Advertisment

ଇତିହାସ ରଚିଲେ ବୁମ୍ରା-ସ୍ମୃତି; ପ୍ରଥମ ଭାରତୀୟ ଯୋଡ଼ି ଭାବେ ଜିତିଲେ ICC ର ଏହି ମାନ୍ୟତା..

ଟିମ୍‌ ଇଣ୍ତିଆର ଷ୍ଟାର ବୋଲର୍‌ ଯଶପ୍ରୀତ ବୁମ୍ରା ଏବଂ ମହିଳା ଟିମ୍‌ର ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ସ୍ମୃତି ମନ୍ଦାନା ଇତିହାସ ରଚିଛନ୍ତି।

author-image
Manoranjan Behera
ଅଦ୍ୟତନ ହୋଇଛି
ICC Player Of Month Awards

ICC Player Of Month Awards

ଇତିହାସ ରଚିଲେ ଉଭୟ ମହିଳା ଓ ପୁରୁଷ ଭାରତୀୟ କ୍ରିକେଟର। ଟିମ୍‌ ଇଣ୍ତିଆର ଷ୍ଟାର ବୋଲର୍‌ ଯଶପ୍ରୀତ ବୁମ୍ରା ଏବଂ ମହିଳା ଟିମ୍‌ର ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ସ୍ମୃତି ମନ୍ଦାନା ଇତିହାସ ରଚିଛନ୍ତି। ଉଭୟଙ୍କୁ ICC ପକ୍ଷରୁ ଜୁନ୍‌ ମାସର ‘ପ୍ଲେୟାର ଅଫ୍‌ ଦ ମନ୍ଥ’ ପୁରସ୍କାରରେ ସମ୍ମାନିତ କରାଯାଇଛି।

Advertisment

ନିକଟରେ ବୁମ୍ରା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ପ୍ଲେୟାର ଅଫ୍‌ ଦ ଟୁର୍ଣ୍ଣାମେଣ୍ଟ ପୁରସ୍ଖାର ପାଇଥିଲେ। ଯାହା ବଳରେ ଟିମ୍‌ ଇଣ୍ତିଆ ବିଶ୍ୱକପ୍‌ ଜିତିଥିଲା। ୮ଟି ମ୍ୟାଚ୍‌ରେ ୧୫ଟି ୱିକେଟ ସହ ୪.୧୭ ଇକୋନୋମିରେ ବୋଲିଂ କରିଥିଲେ ଯଶପ୍ରୀତ ବୁମ୍ରା। ତାଙ୍କୁ ଜୁନ୍‌ ମାସର ଶ୍ରେଷ୍ଠ ଖେଳାଳି ଭାବେ ସମ୍ମାନିତ କରିଛି ଆଇସିସି।

Advertisment

ସେପଟେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ସ୍ମୃତି ମନ୍ଦାନା ଭଲ ପ୍ରଦର୍ଶନ କରିଥିଲେ। ଏମିତିକି ଜୁନ୍‌ରେ ମାସରେ ଖେଳାଯାଇଥିବା ମ୍ୟାଚ୍‌ର ତିନୋଟି ଇନିଂସରେ ସେ ୩୪୩ ରନ୍‌ ସଂଗ୍ରହ କରିଛନ୍ତି। ଗୋଟିଏ ଇନିଂସରେ ୧୧୭, ଅନ୍ୟଟିରେ ୧୩୬ ଏବଂ ଆଉ ଏକ ଇନିଂସରେ ୯୦ ରନ୍‌ କରି ଦକ୍ଷିଣ ଆଫ୍ରିକାକୁ ୩-୦ ରେ ସିରିଜ୍‌ ପରାସ୍ତ କରିଛନ୍ତି।

ବୁମ୍ରା ଓ ସ୍ମୃତିଙ୍କ ଏହି ପ୍ରଦର୍ଶନ ଆଧାରେର ICC ପକ୍ଷରୁ ଉଭୟଙ୍କୁ ଜୁନ୍‌ ମାସର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ କରାଯାଇଛି। ବୁମ୍ରା ଓ ମନ୍ଦାନା ଉଭୟ ପ୍ରଥମଥର ପାଇଁ ସମାନ ମାସରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇ ଇତିହାସ ରଚିଛନ୍ତି। ଏହାଛଡ଼ା ବୁମ୍ରା ହେଉଛନ୍ତି ଭାରତର ଅଷ୍ଟମ ଖେଳାଳି ଯିଏ କି ଦୁଇ ଥର ପାଇଁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ଏହାପୂର୍ବରୁ ଋଷଭ ପନ୍ତ, ରବିଚନ୍ଦ୍ରନ ଅଶ୍ୱିନ୍‌, ଭୁବନେଶ୍ୱର କୁମାର, ବିରାଟ କୋହଲି, ଶ୍ରେୟସ ଅୟର, ଶୁବମନ ଗିଲ୍‌ ଓ ଯଶସ୍ୱୀ ଯଶୱାଲ ଏହି ପୁରସ୍କାର ପାଇ ସାରିଛନ୍ତି। ସେହିପରି ମନ୍ଦାନା ହେଉଛନ୍ତି ତୃତୀୟ ଭାରତୀୟ ମହିଳା କ୍ରିକେଟର ଯିଏ ହରମନପ୍ରିତ କୋର୍‌ ଓ ଦିପ୍ତୀ ଶର୍ମାଙ୍କ ପରେ ଏହି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।

Jasprit Bumrah Smriti Mandhana ICC Player Of Month Awards
Advertisment
Advertisment