Advertisment

IPL 2025 Final: IPL ଫାଇନାଲ ଭେନ୍ୟୁ ପରିବର୍ତ୍ତନକୁ ରାଜନୀତି; TMC କହିଲା, ବର୍ଷା କେବଳ ବାହାନା...ବେଙ୍ଗଲ ସହ କରାଯାଇଛି ଷଡ଼ଯନ୍ତ୍ର

ଏହା ଏକ ଷଡ଼ଯନ୍ତ୍ର। ରାଜନୈତିକ କାରଣରୁ ମ୍ୟାଚ୍ ସ୍ଥାନାନ୍ତରିତ କରାଯାଇଛି । ବର୍ଷା କେବଳ ଏକ ବାହାନା ।’ବୋଲି ଅରୂପ ବିଶ୍ୱାସ କହିଛନ୍ତି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ପଶ୍ଚିମବଙ୍ଗ ସହ ହୋଇଛି ଷଡ଼ଯନ୍ତ୍ର

ପଶ୍ଚିମବଙ୍ଗ ସହ ହୋଇଛି ଷଡ଼ଯନ୍ତ୍ର

ଜୁନ୍‌ ୩ରେ ଖେଳାଯିବ ଆଇପିଏଲ ୨୦୨୫ର ଗ୍ରାଣ୍ଡ ଫାଇନାଲ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଏହି ମେଗା ଇଭେଣ୍ଟର ଫାଇନାଲ ମ୍ୟାଚ୍‌ । ତେବେ ଆଇପିଏଲ ୨୦୨୫ର ଫାଇନାଲ ପ୍ରଥମେ କୋଲକାତାର ଇଡେନ୍‌ ଗାର୍ଡେନରେ ଖେଳାଯିବାର ଥିଲା । କିନ୍ତୁ ଏଥିରେ ପରିବର୍ତ୍ତନ କରାଯାଇ ଏବେ ଫାଇନାଲ ମ୍ୟାଚ୍‌ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି । ତେବେ ବିସିସିଆଇର ଏହି ନିଷ୍ପତ୍ତି ପରେ ରାଜନୀତି ଉଷ୍ମ ହୋଇଛି । ପଶ୍ଚିମବଙ୍ଗ କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ଅରୂପ ବିଶ୍ୱାସ ସ୍ଥାନ ପରିବର୍ତ୍ତନ ପାଇଁ କେନ୍ଦ୍ର ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ରାଜନୈତିକ କାରଣରୁ ଆଇପିଏଲ ଫାଇନାଲ ମ୍ୟାଚ୍‌ କୋଲକାତାରୁ ଅହମ୍ମଦାବାଦକୁ ସ୍ଥାନାନ୍ତର କରାଯାଇଛି।

Advertisment

ଅଧିକ ପଢ଼ନ୍ତୁ: IPLରେ ମ୍ୟାଚ୍‌ ହାରିବା ପରେ ମାଲିକଙ୍କର ହୋଇଥାଏ କେତେ କ୍ଷତି ?

ପଶ୍ଚିମବଙ୍ଗ ସରକାରଙ୍କ ମନ୍ତ୍ରୀ ଅରୂପ ବିଶ୍ୱାସ ପ୍ରଶ୍ନ କରିଛନ୍ତି ଯେ କାହିଁକି ବେଙ୍ଗଲ କ୍ରିକେଟ ପ୍ରେମୀଙ୍କୁ ବଞ୍ଚିତ କରାଯାଉଛି ? ଟିଏମସି ନେତା କେନ୍ଦ୍ର ମନ୍ତ୍ରୀ ସୁକାନ୍ତ ମଜୁମଦାରଙ୍କ ବୟାନ ଉପରେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ସୁକାନ୍ତ ମଜୁମଦାର ସୁରକ୍ଷାକୁ ଉଦ୍ଧୃତି ଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଥିଲେ । ତେବେ କେନ୍ଦ୍ର ମନ୍ତ୍ରୀ ସୁକାନ୍ତ ମଜୁମଦାରଙ୍କ ଏହି ବୟାନକୁ କାଉଣ୍ଟର କରି ଅରୂପ ବିଶ୍ୱାସ କହିଛନ୍ତି, ‘ସୁକାନ୍ତ ମଜୁମଦାର ଟ୍ୱିଟ୍ କରି କହିଛନ୍ତି ଯେ ସୁରକ୍ଷା କାରଣରୁ ଫାଇନାଲକୁ ସ୍ଥାନାନ୍ତର କରାଯାଇଛି, କିନ୍ତୁ ବିସିସିଆଇ କହୁଛି ଯେ ଖରାପ ପାଗ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି। ଏହା ଏକ ଷଡ଼ଯନ୍ତ୍ର। ରାଜନୈତିକ କାରଣରୁ ମ୍ୟାଚ୍ ସ୍ଥାନାନ୍ତରିତ କରାଯାଇଛି । ବର୍ଷା କେବଳ ଏକ ବାହାନା ।’ବୋଲି ଅରୂପ ବିଶ୍ୱାସ କହିଛନ୍ତି ।

