Advertisment

Contract Extension of GAMA: ଡିଫେଣ୍ଡରଙ୍କ ସହ ଚୁକ୍ତିକୁ ୩ ବର୍ଷ ବୃଦ୍ଧି କଲା ଓଡ଼ିଶା ଏଫସି

ଗାମାଙ୍କ ସହିତ ଚୁକ୍ତିକୁ ଆସନ୍ତା ୩ ବର୍ଷ ପାଇଁ ବୃଦ୍ଧି କରିଛି କ୍ଲବ। ଗାମା ଗୋଆରେ ନିଜ ଫୁଟବଲ ଯାତ୍ରା ଆରମ୍ଭ କରିଥିଲେ। ସେ ୨୦୧୭-୧୮ ମସିହାରେ FC ଗୋଆର ଡେଭେଲପମେଣ୍ଟ ସ୍କ୍ୱାଡର ଅଂଶ ଥିଲେ ଏବଂ ସ୍ଥାନୀୟ ଗୋଆନ ମ୍ୟାଚ ଓ AWES ଟୁର୍ନାମେଣ୍ଟରେ ଭାଗ ନେଇଥିଲେ।

author-image
Saroj Kumar Jena
gama

gama

ଓଡ଼ିଶା ଫୁଟବଲ କ୍ଲବ(ଓଏଫସି) ପକ୍ଷରୁ ଡିଫେଣ୍ଡର ସେଭିୟର ଗାମାଙ୍କ ସହିତ ଚୁକ୍ତି ୩ ବର୍ଷ ବୃଦ୍ଧି କରାଯାଇଛି। ଚଳିତ ସିଜନ ଅଧାରେ ଗାମା ଓଡ଼ିଶା ଏଫସିରେ ଯୋଗ ଦେଇଥିଲେ। ଏହା ସହିତ ମୋର୍ଟାଡା ଫଲ, କାର୍ଲୋସ ଡେଲଗାଡୋଙ୍କ ସହିତ ମିଶି ଏକ ଚମତ୍କାର ଡିଫେନ୍ସ ସୃଷ୍ଟି କରିଥିଲେ। ବର୍ତ୍ତମାନ ସୁଦ୍ଧା ଗାମା ଓଏଫସି ପାଇଁ ୧୯ ମ୍ୟାଚ ଖେଳି ସାରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଟ୍ରଫି ଜିତିବା ସତ୍ତ୍ବେ କୋଚଙ୍କୁ ବିଦା କରିବ ବିସିସିଆଇ

ଶନିବାର ଓଡ଼ିଶା ଏଫସି ପକ୍ଷରୁ ଗାମାଙ୍କୁ ରିଟେନ କରାଯାଇଛି। ଗାମାଙ୍କ ସହିତ ଚୁକ୍ତିକୁ ଆସନ୍ତା ୩ ବର୍ଷ ପାଇଁ ବୃଦ୍ଧି କରିଛି କ୍ଲବ। ଗାମା ଗୋଆରେ ନିଜ ଫୁଟବଲ ଯାତ୍ରା ଆରମ୍ଭ କରିଥିଲେ। ସେ ୨୦୧୭-୧୮ ମସିହାରେ FC ଗୋଆର ଡେଭେଲପମେଣ୍ଟ ସ୍କ୍ୱାଡର ଅଂଶ ଥିଲେ ଏବଂ ସ୍ଥାନୀୟ ଗୋଆନ ମ୍ୟାଚ ଓ AWES ଟୁର୍ନାମେଣ୍ଟରେ ଭାଗ ନେଇଥିଲେ। ସେ କାଭେଲୋସିମର ସାଣ୍ଟା କ୍ରୁଜ କ୍ଲବ ପକ୍ଷରୁ ଟାକା ଗୋଆ ଅଣ୍ଡର-୨୦ ଟୁର୍ନାମେଣ୍ଟରେ ନିଜର ପ୍ରଭାବଶାଳୀ ପ୍ରଦର୍ଶନ କରି ପ୍ରସିଦ୍ଧି ଅର୍ଜନ କରିଥିଲେ।

୨୦୧୯ ମସିହାରେ ସେଭିୟର ଗାମା ଏଫସି ଗୋଆ ପକ୍ଷରୁ ପ୍ରଥମ ଥର ଖେଳିଥିଲେ। ଚେନ୍ନାଇନ ଏଫସି ବିପକ୍ଷରେ ନିଜର ସିନିୟର ଇଣ୍ଡିଆନ ସୁପର ଲିଗ ଡେବ୍ୟୁ କରିଥିଲେ। ୨୦୨୦ ମସିହାରେ ଚେନ୍ନାଇନ ବିପକ୍ଷ ସେମିଫାଇନାଲରେ ନିଜର ପ୍ରଥମ ଗୋଲ ସ୍କୋର କରିଥିଲେ। ସେ ୨୦୨୧ ମସିହାରେ FC ଗୋଆ ସହ ତିନି ବର୍ଷର ଚୁକ୍ତି ସ୍ୱାକ୍ଷର କରି ୨୦୨୪ ପର୍ଯ୍ୟନ୍ତ କ୍ଲବରେ ରହିଥିଲେ। ୨୦୨୪ ମସିହା ଅଗଷ୍ଟ ୨୫ ତାରିଖରେ ଗାମା ଓଡ଼ିଶା ଏଫସିରେ ଯୋଗ ଦେଇଥିଲେ।

Advertisment

ଚଳିତ ବର୍ଷର ଇଣ୍ଡିଆନ ସୁପର ଲିଗରେ ଓଡ଼ିଶା ଏଫସି ଅଳ୍ପକେ ପ୍ଲେ ଅଫ ଯୋଗ୍ୟତା ଅର୍ଜନରୁ ବଞ୍ଚିତ ହୋଇଥିଲା। ୨୪ ମ୍ୟାଚରୁ ୮ ବିଜୟ ୭ ପରାଜୟ ଓ ୯ ଡ୍ର ସହିତ ୩୩ ପଏଣ୍ଟ ଅର୍ଜନ କରି ସପ୍ତମ ସ୍ଥାନରେ ରହିଥିଲା ଓଏଫସି।

ଅଧିକ ପଢ଼ନ୍ତୁ: ସଞ୍ଜୟ ବାଙ୍ଗରଙ୍କ ଝିଅଙ୍କ ବଡ଼ ଖୁଲାସା; କହିଲେ, କିଛି କ୍ରିକେଟର ମୋତେ ପଠାନ୍ତି ନଗ୍ନ ଫଟୋ

Odisha FC Football Indian Football
Advertisment
Advertisment