Advertisment

Indigo Flight: ମଝି ଆକାଶରେ ଇଞ୍ଜିନ୍ ଫେଲ୍: ଇଣ୍ଡିଗୋ ବିମାନର ଜରୁରୀ ଅବତରଣ

ଦିଲ୍ଲୀରୁ ଗୋଆ ଅଭିମୁଖେ ଯାତ୍ରା କରୁଥିବା ବେଳେ ଇଣ୍ଡିଗୋର ଏକ ବିମାନର ଇଞ୍ଜିନ୍‌ ଖରାପ ହୋଇଯିବାରୁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି।

author-image
Chinmayee Sahoo
Flight

Flight

ଦିଲ୍ଲୀରୁ ଗୋଆ ଅଭିମୁଖେ ଯାତ୍ରା କରୁଥିବା ବେଳେ ଇଣ୍ଡିଗୋର ଏକ ବିମାନ ବୁଧବାର ଦିନ ମୁମ୍ବାଇରେ ଜରୁରୀ ଅବତରଣ କରିଥିବାର ସୂଚନା ମିଳିଛି। ବିମାନର ଗୋଟିଏ ଇଞ୍ଜିନ୍‌ ଖରାପ ହୋଇଯିବାରୁ ମୁମ୍ବାଇରେ ଜରୁରୀ ଅବତରଣ କରିଥିଲା।ସୂଚନା ଅନୁଯାୟୀ, ବିମାନଟି ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ରାତି ୯ଟା ୪୨ରେ ଅବତରଣ କରିଥିଲା। ରାତି ପ୍ରାୟ୯ଟା୨୫ରେ ପାଇଲଟ୍‌ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ଏଟିସି)କୁ ଜରୁରୀ ପରିସ୍ଥିତି ବିଷୟରେ ଜଣାଇଥିଲେ। ଏହା ପରେ ରାତି ପ୍ରାୟ ୯ଟା ୪୨ରେ ବିମାନକୁ ନିରାପଦରେ ଅବତରଣ କରାଇଥିଲେ ଏବଂ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବାହାରିଥିଲେ। ଇଣ୍ଡିଗୋ ବିମାନଟି ଭୁବନେଶ୍ୱରରୁ ପ୍ରାୟ ୧୦୦ ନଟିକାଲ ମାଇଲ ଉତ୍ତରରେ ଉଡ଼ୁଥିବା ସମୟରେ ଏହି ଘଟଣା ଘଟିଥିଲା।

Advertisment

ଇଣ୍ଡିଗୋର ଜଣେ ମୁଖପାତ୍ର କହିଛନ୍ତି ଯେ, ଦିଲ୍ଲୀରୁ ଗୋଆର ମନୋହର ଅନ୍ତର୍ଜାତୀୟ ବିମାନବନ୍ଦର ଅଭିମୁଖେ ଯାଉଥିବା ଫ୍ଲାଇଟ୍‌ 6E6271ରେ ଏକ ବୈଷୟିକ ତ୍ରୁଟି ଚିହ୍ନଟ ହୋଇଥିଲା। ଯାହା ପରେ ବିମାନଟି ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରାଯାଇଥିଲା। ଯାତ୍ରୀମାନଙ୍କ ପାଇଁ ବାକି ଯାତ୍ରା ପାଇଁ ଏକ ବିକଳ୍ପ ବିମାନର ବ୍ୟବସ୍ଥା କରାଯାଇଥିଲା। ଏବଂ ବିମାନଟି ଆବଶ୍ୟକୀୟ ଯାଞ୍ଚ ଓ ରକ୍ଷଣାବେକ୍ଷଣ ପରେ ପୁନଃ କାର୍ଯ୍ୟକ୍ଷମ ହୋଇଥିଲା। ଏହି ଅପ୍ରତ୍ୟାଶିତ ପରିସ୍ଥିତି ଯୋଗୁଁ ଆମ ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ ଆମେ ଦୁଖିତ। ଇଣ୍ଡିଗୋରେ ଯାତ୍ରୀ, କର୍ମଚାରୀ ଏବଂ ବିମାନର ସୁରକ୍ଷା ଓ ନିରାପତ୍ତା ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ।"

ସୂଚନାଯୋଗ୍ୟ, ନିକଟରେ ଅନେକଥର ବୈଷୟିକ ତ୍ରୁଟି ଯୋଗୁଁ ବିମାନର ଜରୁରୀ ଅବତରଣ ଦେଖିବାକୁ ମିଳିଛି।

Advertisment

ଅଧିକ ପଢନ୍ତୁ: ଭୟଙ୍କର ଘଟଣା; ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ବିମାନ, ଦେଖନ୍ତୁ ଭିଡ଼ିଓ...

Mumbai IndiGo Airlines Flight Emergency Landing
Advertisment
Advertisment