• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଚର୍ଚ୍ଚାରେ ରନ୍‌ ମେସିନ୍‌ଙ୍କ ଫ୍ୟାନ୍‌ । କିଙ୍ଗ୍‌ କୋହଲିଙ୍କୁ ଦେଖିବାକୁ କଲେ ୧୫୬୮ କିମି  ଯାତ୍ରା । ଲଗାତାର ୬ ମ୍ୟାଚ୍‌ ଜିତି ପ୍ଲେଅଫ୍‌କୁ ଯାଇଥିବା ଆର୍‌ସିବି ଆଇପିଏଲ୍‌ରୁ ଏଲିମିନେଟ୍‌ ହୋଇଛି । ବୁଧବାର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ରାଜସ୍ଥାନ ରୟାଲ୍ସ ୪ ୱିକେଟ୍‌ରେ ଆର୍‌ସିବିକୁ ହରାଇ କ୍ବାଲିଫାୟର-୨ରେ ପହଞ୍ଚିଛି । ତା ସହ ଚାରି ମ୍ୟାଚ୍ ପରାଜୟ ଧାରାରେ ବ୍ରେକ୍ ଲଗାଇଥିଲା । ଫଳରେ ଆର୍‌ସିବି ଓ ‌ବିରାଟ କୋହଲିଙ୍କ ଆଇପିଏଲ୍‌ ଟ୍ରଫି ଜିତିବା ସ୍ବପ୍ନ ପୁଣି ଥରେ ଅଧୁରା ରହିଯାଇଛି । କିନ୍ତୁ ମ୍ୟାଚ୍ ସମୟରେ ଜଣେ ଫ୍ୟାନ୍‌ଙ୍କ ପୋଷ୍ଟ ଅନେକ ଚର୍ଚ୍ଚା ସୃଷ୍ଟି କରିଛି ।

ବିରାଟ କୋହଲିଙ୍କ ଏହି ଫ୍ୟାନ୍‌ ପୋଷ୍ଟରେ ଲେଖିଛନ୍ତି ଯେ ଘର ଭଡା ଏବଂ ଖାଇବା ଟଙ୍କା ସଂଚୟ କରି ସେ ୧୫୬୮ କିମି ଯାତ୍ରା କରି  ଆରସିବି ଷ୍ଟାର ଖେଳାଳି ବିରାଟ କୋହଲିଙ୍କୁ ଦେଖିବାକୁ ଆସିଛନ୍ତି । ତେବେ ଏହି ଘଟଣା ଘଟିବା ପରେ ମେ’ ୨୪ରେ ଶୁକ୍ରବାର ଦିନ ଏକ ଅନ୍‌ଲାଇନ୍ ଖାଦ୍ୟ ବିତରଣ କମ୍ପାନୀ ଘୋଷଣା କରିଛି ଯେ କୋହଲିଙ୍କ ଏହି ଫ୍ୟାନ୍‌ଙ୍କୁ ଏକ ମାସ ପାଇଁ ମାଗଣାରେ ଖାଇବା ଦେବ । ଫ୍ୟାନ୍‌ଙ୍କ ପାଇଁ ପଠାଯାଇଥିବା ଖାଦ୍ୟର ଏକ ଫଟୋ ମଧ୍ୟ ସେୟାର କରିଛି କମ୍ପାନୀ ।

 

ସୂଚନାଯୋଗ୍ୟ ଯେ ବିରାଟ କୋହଲି ଆଇପିଏଲ୍ ୨୦୨୪ରେ ଭଲ ଫର୍ମରେ ଥିଲେ । କୋହଲି ହାରାହାରି ୬୧.୭୫ ଏବଂ ଷ୍ଟ୍ରାଇକ୍ ରେଟ୍ ୧୫୪.୬୯ରେ ୧୪ଟି ଇନିଂସ ଖେଳି ୭୪୧ ରନ୍ ସ୍କୋର କରି ଅରେଞ୍ଜ କ୍ୟାପ୍ ମଧ୍ୟ ଜିତିଛନ୍ତି । ଏଲିମଟର ମ୍ୟାଚ୍‌ରେ କୋହଲି ୨୪ ବଲରେ ୩୩ ରନର ଇନିଂସ ଖେଳିଥିଲେ । କୋହଲିଙ୍କ ୱିକେଟ୍‌ ୟୁଜବେନ୍ଦ୍ର ଚହଲ ନେଇଥିଲେ । ଚହଲଙ୍କ ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ବିରାଟ କୋହଲିଙ୍କୁ ଆଉଟ୍‌ କରିଥିଲେ।

ଆମେ ଆପଣଙ୍କୁ କହି ରଖୁଛୁ ଯେ ଏଲିମଟର ମ୍ୟାଚ୍‌ରେ ଆରସିବି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ୍ ହରାଇ ୧୭୨ ରନ୍ ସ୍କୋର କରିଥିଲା ​​। ରଜତ ପାଟିଦାର ସର୍ବାଧିକ ୩୪ ରନ୍‌ କରିଥିଲେ । ଅଭେଶ ଖାନ ତିନୋଟି ୱିକେଟ୍ ନେଇଥିଲେ । ଟାର୍ଗେଟକୁ ଗୋଡାଇ ରାଜସ୍ଥାନ ୧୯ ଓଭରରେ ୧୭୪ ରନ ସ୍କୋର କରି ବିଜୟ ହାସଲ କରିଥିଲା । 
 

OTV is now on Whatsapp

Join and get latest news update delivered to you via whatsapp

Join Now