Advertisment

ବାରବାଟୀ ଷ୍ଟାଡିୟମର ହେବ ନବକଳେବର, ୬୦ ହଜାରକୁ ବଢ଼ିବ ଦର୍ଶକ କ୍ଷମତା

ପୂରା ଭଙ୍ଗାହେବ, ସଂପୂର୍ଣ୍ଣ ନୂଆ ହେବ। ନୂଆ ରୂପରେ ଦେଖିବାକୁ ମିଳିବ କଟକ ବାରବାଟୀ ଷ୍ଟାଡିୟମ୍। ୭ ଶହ କୋଟି ଟଙ୍କାର ବ୍ୟୟବରାଦରେ ନୂଆ ଲୁକ୍‌ ପାଇବ ବାରବାଟୀ ଷ୍ଟାଡିୟମ।

author-image
Santosh Kumar Sahoo
undefined

Barabati Stadium

ପୁଣି ନୂଆ କରି ତିଆରି ହେବ ବାରବାଟୀ ଷ୍ଟାଡିୟମ୍। ବର୍ତ୍ତମାନର ଷ୍ଟାଡିୟମ୍ ଭଙ୍ଗାହେବ, ତାରି ସ୍ଥାନରେ ୭ ଶହ କୋଟି ଟଙ୍କା ବ୍ୟୟରେ ଠିଆହେବ ବିଶ୍ୱସ୍ତରୀୟ ବାରବାଟୀ ସ୍ପୋର୍ଟସ କମ୍ପ୍ଲେକ୍ସ। ଦର୍ଶକ କ୍ଷମତା ବି ୪୨ ହଜାରରୁ ବଢ଼ି ୬୦ ହଜାର ହେବ। ବିସିସିଆଇର ଗ୍ରୀନ୍ ସିଗନାଲ ପରେ ଓସିଏ ପକ୍ଷରୁ ଏନେଇ DPR ପ୍ରସ୍ତୁତ ହୋଇଛି। ଆସନ୍ତା ୨୭ ତାରିଖରେ ବିସିସିଆଇ ଅଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଷ୍ଟାଡିୟମର ଶୁଭ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଓସିଏ ସଂପାଦକ।

Advertisment

ପୂରା ଭଙ୍ଗାହେବ, ସଂପୂର୍ଣ୍ଣ ନୂଆ ହେବ। ନୂଆ ରୂପରେ ଦେଖିବାକୁ ମିଳିବ କଟକ ବାରବାଟୀ ଷ୍ଟାଡିୟମ୍। ୭ ଶହ କୋଟି ଟଙ୍କାର ବ୍ୟୟବରାଦରେ ନୂଆ ଲୁକ୍‌ ପାଇବ ବାରବାଟୀ ଷ୍ଟାଡିୟମ। ଓସିଏ ସଂପାଦକଙ୍କ ସୂଚନା ଅନୁଯାୟୀ, ପୂରା ଷ୍ଟାଡିୟମକୁ ନୂଆ ରୂପରେ ନିର୍ମାଣ କରାଯିବ। ବାରବାଟୀ ହେବ ବିଶ୍ୱସ୍ତରୀୟ ବାରବାଟୀ ସ୍ପୋର୍ଟସ କଂପ୍ଲେକ୍ସ। ଯେଉଁଠି ରହିବ ଅତ୍ୟାଧୁନିକ ଜିମ୍, ସ୍ପା, ଟେବୁଲ୍ ଟେନିସ୍, ସୁଇମିଂପୁଲ୍, ଫାଇଭ ଷ୍ଟାର ହୋଟେଲ ଭଳି ରେଷ୍ଟୁରାଣ୍ଟ ସାଙ୍ଗକୁ ଆନ୍ତର୍ଜାତିକ ଷ୍ଟାଡିୟମ ଭଳି ସବୁ ଅତ୍ୟାଧୁନିକ ସୁବିଧା ସୁଯୋଗ। ବର୍ତ୍ତମାନ ଷ୍ଟାଡିୟମରେ ଦର୍ଶକଙ୍କ କ୍ଷମତା ୪୨ ହଜାର ଥିବାବେଳେ ତାହା ୬୦ ହଜାରକୁ ବଢ଼ାଯିବ। ବାରବାଟୀ ଷ୍ଟାଡିୟମକୁ କେବଳ କ୍ରିକେଟ ପାଇଁ ଉଦ୍ଦିଷ୍ଟ ରଖାଯିବାକୁ ଥିବାବେଳେ ଅନ୍ୟଖେଳଗୁଡିକ ପାଇଁ ଅନ୍ୟତ୍ର ବ୍ୟବସ୍ଥା କରାଯିବ।

୧୯୫୨ ମସିହାରେ ବାରବାଟୀ ଷ୍ଟାଡିୟମ ନିର୍ମାଣ କରାଯାଇଥିଲା। ତତ୍କାଳୀନ ଅଲିମ୍ପିକ ଆସୋସିଏସନ୍ ସଂପାଦକ ସ୍ୱର୍ଗତ ଭୈରବ ମହାନ୍ତି ସରକାରଙ୍କଠାରୁ ୯୯ ବର୍ଷିଆ ଲିଜରେ ଜମି ଆଣି ଷ୍ଟାଡିୟମର ନିର୍ମାଣ କରାଇଥିଲେ। ଏହାପରେ ଅଲିମ୍ପିକ୍ ଆସୋସିଏସନ୍‌ଠାରୁ ଓସିଏ ଲିଜରେ ଆଣି ଷ୍ଟାଡିୟମ୍ ପରିଚାଳନା କରୁଥିଲା। ହେଲେ ଗତବର୍ଷଠାରୁ ଓସିଏ ଲିଜ୍ ଅବଧି ସହ ରାଜ୍ୟ ସରକାରଙ୍କ ସହ ଅଲିମ୍ପିକ ଆସୋସିଏସନର ଲିଜ୍ ଅବଧି ବି ସରିଯାଇଛି। ଯାହା ଫଳରେ ବାରବାଟୀର ନିଜସ୍ୱ ଗ୍ରାଉଣ୍ଡ ନ ଥିବାରୁ ମ୍ୟାଚ୍‌ ଆସିବା ବନ୍ଦ ହେଇଯାଇଛି। ବିସିସିଆଇ ବି ଆର୍ଥିକ ସହାୟତା ବନ୍ଦ କରିଦେବାରୁ ବାରବାଟୀର ଉନ୍ନୟନ କାମ ସଂପୂର୍ଣ୍ଣ ଠପ୍ ହୋଇଯାଇଛି। ତେଣୁ ବିସିସିଆଇ, ଓସିଏ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ଷ୍ଟାଡିୟମ୍ ନବକେଳବର କାମ ହାତକୁ ନିଆଯାଇଥିବା ଓସିଏ କହିଛି। ଏ ନେଇ ରାଜ୍ୟ ସରକାର ପୁଣି ଜମି ଲିଜରେ ଦେବେ। ତେବେ ବାରବାଟୀ ଷ୍ଟାଡିୟମ ସହ ଐତିହ୍ୟ ମଧ୍ୟ ଯୋଡି ହୋଇ ରହିଥିବାରୁ ଏହାକୁ ସମ୍ପୂର୍ଣ୍ଣ ନ ଭାଙ୍ଗି ଐତିହ୍ୟ ବଜାୟ ରଖିବାକୁ ମତପ୍ରକାଶ ପାଇଛି। 

Advertisment
OCA BCCI Cricket Barabati Stadium
Advertisment
Advertisment