Advertisment

Team India Squad For Champions Trophy: ଚାମ୍ପିଅନ୍ସ ଟ୍ରଫି ପାଇଁ ଆଜି ଘୋଷଣା ହେବ ଟିମ୍‌ ଇଣ୍ଡିଆ, ଦଳକୁ ଫେରିପାରନ୍ତି ସାମି

ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । ତେବେ ଏହି ଅପେକ୍ଷା ଆଜି (ଜାନୁଆରୀ ୧୮) ଶେଷ ହେବାକୁ ଯାଉଛି । ଆଜି ମୁମ୍ବାଇରେ ଦିନ ୧୨.୩୦ରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ ଅଧିନାୟକ ରୋହିତ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀ କରିବେ ।

ଆଜି ଘୋଷଣା ହେବ ଭାରତୀୟ ଦଳ

ଆଜି ଘୋଷଣା ହେବ ଭାରତୀୟ ଦଳ

Advertisment

୨୦୨୫ ଫେବ୍ରୁଆରୀ ୧୯ରୁ ଆରମ୍ଭ ହେବାକୁ ଯାଉଛି ଆଇସିସି ଚାମ୍ପିଅନ୍ସ ଟ୍ରଫି । ଏଥର ଏହି ମେଗା ଟୁର୍ଣ୍ଣାମେଣ୍ଟ ‘ହାଇବ୍ରିଡ୍‌ ମଡେଲ୍‌’ ଅଧୀନରେ ପାକିସ୍ତାନ ଏବଂ ଦୁବାଇରେ ଖେଳାଯିବ । ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍‌ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କରାଚୀରେ ଖେଳାଯିବ । ତେବେ ଟିମ୍ ଇଣ୍ଡିଆ ତା’ର ପ୍ରଥମ ମ୍ୟାଚ୍‌ ଫେବ୍ରୁଆରୀ ୨୦ରେ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ବାଂଲାଦେଶ ବିପକ୍ଷରେ ଖେଳିବ ।

Advertisment

ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । ତେବେ ଏହି ଅପେକ୍ଷା ଆଜି (ଜାନୁଆରୀ ୧୮) ଶେଷ ହେବାକୁ ଯାଉଛି । ଆଜି ମୁମ୍ବାଇରେ ଦିନ ୧୨.୩୦ରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ ଅଧିନାୟକ ରୋହିତ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀ କରିବେ । ଯେଉଁଥିରେ ଚାମ୍ପିଅନ୍ସ ଟ୍ରଫି ପାଇଁ ଦଳ ଘୋଷଣା କରାଯିବ । ଏହା ସହିତ, ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ପାଇଁ ମଧ୍ୟ ଶନିବାର ଦଳ ଚୟନ କରାଯିବ । ରୋହିତ ଶର୍ମାଙ୍କ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବାର ଅର୍ଥ ହେଉଛି ସେ ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ ଦଳର ନେତୃତ୍ୱ ନେବେ ।

ଚାମ୍ପିଅନ୍ସ ଟ୍ରଫି ଟିମ୍‌ ଚୟନ ସମୟରେ ଦ୍ରୁତ ବୋଲର ଜଶପ୍ରୀତ ବୁମ୍ରାଙ୍କ ଉପରେ ସମସ୍ତଙ୍କ ନଜର ରହିବ । କାହିଁକି ନା ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟ ସମୟରେ ବୁମ୍ରାଙ୍କ ପିଠି ମାଂସପେଶୀରେ ଆଘାତ ଲାଗିଥିଲା, ଯାହା ଫଳରେ ସେ ଦ୍ୱିତୀୟ ଇନିଂସରେ ବୋଲିଂ କରିନଥିଲେ । ତାଙ୍କୁ ତାଙ୍କର କାର୍ଯ୍ୟଭାର ହ୍ରାସ କରିବାକୁ ପରାମର୍ଶ ଦିଆଯାଇଛି ଏବଂ ଫିଜିଓ ତାଙ୍କ ଫିଟନେସ୍‌ ଉପରେ ନଜର ରଖିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ବିସିସିଆଇର ‘ଗମ୍ଭୀର’ ନିଷ୍ପତ୍ତି; ଘରୋଇ କ୍ରିକେଟ୍‌ ଖେଳ, ନହେଲେ ଟିମ୍‌ରେ ନାହିଁ ସ୍ଥାନ !

