Advertisment

Virat Kohli: ପ୍ଲିଜ୍‌ ତୁମେ ଫେରିଆସ, ଗୁହାରି କଲେ ମଦନ ଲାଲ୍‌

ବିରାଟ କୋହଲିଙ୍କ ଅବସରକୁ ନେଇ ବଡ଼ ବୟାନ ଦେଇଛନ୍ତି ଟିମ୍‌ ଇଣ୍ଡିଆର ଲିଜେଣ୍ଡ ଅଲରାଉଣ୍ଡର ମଦନ ଲାଲ୍‌ । ଟେଷ୍ଟ କ୍ରିକେଟରୁ ଅବସରକୁ ପ୍ରତ୍ୟାହାର କରିବାକୁ ଅପିଲ୍ କରିଛନ୍ତି ମଦନ ଲାଲ୍ । ସେ କହିଛନ୍ତି, 'ଭାରତୀୟ କ୍ରିକେଟ୍ ପ୍ରତି ବିରାଟ କୋହଲିଙ୍କ ଆଗ୍ରହ ଅତୁଳନୀୟ, ତାଙ୍କର ତୁଳନା କାହା ସହିତ କରାଯାଇପାରିବ ନାହିଁ ।

author-image
Manasranjan Mohanty
ଅଦ୍ୟତନ ହୋଇଛି
Virat Kohli

Virat Kohli

୨୦୨୧ ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ତ । ବିରାଟ କୋହଲିଙ୍କ ସ୍ପିଚ ଏବେବି ପ୍ରତ୍ୟେକ ଭାରତୀୟଙ୍କର ସର୍ବଦା ମନେ ରହିବ। ଭାରତୀୟ କ୍ରିକେଟ ଫ୍ୟାନଙ୍କ ପାଇଁ ଏହା ଗୁଜବମ୍ପ ମୂହୂର୍ତ୍ତ ଥିଲା। ବିରାଟ ଟେଷ୍ଟ କ୍ରିକେଟରୁ ଅବସର ନେଇ ସାରିଥିବା ବେଳେ ପୁଣି ଥରେ କ୍ରିକେଟ ଫ୍ୟାନ ତାଙ୍କୁ ମନେ ପକାଇଛନ୍ତି।

Advertisment

ସମାନ ଗ୍ରାଉଣ୍ଡ ଯେଉଁଠି ଭାରତ ୨୭୨ ରନର ଲକ୍ଷ୍ୟ ସ୍ଥିର କରିଥିଲା। ୬୦ ଓଭରରେ ଭାରତୀୟ ବୋଲର ଦଳକୁ ବିଜୟୀ କରିଥିଲେ। ନିକଟରେ ଭାରତ ମାତ୍ର ୧୯୩ ରନର ଲକ୍ଷ୍ୟର ପିଛା କରି ୨୨ ରନରେ ହାରି ଥିଲା । ଲର୍ଡ୍ସ ଟେଷ୍ଟରେ ଭାରତର ପରାଜୟ ପରେ ଏବେ ପୁଣି ଚର୍ଚ୍ଚାରେ ବିରାଟ କୋହଲି । ଏଥର ଖେଳ କି ସୋସିଆଲ ମିଡିଆ ପୋଷ୍ଟ ପାଇଁ ନୁହେଁ ବରଂ ଟେଷ୍ଟ ଅବସରକୁ ନେଇ କିଙ୍ଗ୍ କୋହଲି ଚର୍ଚ୍ଚା ପରସରକୁ ଆସିଛନ୍ତି ।

ବିରାଟ କୋହଲିଙ୍କ ଅବସରକୁ ନେଇ ବଡ଼ ବୟାନ ଦେଇଛନ୍ତି ଟିମ୍‌ ଇଣ୍ଡିଆର ଲିଜେଣ୍ଡ ଅଲରାଉଣ୍ଡର ମଦନ ଲାଲ୍‌ । ଟେଷ୍ଟ କ୍ରିକେଟରୁ ଅବସରକୁ ପ୍ରତ୍ୟାହାର କରିବାକୁ ଅପିଲ୍ କରିଛନ୍ତି ମଦନ ଲାଲ୍ । ସେ କହିଛନ୍ତି, 'ଭାରତୀୟ କ୍ରିକେଟ୍ ପ୍ରତି ବିରାଟ କୋହଲିଙ୍କ ଆଗ୍ରହ ଅତୁଳନୀୟ, ତାଙ୍କର ତୁଳନା କାହା ସହିତ କରାଯାଇପାରିବ ନାହିଁ ।

