Advertisment

Rathee Fined : ଦରମା ୩୦ ଲକ୍ଷ, ସେଲିବ୍ରେସନ ପାଇଁ ଫାଇନ ଦେଲେଣି ୬ ଲକ୍ଷ

ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସର ଯୁବ ସ୍ପିନର ଦିଗବେଶ ସିଂ ରାଠୀ। ନିଜ ପ୍ରଦର୍ଶନ ଓ ମିଷ୍ଟ୍ରି ବୋଲିଂକୁ ନେଇ ସେ ଚର୍ଚ୍ଚାରେ ରହିଥିବା ବେଳେ ବିସିସିଆଇର ଆଚରଣବିଧି ଉଲ୍ଲଂଘନକୁ ନେଇ ଅଡୁଆରେ ପଡିଛନ୍ତି। ନୋଟବୁକ ସେଲିବ୍ରେସନ କରୁଥିବା ରାଠୀ ଲଗାତାର ଦୁଇଟି ମ୍ୟାଚରେ ଫାଇନ ଭରି ସାରିଲେଣି।

ଅଦ୍ୟତନ ହୋଇଛି
rathee

rathee

Advertisment

ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର ଯୁବ ସ୍ପିନର ଦିଗବେଶ ସିଂ ରାଠୀ। ନିଜ ପ୍ରଦର୍ଶନ ଓ ମିଷ୍ଟ୍ରି ବୋଲିଂକୁ ନେଇ ସେ ଚର୍ଚ୍ଚାରେ ରହିଥିବା ବେଳେ ବିସିସିଆଇର ଆଚରଣବିଧି ଉଲ୍ଲଂଘନକୁ ନେଇ ଅଡୁଆରେ ପଡିଛନ୍ତି। ନୋଟବୁକ ସେଲିବ୍ରେସନ କରୁଥିବା ରାଠୀ ଲଗାତାର ଦୁଇଟି ମ୍ୟାଚରେ ଫାଇନ ଭରି ସାରିଲେଣି। ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚରେ ଓପନର ପ୍ରିୟାଂଶ ଆର୍ଯ୍ୟାଙ୍କୁ ଆଉଟ କରିବା ପରେ ସମାନ ଢଙ୍ଗରେ ସେଲିବ୍ରେସନ କରିଥିଲେ ରାଠୀ। ଏହାକୁ ଆଇପିଏଲ ଆଚରଣବିଧି ଉଲ୍ଲଂଘନ ଭାବେ ବିଚାର କରାଯିବା ସହିତ ଦଣ୍ଡିତ କରାଯାଇଥିଲା।

Advertisment

ଆଇସିସି ଧାରା ୨.୫ ଅନୁଯାୟୀ କୌଣସି ଖେଳାଳିଙ୍କୁ ଆଉଟ କରିବା ପରେ ସେମାନଙ୍କ ଉଦ୍ଦେଶ୍ୟରେ କିଛି ଶବ୍ଦ ବ୍ୟବହାର କରିବା କିମ୍ବା କୌଣସି ପ୍ରକାର ଇସାରା କରିବା ଏହା ଅଧୀନରେ ଆସିଥାଏ। ଏହାକୁ କ୍ରୀଡାର ଅପମାନ ଭାବେ ବିଚାର କରାଯାଉଥିବା କାରଣରୁ ବ୍ୟାଟର ଅଭିଯୋଗ କରନ୍ତୁ କି ନାହିଁ ଖେଳାଳିଙ୍କୁ ଦଣ୍ଡିତ କରାଯାଇଥାଏ। ପ୍ରଥମ ମ୍ୟାଚରେ ରାଠୀଙ୍କୁ ନିଜ ମ୍ୟାଚ ଫିର ୨୫ ପ୍ରତିଶତ ହରାଇବାକୁ ପଡିଥିଲା। ସେହିପରି ରାଠୀଙ୍କୁ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ପକ୍ଷରୁ ଚେତାବନୀ ମଧ୍ୟ ଦିଆଯାଇଥିଲା।

