‘ଭାରତ ନ ଆସିବାକୁ ମିଳିଥିଲା ଧମକ’
ଚାମ୍ପିଅନ୍ସ ଟ୍ରଫି-୨୦୨୫ରେ ଚାମ୍ପିଅନ୍ ହୋଇଛି ଟିମ୍ ଇଣ୍ଡିଆ । ଆଉ ଆଇସିସିର ଏହି ମେଗା ଟୁର୍ଣ୍ଣାମେଣ୍ଟ ଜିତିବାରେ ଭାରତର ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ପ୍ରମୁଖ ଭୂମିକା ତୁଲାଇଥିଲେ । ଚ୍ରକବର୍ତ୍ତୀଙ୍କ ଚକ୍ରବ୍ୟୁହରେ ଫସିଥିଲେ ବିପକ୍ଷ ବ୍ୟାଟ୍ସମ୍ୟାନ୍ । ତେବେ ଭାରତ ଚାମ୍ପିଅନ୍ ହୋଇ ଭାରତ ଫେରିବା ପରେ ଏକ ପଡକାଷ୍ଟରେ ବଡ଼ ଖୁଲାସା କରିଛନ୍ତି ବରୁଣ । ସେ କହିଛନ୍ତି, ଯେତେବେଳେ ୨୦୨୧ ଟି-୨୦ ବିଶ୍ୱକପ୍ରେ ମୋର ପ୍ରଦର୍ଶନ ଭଲ ନଥିଲା, ସେତେବେଳେ ମୋତେ ଧମକପୂର୍ଣ୍ଣ କଲ୍ ଆସିଥିଲା ।
ଅଧିକ ପଢ଼ନ୍ତୁ: ମୁମ୍ବାଇ ଇଣ୍ଡିଆନ୍ସକୁ ବଡ଼ ଝଟକା, ହାର୍ଦ୍ଦିକ ବ୍ୟାନ୍ ହେବାପରେ କିଏ ହେବେ ଅଧିନାୟକ?
ସୂଚନା ଅନୁସାରେ ଜୁଲାଇ ୨୦୨୧ରେ ଶ୍ରୀଲଙ୍କା ବିପକ୍ଷ ସିରିଜ୍ରେ ବରୁଣ ଚକ୍ରବର୍ତ୍ତୀ ଡେବ୍ୟୁ କରିଥିଲେ । ଏହାପରେ ତାଙ୍କୁ ବିରାଟ କୋହଲିଙ୍କ ନେତୃତ୍ୱରେ ଟି-୨୦ ବିଶ୍ୱକପ୍ ପାଇଁ ଦଳରେ ସାମିଲ କରାଯାଇଥିଲା । କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟ ତାଙ୍କ ପାଇଁ ଭଲ ଯାଇନଥିଲା । ୨୦୨୧ ଟି-୨୦ ବିଶ୍ୱକପ୍ରେ ବରୁଣ ମୋଟ ୩ଟି ମ୍ୟାଚ୍ ଖେଳିଥିଲେ । କିନ୍ତୁ ସେ ଗୋଟିଏ ବି ୱିକେଟ୍ ନେଇପାରିନଥିଲେ । କେବଳ ବରୁଣ ନୁହଁନ୍ତି ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ମଧ୍ୟ ଭଲ ପ୍ରଦର୍ଶନ କରିପାରିନଥିଲା । ୨୦୨୧ ଟି-୨୦ ବିଶ୍ୱକପ୍ ଟିମ୍ ଇଣ୍ଡିଆର ଯାତ୍ରା ଶୀଘ୍ର ଶେଷ ହୋଇଯାଇଥିଲା । ଆଉ ସେ ସମୟରେ ବରୁଣ ଚକ୍ରବର୍ତ୍ତୀ ଭାବିଲେ ଯେ ହୁଏତ ତାଙ୍କର ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର ମଧ୍ୟ ଶେଷ ହୋଇଗଲା ।
ତେବେ ସେହି ପଡକାଷ୍ଟରେ ସେ ଆହୁରି କହିଥିଲେ ଯେ, ‘ସେହି ସମୟ ମୋ ପାଇଁ ଏକ ଖରାପ ସମୟ ଥିଲା । ମୁଁ ଡିପ୍ରେସନ୍ରେ ଥିଲି କାରଣ ମୁଁ ଅନୁଭବ କରୁଥିଲି ଯେ ମୁଁ ବିଶ୍ୱକପ୍ ପାଇଁ ମନୋନୀତ ହେବାର ଯଥାର୍ଥତା ଦର୍ଶାଇ ପାରିନଥିଲି । ମୁଁ ଗୋଟିଏ ବି ୱିକେଟ୍ ନେଇପାରିଲି ନାର୍ହି ବୋଲି ଦୁଃଖିତ ଥିଲି । ଏହା ପରେ ମୋତେ ତିନି ବର୍ଷ ପାଇଁ ମନୋନୀତ କରାଯାଇ ନଥିଲା, ତେଣୁ ଦଳକୁ ଫେରିବା ମୋର ଡେବ୍ୟୁ ଅପେକ୍ଷା ବହୁତ କଷ୍ଟକର ଥିଲା ବୋଲି ବରୁଣ କହିଛନ୍ତି ।