Advertisment

ମୁଁ ଚାହେଁ ଯେ ସେ ତାଙ୍କର ଟେଷ୍ଟ ଅବସର ନିଷ୍ପତ୍ତିକୁ ପରିବର୍ତ୍ତନ କରନ୍ତୁ । ଅବସର ପ୍ରତ୍ୟାହାର କରିବାରେ କିଛି ଭୁଲ ନାହିଁ । ଯଦି ଏହି ଟେଷ୍ଟ ସିରିଜରେ ନୁହେଁ, ତେବେ ସେ ପରବର୍ତ୍ତୀ ଟେଷ୍ଟ ସିରିଜରେ ପୁଣି ଥରେ ଟିମ୍‌କୁ କମ୍‌ବ୍ୟାକ୍‌ କରିବା ଉଚିତ୍‌ ବୋଲି ସେ କହିଛନ୍ତି ।

ଏହା ସହ ମଦନ ଲାଲ୍‌ ଆହୁରି କହିଛନ୍ତି, ବିରାଟଙ୍କ ଏନର୍ଜି, ଅଭିଜ୍ଞତା ଏବଂ ପ୍ରଭାବ ଅମୂଲ୍ୟ । ଏହି ଗୁଣଗୁଡ଼ିକ ଯୁବ ଖେଳାଳିମାନଙ୍କୁ ଅନୁପ୍ରାଣିତ କରେ ଏବଂ ଦଳକୁ ଚାପରେ ସ୍ଥିର ରହିବାରେ ସାହାଯ୍ୟ କରେ । ତଥାପି, କୋହଲି ତାଙ୍କ ପ୍ରତ୍ୟାବର୍ତ୍ତନ ବିଷୟରେ ସାର୍ବଜନୀନ ଭାବରେ କିଛି କହି ନାହାଁନ୍ତି ।

ଇଂଲଣ୍ଡ ଟେଷ୍ଟ ସିରିଜରେ ବିରାଟ କୋହଲିଙ୍କ ବିଷୟରେ ନିରନ୍ତର ଆଲୋଚନା ହେଉଛି । ଶୁଭମନ ଗିଲଙ୍କ ଆକ୍ରମଣାତ୍ମକ ମନୋଭାବ, ତାଙ୍କର ରନ ସ୍କୋରିଂ, ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଝଗଡ଼ା, ଯେତେବେଳେ ବି କିଛି ଘଟଣା ଘଟେ । ସେତେବେଳେ ବିରାଟଙ୍କ କଥା ଉଠିଥାଏ ।

ଯେତେବେଳେ ଟିମ୍ ଇଣ୍ଡିଆ ଲର୍ଡସ୍ ଟେଷ୍ଟରେ ୧୯୩ ରନ୍‌ର ଲକ୍ଷ୍ୟ ହାସଲ କରିପାରି ନ ଥିଲା, ସେତେବେଳେ ବିରାଟଙ୍କ ବିଷୟରେ ପୁଣି ଥରେ ଆଲୋଚନା ଆରମ୍ଭ ହୋଇଥିଲା । ହୁଏତ ସେଥିପାଇଁ ବିରାଟଙ୍କୁ ତାଙ୍କର ଅବସର ପ୍ରତ୍ୟାହାର କରିବାକୁ ଅପିଲ କରାଯାଉଛି । ତେବେ ନିକଟରେ, ଯେତେବେଳେ ବିରାଟ ୱିମ୍ବଲଡନରେ ଅଂଶଗ୍ରହଣ କରିଥିଲେ, ସେ କହିଥିଲେ ଯେ ତାଙ୍କର ସମୟ ଆସିଯାଇଛି ଏବଂ ସେଥିପାଇଁ ସେ ଏହି ଫର୍ମାଟକୁ ଅଲବିଦା କହିଥିଲେ ।

ବିରାଟ କୋହଲି ଜୁନ୍ ୨୦୧୧ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତାଙ୍କର ଟେଷ୍ଟ ଡେବ୍ୟୁ କରିଥିଲେ । ସେ ତାଙ୍କ କ୍ୟାରିୟରରେ ୧୨୩ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ସେ ୨୧୦ଟି ଇନିଂସରେ ୪୬.୮୫ ହାରରେ ୯୨୩୦ ରନ୍ କରିଥିଲେ । ତେବେ ମେ’ ୧୨ରେ ବିରାଟ କୋହଲି ଟେଷ୍ଟ କ୍ରିକେଟକୁ ଅଲବିଦା କହିଥିଲେ ।

ଅତୀତରେ ମଧ୍ୟ ଅନେକ କ୍ରିକେଟର ନିଜ ଅବସର ନିଷ୍ପତ୍ତିର ପୁନର୍ବିଚାର କରି ଜାତୀୟ ଦଳକ ଫେରିଛନ୍ତି। ଏପରି ସ୍ଥିତିରେ ବିରାଟ ମଧ୍ୟ ନିଜ ନିଷ୍ପତ୍ତିର ପୁନର୍ବିଚାର କରିବା ନେଇ କ୍ରିକେଟ ଫ୍ୟାନ ମାନେ ଆଶା କରିଛନ୍ତି।

Virat Kohli Madan Lal
Advertisment
Related Articles
Advertisment