରଙ୍କ ଅଧୀନରେ ଭାରତ ଏହାର ସବୁଠାରୁ ଖରାପ ପ୍ରଦର୍ଶନ କରିଛି। ଗମ୍ଭୀରଙ୍କ ଅଧୀନରେ ଦଳ ୧୦ ଟି୨୦, ୩ ଦିନିକିଆ ଓ ୧୦ ଟେଷ୍ଟ ମ୍ୟାଚ ଖେଳିଛି। ଟି୨୦ରେ ଗମ୍ଭୀର ୧୦ରୁ ୯ ବିଜୟ ସହ ଭଲ ପ୍ରଦର୍ଶନ କରିଛନ୍ତି। ତେବେ ଦିନିକିଆରେ ଭାରତୀୟ ଦଳ ଗମ୍ଭୀରଙ୍କ ନେତୃତ୍ବରେ ଏଯାଏ ପ୍ରଥମ ବିଜୟ ସନ୍ଧାନରେ ରହିଛି। ସେହିପରି ୧୦ ଟେଷ୍ଟ ମ୍ୟାଚରେ ଭାରତ ମାତ୍ର ୩ ବିଜୟ ଓ ୬ ପରାଜୟ ବରଣ କରିଥିବା ବେଳେ ଗୋଟିଏ ମ୍ୟାଚ ଡ୍ରରେ ଶେଷ ହୋଇଛି।

ଅଧିକ ପଢନ୍ତୁ:ଚାମ୍ପିଅନ୍ସ ଟ୍ରଫି ଯାଏଁ ଅଲ୍ଟିମେଟମ୍‌; ଗୌତମ ଗମ୍ଭୀରଙ୍କ ପାଇଁ ବଡ଼ ଚାଲେଞ୍ଜ୍

Advertisment

ଗମ୍ଭୀରଙ୍କ ଅଧୀନରେ ଭାରତ ପ୍ରଥମେ ଶ୍ରୀଲଙ୍କା ଗସ୍ତ କରିଥିଲା। ଏହି ଗସ୍ତରେ ଭାରତ ଟି୨୦ ସିରିଜ୍ କ୍ଲିନ ସୁଇପ କରିଥିବା ବେଳେ ଦିନିକିଆ ସିରିଜ ୨-୧ରେ ପରାଜିତ ହୋଇଥିଲା। ଏହା ସହ ଦୀର୍ଘ ୨୭ ବର୍ଷ ବ୍ୟବଧାନରେ ଶ୍ରୀଲଙ୍କା ମାଟିରେ ଏକ ଦ୍ବିପାକ୍ଷିକ ସିରିଜ ହାରିଥିଲା ଭାରତ। ଶ୍ରୀଲଙ୍କା ବିପକ୍ଷ ପରାଜୟ ପରେ ଘରୋଇ ମାଟିରେ ବାଂଲାଦେଶକୁ ପରାସ୍ତ କରିଥିଲା ଭାରତ। ତେବେ ଭାରତର ସବୁଠାରୁ ଖରାପ ପ୍ରଦର୍ଶନ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଆସିଥିଲା। ଭାରତ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ହ୍ବାଇଟ ୱାଶର ସମ୍ମୁଖୀନ ହୋଇଥିଲା। ଭାରତ ୨୪ ବର୍ଷ ପରେ ଘରୋଇ ମାଟିରେ ହ୍ବାଇଟ ୱାଶର ସମ୍ମୁଖୀନ ହୋଇଥିଲେ।

ନ୍ୟୁଜିଲାଣ୍ଡ ବିପକ୍ଷ ପରାଜୟ ପରେ ଭାରତ ବର୍ଡର ଗାଭାସ୍କର ଟ୍ରଫି ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିଥିଲା। ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ବିଜୟୀ ହୋଇଥିଲେ ମଧ୍ୟ ପରବର୍ତ୍ତୀ ୪ ମ୍ୟାଚରୁ ୩ଟିରେ ପରାଜିତ ହୋଇଥିଲା। ଭାରତ ଦୀର୍ଘ ୧୦ ବର୍ଷ ପରେ ବର୍ଡର-ଗାଭାସ୍କର ଟ୍ରଫିରେ ପରାଜିତ ହେବା ସହିତ ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଟେଷ୍ଟରେ ଭାରତ ୩ ବିଜୟ ମଧ୍ୟରୁ ଦୁଇଟି ବାଂଲାଦେଶ ବିପକ୍ଷରେ ଆସିଥିଲା। ସମାନ ଭାବରେ ଦିନିକିଆରେ ମଧ୍ୟ ଗମ୍ଭୀରଙ୍କ ରେକର୍ଡ ଆହୁରି ନିରାଶାଜନକ ରହିଛି। ୩ଟି ଦିନିକିଆରେ ସେ ଏ ପର୍ଯ୍ୟନ୍ତ ଗୋଟିଏ ମଧ୍ୟ ବିଜୟ ରେକର୍ଡ କରି ନାହାନ୍ତି। ଆଗକୁ ଚାମ୍ପିୟନ୍ସ ଟ୍ରଫି ଆସୁଥିବା ବେଳେ ଭାରତୀୟ ଦଳର ପ୍ରଦର୍ଶନ ନ ସୁଧୁରିଲେ ଗମ୍ଭୀରଙ୍କୁ ଏହାର ପରିଣାମ ଭୋଗିବାକୁ ପଡିବ ବୋଲି କ୍ରିକେଟ ଫ୍ୟାନ ମାନେ ପୂର୍ବନୂମାନ କରିଛନ୍ତି। 

Advertisment

ଅଧିକ ପଢନ୍ତୁ:ଟି-୨୦ରେ ଭାରତର ବିଶ୍ୱବିଜୟ; ଟେଷ୍ଟ ଓ ଦିନିକିଆରେ ବିରଳ ବିଫଳତା

Border-Gavaskar Trophy Cricket Gautam Gambhir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