Advertisment

Cricketer Arrested: ୧୦ କେଜି ଗଞ୍ଜେଇ ନେଇ ଯାଉଥିଲେ କ୍ରିକେଟର, ଗିରଫ କଲା ପୋଲିସ

ୱେଷ୍ଟଇଣ୍ଡିଜର ଖେଳାଳି ନିକୋଲାସ ବର୍ତ୍ତମାନ ୧୦ କେଜି ଗଞ୍ଜେଇ ସହ ଧରାପଡି ଗିରଫ ହୋଇଛନ୍ତି। ୱେଷ୍ଟଇଣ୍ଡିଜରେ ଜନ୍ମିତ ନିକୋଲାସ କିର୍ଟନ ବର୍ତ୍ତମାନ କାନାଡା କ୍ରିକେଟ ଦଳର ଅଧିନାୟକ ରହିଛନ୍ତି। କିର୍ଟନ ପ୍ରାୟ ୨୦ ପାଉଣ୍ଡ ବା ୯.୬ କିଗ୍ରା ଗଞ୍ଜେଇ ନେଇ ଯାତ୍ରା କରୁଥିବା ବେଳେ ବାର୍ବାଡୋସର ଗ୍ରାଣ୍ଟଲି ଆଡାମ୍ସ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଗିରଫ କରାଯାଇଥିଲା।

ଅଦ୍ୟତନ ହୋଇଛି
noicolas

noicolas

Advertisment

ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ଫୁଲ୍ ଦମରେ ଆଗେଇ ଚାଲିଛି। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବ୍ୟାଟର ନିକୋଲାସ ପୁରନ ଏହି ଲିଗରେ ଚମତ୍କାର ବ୍ୟାଟିଂ କରୁଛନ୍ତି। ପୁରନ ପ୍ରଥମ ବ୍ୟାଟର ଭାବରେ ଚଳିତ ସଂସ୍କରଣରେ ୨୦୦ ରନ ଅତିକ୍ରମ କରିଛନ୍ତି। ଅରେଞ୍ଜ କ୍ୟାପ ହୋଲ୍ଡର ରହିଥିବା ପୁରନ ନିଜ ବ୍ୟାଟିଂ ଦକ୍ଷତା ବଳରେ ସମସ୍ତଙ୍କୁ ପ୍ରଭାବିତ କରିଥିବା ବେଳେ ଆଉ ଜଣେ ବ୍ୟାଟର ନିକୋଲାସ ଗଞ୍ଜଇ ସହ ଧରା ପଡିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ମ୍ୟାଚ ଅଧାରୁ ତିଲକଙ୍କୁ ଫେରାଇ ନେଲା ମୁମ୍ବାଇ, ସମାଲୋଚନାର ଶିକାର ହେଲେ କୋଚ

ୱେଷ୍ଟଇଣ୍ଡିଜର ଖେଳାଳି ନିକୋଲାସ ବର୍ତ୍ତମାନ ୧୦ କେଜି ଗଞ୍ଜେଇ ସହ ଧରାପଡି ଗିରଫ ହୋଇଛନ୍ତି। ୱେଷ୍ଟଇଣ୍ଡିଜରେ ଜନ୍ମିତ ନିକୋଲାସ କିର୍ଟନ ବର୍ତ୍ତମାନ କାନାଡା କ୍ରିକେଟ ଦଳର ଅଧିନାୟକ ରହିଛନ୍ତି। କିର୍ଟନ ପ୍ରାୟ ୨୦ ପାଉଣ୍ଡ ବା ୯.୬ କିଗ୍ରା ଗଞ୍ଜେଇ ନେଇ ଯାତ୍ରା କରୁଥିବା ବେଳେ ବାର୍ବାଡୋସର ଗ୍ରାଣ୍ଟଲି ଆଡାମ୍ସ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଗିରଫ କରାଯାଇଥିଲା।

Advertisment

କାନାଡିଆନ କ୍ରିକେଟ ବୋର୍ଡ ଏକ ବିବୃତ୍ତି ଜାରି କରି କହିଛି ଯେ, ନିକୋଲାସ କିର୍ଟନଙ୍କ ବିରୋଧରେ ଅଭିଯୋଗ ଏବଂ ତାଙ୍କ ଗିରଫଦାରୀ ବିଷୟରେ କାନାଡିଆନ କ୍ରିକେଟ ବୋର୍ଡକୁ ଅବଗତ କରାଯାଇଛି। ଆମେ ଏହି ବିଷୟ ପ୍ରତି ବହୁତ ଗମ୍ଭୀର ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଉପରେ ନିରନ୍ତର ନଜର ରଖୁଛୁ।

ନିକୋଲାସ କିର୍ଟନଙ୍କୁ ୯ କିଲୋଗ୍ରାମ ଡ୍ରଗ୍ସ ସହିତ ଧରାଯାଇଛି। ସେଠାକାର ଆଇନ ଅନୁଯାୟୀ, ଡ୍ରଗ୍ସ ସହିତ ଯାତ୍ରା କରିବା ଅପରାଧ ନୁହେଁ ଏବଂ ଜଣେ ବ୍ୟକ୍ତି ପ୍ରାୟ ୫୭ ଗ୍ରାମ ଡ୍ରଗ୍ସ ସାଙ୍ଗରେ ନେଇପାରିବେ। କିନ୍ତୁ ନିକୋଲାସ ନିର୍ଦ୍ଧାରିତ ସୀମାଠାରୁ ୧୬୦ ଗୁଣ ଅଧିକ ଡ୍ରଗ୍ସ ସହିତ ଧରାପଡ଼ିଥିଲେ।

Advertisment

କାନାଡିଆନ ଦଳ ବର୍ତ୍ତମାନ ଉତ୍ତର ଆମେରିକୀୟ କପ ପାଇଁ ପ୍ରସ୍ତୁତି କରୁଛି, ଯାହା ୧୮ ଏପ୍ରିଲରେ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ନିକୋଲାଙ୍କ ବିରୋଧରେ ଅଭିଯୋଗ ଉତ୍ତର ଆମେରିକୀୟ କପ ପାଇଁ ତାଙ୍କର ଉପଲବ୍ଧତା ଉପରେ ପ୍ରଶ୍ନ ଉଠାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଆମେରିକା, ବରମୁଡା, ବାହାମାସ ଏବଂ ଆୟୋଜକ କାନାଡା ଅଂଶଗ୍ରହଣ କରିବାକୁ ଯାଉଛନ୍ତି।

ନିକୋଲାସ ବାର୍ବାଡୋସରେ ଜନ୍ମଗ୍ରହଣ କରିଥିଲେ ଏବଂ ଗତ କିଛି ବର୍ଷ ମଧ୍ୟରେ କାନାଡିଆନ ଦଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖେଳାଳିଙ୍କ ମଧ୍ୟରୁ ଜଣେ। କାନାଡା ଦଳରେ ଯୋଗଦେବା ପୂର୍ବରୁ ସେ ଘରୋଇ ସ୍ତରରେ ବାରବାଡୋସ ଦଳ ଏବଂ ୱେଷ୍ଟଇଣ୍ଡିଜ ୧୯ ବର୍ଷରୁ କମ ଦଳକୁ ମଧ୍ୟ ପ୍ରତିନିଧିତ୍ୱ କରିଛନ୍ତି।

ଅଧିକ ପଢ଼ନ୍ତୁ: ଟିମ୍ ଇଣ୍ଡିଆରେ ପୁଣି ସୁଯୋଗ ପାଇବେ କି ସାଇ ସୁଦର୍ଶନ ?

Cannabis IPL IPL 2025
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