ଅଧିକ ପଢ଼ନ୍ତୁ: ବାପା ଅଟୋ ଚାଳକ, ପୁଅ ପ୍ରଥମ ମ୍ୟାଚ୍‌ରେ ବନିଗଲେ IPL ଷ୍ଟାର

ପରବର୍ତ୍ତୀ ମ୍ୟାଚ ଗୁଡିକରେ ଏଭଳି ଆଚରଣରୁ ବିରତ ରହିବା ପାଇଁ କୁହାଯାଇଥିଲେ ମଧ୍ୟ ପରବର୍ତ୍ତୀ ମ୍ୟାଚରେ ସମାନ ଢଙ୍ଗରେ ସେଲିବ୍ରେସନ କରିଛନ୍ତି ରାଠୀ। ନମନ ଧୀରଙ୍କୁ ଏକ ଚମତ୍କାର ଗୁଗଲୀରେ ବୋଲ୍ଡ କରିବା ପରେ ରାଠୀ ନୋଟବୁକ ସେଲିବ୍ରେସନ କରିଥିଲେ। ଶୁକ୍ରବାର ଳକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ୮ ୱିକେଟରେ ୨୦୩ ରନ କରିଥିଲା। ଜବାବରେ ମୁମ୍ବାଇ ୨ ୱିକେଟରେ ୧୦୭ ରନ କରିଥିଲା। ନମନ ଧୀର ଧୂଆଁଧାର ବ୍ୟାଟିଂ କରିବା ସହ ୨୪ ବଲରୁ ୪୬ ରନ କରିଥିଲେ। ଟାଇମ ଆଉଟ ପରବର୍ତ୍ତୀ ପ୍ରଥମ ବଲରେ ହିଁ ନମନଙ୍କୁ ଆଉଟ କରିବା ସହ ନୋଟବୁକ ସେଲିବ୍ରେସନ କରିଥିଲେ।

Advertisment

ଉଲ୍ଲେଖଯୋଗ୍ୟ ଯେ, ସୁନୀଲ ନାରିନଙ୍କ ଭଳି ବୋଲିଂ କରୁଥିବା ରାଠୀ ବୋଲିଂ ବିବିଧତା ପାଇଁ ପ୍ରସିଦ୍ଧି ହାସଲ କରିଛନ୍ତି। ଦିଲ୍ଲୀ ପ୍ରିମିୟର ଲିଗରେ ଚମତ୍କାର ବୋଲିଂ ବଳରେ ସମସ୍ତଙ୍କ ଧ୍ୟାନ ଆକର୍ଷଣରେ ସଫଳ ହୋଇଥିଲେ ରାଠୀ। ମେଗା ଅକ୍ସନରେ ରାଠୀଙ୍କୁ ୩୦ ଲକ୍ଷ ଟଙ୍କାର ବେସ ପ୍ରାଇସରେ କିଣିଥିଲା ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ। ତେବେ ମ୍ୟାଚ ମଝିରେ ସେଲିବ୍ରେସନ ପାଇଁ ରାଠୀ ଅଦ୍ୟାବଧି ପ୍ରାୟ ୬ ଲକ୍ଷ(୫.୮) ଟଙ୍କାର ଫାଇନ ଦେଇ ସାରିଲେଣି। ପରବର୍ତ୍ତୀ ମ୍ୟାଚ ଗୁଡିକରେ ବ୍ୟବହାରରେ ସୁଧାର ନ ଆଣିଲେ ଫାଇନର ପରିମାଣ ବଢିପାରେ କିମ୍ବା ସେ ବାସନ୍ଦ ମଧ୍ୟ ହୋଇ ପାରନ୍ତି।

ଅଧିକ ପଢ଼ନ୍ତୁ: କିଏ ମାରିବ ଆଜି ବାଜି ? କ’ଣ ରହିଛି ପିଚ୍‌ ରିପୋର୍ଟ ? ଜାଣନ୍ତୁ...

IPL Hefty Fines IPL 2025
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