ପାକିସ୍ତାନ-ଦୁବାଇରେ ଖେଳାଯିବାକୁ ଥିବା ଚାମ୍ପିଅନ୍ସ ଟ୍ରଫିରେ ରୋହିତ ଶର୍ମା ଭାରତୀୟ ଦଳର ଅଧିନାୟକ ହେବେ । ଯେତେବେଳେ ଶୁଭମନ ଗିଲ ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲି ବ୍ୟାଟସମ୍ୟାନ ଭାବରେ ଦଳରେ ସାମିଲ ହେବେ । ସେହିପରି ଘରୋଇ କ୍ରିକେଟରେ ଉତ୍କୃଷ୍ଟ ଫର୍ମ ଦେଖାଉଥିବା ଶ୍ରେୟସ ଆୟରଙ୍କ ଦଳରେ ସ୍ଥାନ ମଧ୍ୟ ନିଶ୍ଚିତ ମନେ ହେଉଛି । ଯଶସ୍ୱୀ ଜୟସ୍ୱାଲଙ୍କୁ ବ୍ୟାକଅପ୍ ଓପନର ଭାବରେ ଦଳରେ ସାମିଲ କରାଯାଇପାରେ । ସେହିପରି କେଏଲ ରାହୁଲ ଏବଂ ଋଷଭ ପନ୍ତଙ୍କୁ ୱିକେଟ୍‌କିପର ବ୍ୟାଟ୍ସମ୍ୟାନ୍‌ ଭାବେ ଦଳରେ ସ୍ଥାନ ମିଳିବା ସମ୍ଭାବନା ଅଧିକ ରହିଛି ।

Advertisment

ସ୍ପିନ୍ ବିଭାଗରେ ଅକ୍ଷର ପଟେଲ, କୁଲଦୀପ ଯାଦବ ଏବଂ ରବୀନ୍ଦ୍ର ଜାଡେଜାଙ୍କୁ ସାମିଲ କରାଯାଇପାରେ । ସେହିପରି ଦ୍ରୁତ ବୋଲିଂ ୟୁନିଟରେ ଚାରି ଜଣ ବିଶେଷଜ୍ଞ ଦ୍ରୁତ ବୋଲରଙ୍କୁ ସାମିଲ କରାଯାଇପାରେ । ଏହି ମେଗା ଟୁର୍ଣ୍ଣାମେଣ୍ଟରେ ବୁମ୍ରାଙ୍କ ସହିତ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ମଧ୍ୟ ବୋଲିଂ କରୁଥିବାର ଦେଖିବାକୁ ମିଳିପାରେ । ଏହା ବ୍ୟତୀତ, ଅର୍ଶଦୀପ ସିଂହ ଏବଂ ମହମ୍ମଦ ସିରାଜ ମଧ୍ୟ ଟିମ୍ ଇଣ୍ଡିଆରେ ସାମିଲ ହୋଇପାରନ୍ତି ।

ଚାମ୍ପିଅନ୍ସ ଟ୍ରଫି ପାଇଁ ସମ୍ଭାବ୍ୟ ଟିମ୍‌: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେ,ଲ ରାହୁଲ (ୱିକେଟ୍‌ କିପର), ଋଷଭ ପନ୍ତ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଜଶସ୍ୱୀ ଜୟସ୍ୱାଲ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଜସପ୍ରୀତ ବୁମ୍ରା, ମହମ୍ମଦ ସାମି, ଅର୍ଶଦୀପ ସିଂ, ମହମ୍ମଦ ସିରାଜ

ଅଧିକ ପଢ଼ନ୍ତୁ: ୪ ଖେଳାଳିଙ୍କୁ ମିଳିଲା ଖେଳରତ୍ନ ପୁରସ୍କାର, ପେଟକାରଙ୍କୁ ଜୀବନବ୍ୟାପୀ ପୁରସ୍କାର 

Team India Rohit Sharma
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