Giant Killer Afghanistan: ଆଇସିସି ଟୁର୍ଣ୍ଣାମେଣ୍ଟର ଜ୍ୟାଣ୍ଟ କିଲର ଆଫଗାନିସ୍ତାନ

ଆଫଗାନିସ୍ତାନକୁ ଏକ ଦୁର୍ବଳ ଦଳ ଭାବରେ ଗଣାଯାଏ। ତେବେ ନିକଟ ଅତୀତରେ ଏହି ଦଳର ପ୍ରଦର୍ଶନକୁ ଦେଖିଲେ ଏହାକୁ ଡାର୍କ ହର୍ସ ବା ଅଣ୍ଡରଡଗ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଚଳିତ ଚାମ୍ପିୟନ୍ସ ଟ୍ରଫିରେ ଇଂଲଣ୍ଡକୁ ପରାସ୍ତ କରି ବିଦା କରି ସାରିଥିବା ବେଳେ ଶେଷ ମ୍ୟାଚ ଅଷ୍ଟ୍ରେଲିଆକୁ ଭେଟିବ। ଏହି ମ୍ୟାଚ ଜିତିଲେ ଆଫଗାନିସ୍ତାନ ନିକଟରେ ସେମି ଫାଇନାଲ ପ୍ରବେଶ କରିବାର ସୁଯୋଗ ରହିଛି।

afghanistan

ଆଫଗାନିସ୍ତାନକୁ ଏକ ଦୁର୍ବଳ ଦଳ ଭାବରେ ଗଣାଯାଏ। ତେବେ ନିକଟ ଅତୀତରେ ଏହି ଦଳର ପ୍ରଦର୍ଶନକୁ ଦେଖିଲେ ଏହାକୁ ଡାର୍କ ହର୍ସ ବା ଅଣ୍ଡରଡଗ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଚଳିତ ଚାମ୍ପିୟନ୍ସ ଟ୍ରଫିରେ ଇଂଲଣ୍ଡକୁ ପରାସ୍ତ କରି ବିଦା କରି ସାରିଥିବା ବେଳେ ଶେଷ ମ୍ୟାଚ ଅଷ୍ଟ୍ରେଲିଆକୁ ଭେଟିବ। ଏହି ମ୍ୟାଚ ଜିତିଲେ ଆଫଗାନିସ୍ତାନ ନିକଟରେ ସେମି ଫାଇନାଲ ପ୍ରବେଶ କରିବାର ସୁଯୋଗ ରହିଛି। ଏହା ସହିତ ୨୦୨୩ ଦିନିକିଆ ବିଶ୍ବକପ ପରାଜୟ ପ୍ରତିଶୋଧ ନେବାର ସୁଯୋଗ ମଧ୍ୟ ରହିବ। ଏହା ପୂର୍ବରୁ ୨୦୨୪ ଟି୨୦ ବିଶ୍ବକପରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା ଆଫଗାନିସ୍ତାନ।

ବୁଧବାର ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫି ମ୍ୟାଚରେ ଆଫଗାନିସ୍ତାନ ୮ ରନରେ ଇଂଲଣ୍ଡକୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ଇବ୍ରାହିମ ଜାଦ୍ରାନଙ୍କ ୧୭୭ ରନ ବଳରେ ୭ ୱିକେଟ ହରାଇ ୩୫୨ ରନ କରିଥିଲା। ଏହା ସହ ଇବ୍ରାହିମ ଚାମ୍ପିୟନ୍ସ ଟ୍ରଫି ଇତିହାସର ସର୍ବାଧିକ ବ୍ୟକ୍ତିଗତ ସ୍କୋର ରେକର୍ଡ କରିଥିଲେ। ଜବାବରେ ଇଂଲଣ୍ଡ ୪୯.୫ ଓଭରରେ ୩୧୭ ରନରେ ଅଲଆଉଟ ହୋଇଥିଲା। ଦଳ ପକ୍ଷରୁ ଜୋ ରୁଟ ଲଢୁଆ ୧୨୦ ରନ କରିଥିଲେ। ଆଫଗାନିସ୍ତାନ ପକ୍ଷରୁ ଅଜମତଉଲ୍ଲା ଓମାରଜାଇ ୫ ୱିକେଟ ନେଇଥିଲେ। ତେବେ ଏହି ବିଜୟ ପରେ ଅନେକ କ୍ରିକେଟ ପଣ୍ଡିତ ଆଫଗାନିସ୍ତାନକୁ ଗମ୍ଭୀର ଭାବରେ ନେବା ଉପରେ ଗୁରୁତ୍ବ ଦେଇଛନ୍ତି। ଅତୀତରେ ଅନେକ ଭଲ ଟିମକୁ ଆଫଗାନିସ୍ତାନ ଧୂଳି ଚଟାଇବାରେ ସମର୍ଥ ହୋଇଛି।