ପୂର୍ବରୁ, କେନ୍ଦ୍ର ମନ୍ତ୍ରୀ ଏବଂ ପଶ୍ଚିମବଙ୍ଗ ବିଜେପି ସଭାପତି ସୁକାନ୍ତ ମଜୁମଦାର ଆଇପିଏଲ ଫାଇନାଲ ଆୟୋଜନ ଅଧିକାର ହରାଇବା ପାଇଁ ମମତା ବାନାର୍ଜୀ ସରକାରଙ୍କୁ ଦାୟୀ କରିଥିଲେ। ସେ କହିଥିଲେ, ‘ଇଡେନ ଗାର୍ଡେନ୍ସରୁ ଆଇପିଏଲ ଫାଇନାଲ ମ୍ୟାଚ୍ ସ୍ଥାନାନ୍ତର କରିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୁଶାସନର ଆଉ ଏକ ସ୍ପଷ୍ଟ ପ୍ରମାଣ । ଦୁର୍ବଳ ଆଇନ ଶୃଙ୍ଖଳା, ଭୁଷୁଡ଼ି ପଡ଼ିଥିବା ପ୍ରଶାସନିକ ବ୍ୟବସ୍ଥା ଏବଂ ରାଜନୈତିକ ଅକ୍ଷମତା ହେଉଛି ପ୍ରକୃତ କାରଣ।’

Advertisment

ବେଙ୍ଗଲକୁ ଗୁଜରାଟ ସହିତ ତୁଳନା କରି କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର କହିଛନ୍ତି, ‘ଆଜି ଗୁଜୁରାଟରେ ସବୁକିଛି ଘଟୁଛି କାରଣ ସେହି ରାଜ୍ୟରେ ସୁଶାସନ ଏବଂ ଭିତ୍ତିଭୂମି ଅଛି । ପଶ୍ଚିମବଙ୍ଗରେ କେବଳ ତୁଷ୍ଟୀକରଣ ଚାଲିଛି’ ବୋଲି ସେ କହିଛନ୍ତି ।

ସୂଚନା ଅନୁସାରେ ବିସିସିଆଇ ଗତ ମେ’ ୨୦ରେ ଆଇପିଏଲ କ୍ୱାଲିଫାୟର, ଏଲିମିନେଟର ଓ ଫାଇନାଲ ମ୍ୟାଚ୍‌ ପାଇଁ ଭେନ୍ୟୁ ପରିବର୍ତ୍ତନ କରିଥିଲା । ଆଇପିଏଲ ୨୦୨୫ର କ୍ୱାଲିଫାୟାର ୧ ଓ ଏଲିମିନେଟର ମ୍ୟାଚ୍‌ ମୋହାଲିର ନ୍ୟୁ ପିସିଏ ଷ୍ଟାଡିୟମରେ ଖେଳାଯିବ। ସେହିପରି କ୍ୱାଲିଫାୟାର-୨ ଓ ଫାଇନାଲ ମ୍ୟାଚ୍‌ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ।

ଅଧିକ ପଢ଼ନ୍ତୁ: ଭାରତ-ପାକିସ୍ତାନ ଟେନସନ, ଏସିଆ କପରୁ ଓହରିବା ନେଇ ଏମିତି କହିଲେ BCCI ସମ୍ପାଦକ

West Bengal BJP TMC IPL IPL 2025
Advertisment
Related Articles
Advertisment