ଆରମ୍ଭ ହୋଇସାରିଛି ଫଟାଫଟ୍ କ୍ରିକେଟ୍ ମହାକୁମ୍ଭ ଆଇପିଏଲ । ରବିବାର ଆଇପିଏଲରେ ଖେଳାଯାଇଥିଲା ମୁହାମୁକାବିଲା । ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗ୍ସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ । ତେବେ ଏହି ମ୍ୟାଚ୍ରେ ଗୁରୁ-ଶିଷ୍ୟଙ୍କ ଲଢ଼େଇ ମଧ୍ୟ ଦେଖିବାକୁ ମିଳିଥିଲା । ଅର୍ଥାତ ଧୋନୀ ଓ ଦୀପକ ଚହର । ଚେନ୍ନାଇ ସୁପର କିଙ୍ଗ୍ସରେ ରହିବା ସମୟରେ ଦୀପକ ଚହର କ୍ୟାପଟେନ୍ କୁଲ୍ ଏମଏସ ଧୋନିଙ୍କଠାରୁ ବହୁତ କିଛି ଶିଖିଛନ୍ତି । କିନ୍ତୁ CSK ତାଙ୍କୁ IPL ୨୦୨୫ ମେଗା ନିଲାମରେ କିଣିନଥିଲା । ଦୀପକଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ମେଗା ନିଲାମରେ ୯.୭୫ କୋଟି ଟଙ୍କାରେ କିଣିଥିଲା ।
Also Read
ଅଧିକ ପଢ଼ନ୍ତୁ: ଦିଲ୍ଲୀର ରୋମାଞ୍ଚକର ବିଜୟ, ଲକ୍ଷ୍ନୌ ହାତରୁ ମ୍ୟାଚ୍ ଛଡ଼ାଇ ଆଣିଲେ ଆଶୁତୋଷ ଶର୍ମା
ତେବେ ୨୩ ମାର୍ଚ୍ଚରେ ଯେତେବେଳେ ଚେନ୍ନାଇ ଓ ମୁମ୍ବାଇ ମୁହାଁମୁହିଁ ହୋଇଥିଲେ, ସେତେବେଳେ ଦୀପକ ଚହରଙ୍କୁ ତାଙ୍କ ପୁରୁଣା ଦଳ ବିପକ୍ଷରେ ଖେଳୁଥିବାର ଦେଖାଯାଇଥିଲା । ଯଦିଓ CSK ଏହି ମ୍ୟାଚ୍କୁ ୪ ୱିକେଟରେ ମ୍ୟାଚ୍ ଜିତିଥିଲା, କିନ୍ତୁ ଦୀପକ ଚହର ବ୍ୟାଟ୍ ଏବଂ ବଲ ଉଭୟରେ ବହୁତ ଭଲ ପ୍ରଦର୍ଶନ କରିଥିଲେ । ତେବେ ଏହି ମ୍ୟାଚ୍ ପରେ ଦୀପକ ଚହରଙ୍କ ଭଉଣୀ ସୋସିଆଲ ମିଡିଆରେ ଏହି ପୋଷ୍ଟ କରିଥିଲେ ଯାହା ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଦୀପକଙ୍କ ଭଉଣୀ ମାଳତୀ ଚହର ତାଙ୍କ ଭାଇକୁ 'କଟ୍ଟପ୍ପା' ବୋଲି ସମ୍ବୋଧନ କରିଛନ୍ତି । ସେ ଏପରି କାହିଁକି କଲେ ଜାଣନ୍ତୁ ।
ଚେନ୍ନାଇ ଇନିଂସର ଦ୍ୱିତୀୟ ଓଭରରେ ଦୀପକ ଚହର ୨ ରନ ସ୍କୋରରେ ରାହୁଲ ତ୍ରିପାଠୀଙ୍କୁ ଆଉଟ କରିଥିଲେ । ଆଉ ବ୍ୟାଟିଂରେ ଦୀପକ ୨୮ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ଚହର CSK ପାଇଁ ଖେଳିଥିବାରୁ, ତାଙ୍କ ଭଉଣୀ କଟ୍ଟପ୍ପାଙ୍କ ଉଦାହରଣ ଦେଇ ଏହା ଦେଖାଇଥିଲେ ଯେ ଦୀପକ ଚହର ଚେନ୍ନାଇ ସୁପର କିଙ୍ଗ୍ସକୁ ଧୋକା ଦେଇଛନ୍ତି । ମାଳତୀ ଚହରଙ୍କ ଏହି ସୋସିଆଲ ମିଡିଆ ପୋଷ୍ଟ ଏବେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଆପଣଙ୍କୁ କହି ରଖୁଛୁ ଯେ ମ୍ୟାଚ୍ ଶେଷ ହେବା ପରେ, ଏମଏସ ଧୋନି, ଦୀପକ ଚହରଙ୍କୁ ମଜାରେ ବ୍ୟାଟରେ ପିଟୁଥିବାର ମଧ୍ୟ ଦେଖାଯାଇଥିଲା । ଏହି ସମୟର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା ।
ରବିବାର ଚେନ୍ନାଇ ଓ ମୁମ୍ବାଇ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ସ୍କୋର ବୋର୍ଡରେ ୧୫୫ ରନ ସଂଗ୍ରହ କରିଥିଲା । ଯଦି ଦୀପକ ଚହର ନଥାନ୍ତେ, ତେବେ MIର ଦଳ ୧୩୦-୧୩୫ ସ୍କୋରରେ ସୀମିତ ହୋଇଥାନ୍ତା। ଦୀପକ ୧୫ ବଲ୍ରେ ୨୮ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ମୁମ୍ବାଇକୁ ୧୫୫ ରନ୍ରେ ପହଞ୍ଚାଇଥିଲେ । ଜବାବରେ, ଚେନ୍ନାଇ ସୁପର କିଙ୍ଗସକୁ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ବହୁତ ସଂଘର୍ଷ କରିବାକୁ ପଡିଥିଲା, କିନ୍ତୁ ଋତୁରାଜ ଗାୟକୱାଡଙ୍କ ୫୩ ରନ୍ ଏବଂ ରଚିନ ରବିନ୍ଦ୍ରଙ୍କ ୬୫ ରନ ଫଳରେ ଚେନ୍ନାଇ ଏହି ମ୍ୟାଚ୍କୁ ୪ ୱିକେଟ୍ରେ ବିଜୟୀ ହୋଇଥିଲା ।