Advertisment

କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର, କଟକରେ ହୋଇପାରେ IPL ମ୍ୟାଚ୍‌

ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ ପ୍ରସ୍ତୁତ ନ ଥିବାରୁ ପ୍ରଥମ ଦୁଇଟି ମ୍ୟାଚ୍‌ ଅନ୍ୟ ଷ୍ଟାଡିୟମରେ ଖେଳାଯିବାର ସମ୍ଭାବନା ରହିଛି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
IPL Match 2024 in Cuttack

Barabati Stadium

ଓଡ଼ିଶାରେ ପୁଣି ଖେଳାଯାଇପାରେ IPL । କଟକ ବାରବାଟୀ ଷ୍ଟାଡିୟମରେ ପୁଣି ଥରେ ଦର୍ଶକ ଫାଟାଫଟ୍‌ କ୍ରିକେଟ୍‌ର ମଜା ଉଠାଇ ପାରିବେ। ଆଗାମୀ IPL ସିଜିନ୍‌ରେ କଟକ ବାରବାଟୀ ଷ୍ଟାଡିୟମରେ ହୋଇପାରେ IPL ମ୍ୟାଚ୍‌। ଦିଲ୍ଲୀ କ୍ୟାପିଟାଲ୍ସ ବାରବାଟୀରେ ଖେଳିପାରେ ମ୍ୟାଚ୍‌। ଦିଲ୍ଲୀ ତା’ର ପ୍ରଥମ ୨ଟି ମ୍ୟାଚ୍‌ ପୁଣେ ଓ କଟକରେ ଖେଳିପାରେ ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି।

Advertisment

ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ ପ୍ରସ୍ତୁତ ନ ଥିବାରୁ ପ୍ରଥମ ଦୁଇଟି ମ୍ୟାଚ୍‌ ଅନ୍ୟ ଷ୍ଟାଡିୟମରେ ଖେଳାଯିବାର ସମ୍ଭାବନା ରହିଛି। ମହିଳା ପ୍ରିମିୟର୍‌ ଲିଗ୍‌ର ଫାଇନାଲ ମ୍ୟାଚ୍‌ ଆୟୋଜନର ଗୋଟିଏ ଦିନ ପରେ ଆଇପିଏଲ ମ୍ୟାଚ୍‌ ଆୟୋଜନ କରିବାକୁ ଷ୍ଟାଡିୟମ ପ୍ରସ୍ତୁତ ନ ଥିବାରୁ ପ୍ରଥମ ଦୁଇଟି ମ୍ୟାଚ୍‌ ଅନ୍ୟତ୍ର ଖେଳାଯିବ। ଏନେଇ ନ୍ୟୁଜ୍‌ ଏଜେନ୍ସି ANI ସୂତ୍ରରୁ ସୂଚନା ମିଳୁଛି ।

ଅଧିକ ପଢ଼ନ୍ତୁ: ବାରବାଟୀ ଷ୍ଟାଡିୟମର ହେବ ନବକଳେବର, ୬୦ ହଜାରକୁ ବଢ଼ିବ ଦର୍ଶକ କ୍ଷମତା

Advertisment

ସୂଚନା ଅନୁସାରେ ଚଳିତ ବର୍ଷ ଆଇପିଏଲ ମାର୍ଚ୍ଚ ୨୦-୨୨ ମଧ୍ୟରେ ଆରମ୍ଭ ହୋଇପାରେ। କିନ୍ତୁ ଏପର୍ଯ୍ୟନ୍ତ ଆଇପିଏଲ ସୂଚୀ ସାମ୍ନାକୁ ଆସିପାରିନାହିଁ। ତେବେ ଚଳିତ ବର୍ଷ ସାଧାରଣ ନିର୍ବାଚନ ଥିବା ଦୁଇଟି ଫେଜ୍‌ରେ ଆଇପିଏଲ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ଆଇପିଏଲ ଶେଷ ହେବାର କିଛି ଦିନ ପରେ ଟି-୨୦ ବିଶ୍ୱକପ୍‌ ଆରମ୍ଭ ହେଉଥିବାରୁ ଚଳିତ ଆଇପିଏଲ ଟିମ୍‌ ଇଣ୍ଡିଆର ପ୍ରସ୍ତୁତି ବେଶ୍ ଗୁରତ୍ୱ ବହନ କରୁଛି।

IPL Barabati Stadium Delhi Capitals
Advertisment
Advertisment