ବରୁଣ ଚକ୍ରବର୍ତ୍ତୀ ସେହି ଖରାପ ସମୟକୁ ମନେ ପକାଇ କହିଥିଲେ, "୨୦୨୧ ଟି-୨୦ ବିଶ୍ୱକପ୍ ପରେ ମୁଁ ଭାରତ ଫେରି ନଥିଲି, ସେହି ସମୟରେ ମୋତେ ଧମକପୂର୍ଣ୍ଣ ଫୋନ୍ ଆସିବା ଆରମ୍ଭ ହୋଇଥିଲା। ଲୋକମାନେ କହୁଥିଲେ ଯେ ଭାରତ ଆସ ନାହିଁ, ଯଦି ତୁମେ ଚେଷ୍ଟା କର ତେବେ ତୁମେ ଆସିପାରିବ ନାହିଁ। ସେମାନେ ମୋ ଘର ଠିକଣା ମଧ୍ୟ ଖୋଜି ବାହାର କରିଥିଲେ । ବିମାନବନ୍ଦରରୁ ଆସିବା ସମୟରେ, ମୁଁ ଦେଖିଲି ଯେ କିଛି ଲୋକ ବାଇକ୍ରେ ମୋ ପଛେ ପଛେ ଆସୁଥିଲେ ବୋଲି ବରୁଣ କହିଛନ୍ତି ।
ସୂଚନା ଅନୁସାରେ ଗତ ବର୍ଷ ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଦମଦାର ପ୍ରଦର୍ଶନ କରିଥିଲେ ବରୁଣ । ଏହି ପ୍ରଦର୍ଶନ ଫଳରେ ବରୁଣ ତିନି ବର୍ଷର ବ୍ୟବଧାନ ପରେ ଅକ୍ଟୋବର ୨୦୨୪ରେ ଅନ୍ତର୍ଜାତୀୟ କ୍ରିକେଟକୁ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ବରୁଣ ତାଙ୍କ ପ୍ରତ୍ୟାବର୍ତ୍ତନ ପରଠାରୁ ବହୁତ ଭଲ ଫର୍ମରେ ଅଛନ୍ତି । ଟି-୨୦ରେ ତାଙ୍କର ପ୍ରଭାବଶାଳୀ ପ୍ରଦର୍ଶନ ତାଙ୍କୁ ଭାରତର ଚାମ୍ପିଅନ୍ସ ଟ୍ରଫି ଦଳରେ ସ୍ଥାନ ଦେଇଥିଲା । ଦୁବାଇରେ ବରୁଣ ଖେଳିଥିବା ତିନୋଟି ମ୍ୟାଚ୍ରେ ୯ଟି ୱିକେଟ୍ ନେଇଥିଲେ, ଯେଉଁଥିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଗ୍ରୁପ୍-ଷ୍ଟେଜ୍ ମ୍ୟାଚ୍ରେ ପାଞ୍ଚଟି ୱିକେଟ୍ ଥିଲା । ସେହିପରି ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ ବରୁଣ ଟ୍ରାଭିସ୍ ହେଡ୍ଙ୍କ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ ଏବଂ ଭାରତକୁ ମ୍ୟାଚ୍ ଜିତିବାରେ ସାହାଯ୍ୟ କରିଥିଲେ। ସେ ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦୁଇଟି ୱିକେଟ୍ ନେଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742046674.jpg)