ଅଧିକ ପଢ଼ନ୍ତୁ: ବାଂଲାଦେଶକୁ ହରାଇଲା ନ୍ୟୁଜିଲାଣ୍ଡ,ଚାମ୍ପିୟନ୍ସ ଟ୍ରଫିରୁ ବିଦା ହେଲା ପାକିସ୍ତାନ

ଇଂଲଣ୍ଡ, ୨୦୨୩ ବିଶ୍ବକପ- ୨୦୨୩ ଦିନିକିଆ ବିଶ୍ବକପରେ ବଡ଼ ବିପର୍ଯ୍ୟୟ ଘଟାଇ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ୬୯ ରନରେ ହରାଇଥିଲା। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ସାମ୍ନାରେ ୨୮୫ ରନ୍‌ର ଟାର୍ଗେଟ ରଖିଥିଲା ଆଫଗାନିସ୍ତାନ। ଜବାବରେ ସ୍ପିନ ଜାଲରେ ଫସି ମାତ୍ର ୨୧୫ ରନ୍‌ କରି ଅଲଆଉଟ ହୋଇଥିଲା ବିଶ୍ୱ ଚାମ୍ପିୟନ ଇଂଲଣ୍ଡ। ଆଫଗାନିସ୍ତାନ ପକ୍ଷରୁ ରହମାନଉଲ୍ଲା ଗୁରବାଜ ସର୍ବାଧିକ ୮୦ ରନ୍‌ କରିଥିଲେ। ଆଫଗାନିସ୍ତାନ ପକ୍ଷରୁ ମୁଜିବ ଉର୍ ରେହମାନ ଓ ରାଶିଦ୍ ଖାନ୍‌ ୩ଟି ଲେଖାଏଁ ୱିକେଟ ନେଇଥିବାବେଳେ ମହମ୍ମଦ ନବି ୨ଟି ୱିକେଟ ନେଇଥିଲେ।

ପାକିସ୍ତାନ, ୨୦୨୩ ବିଶ୍ବକପ- ସମାନ ୨୦୨୩ ବିଶ୍ବକପରେ ପାକିସ୍ତାନକୁ ୮ ୱିକେଟରେ ପରାସ୍ତ କରିଥିଲା ଆଫଗାନିସ୍ତାନ। ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୮୨ ରନ କରିଥିବା ବେଳେ ଆଫଗାନିସ୍ତାନ ୨ ୱିକେଟ ହରାଇ ୨୮୬ ରନ କରି ବିଜୟୀ ହୋଇଥିଲା। ପାକିସ୍ତାନ ପକ୍ଷରୁ ବାବର ଅଜମ ୭୪, ଅବଦୁଲ୍ଲା ଶଫିକ ୫୮ ରନ କରିଥିଲେ। ଅନ୍ୟ ପକ୍ଷରେ ଆଫଗାନିସ୍ତାନ ପକ୍ଷରୁ ଇବ୍ରାହିମ ଜାଦ୍ରାନ ସର୍ବାଧିକ ୮୭ ଓ ରେହମତ ଶାହା ଅପରାଜିତ ୭୭ ରନର ଇନିଂସ ଖେଳିଥିଲେ।

ଅଷ୍ଟ୍ରେଲିଆ, ୨୦୨୪ ଟି୨୦ ବିଶ୍ବକପ- ୨୦୨୪ ଟି୨୦ ବିଶ୍ବକପ ସେମି ଫାଇନାଲରେ ପ୍ରବେଶ କରିଥିବା ଆଫଗାନିସ୍ତାନ ପୂର୍ବତନ ବିଶ୍ବ ଚାମ୍ପିୟନ ଅଷ୍ଟ୍ରେଲିଆକୁ ୨୧ ରନରେ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ୨୦ ଓଭରରେ ୬ ୱିକେଟ ହରାଇ ୧୪୮ ରନ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୧୯.୨ ଓଭରରେ ୧୨୭ ରନରେ ଅଲଆଉଟ ହୋଇଥିଲା। ଏହି ମ୍ୟାଚରେ ଆଫଗାନି ବ୍ୟାଟରଙ୍କ ମଧ୍ୟରେ ରହମାନଉଲ୍ଲା ଗୁରବାଜ ୬୦ ଓ ଇବ୍ରାହିମ ଜାଦ୍ରାନ ୫୧ ରନ କରିଥିଲେ। ଜବାବରେ ଅଷ୍ଟ୍ରେଲିଆ ପକ୍ଷରୁ ଗ୍ଲେନ ମ୍ୟାକ୍ସୱେଲ ୫୯ ରନ କରିଥିଲେ। ଗୁଲବଦିନ ନାଏବ ୪ ୱିକେଟ ନେଇ ବିଜୟରେ ମୁଖ୍ୟ ନାୟକ ସାଜିଥିଲେ।

ବାଂଲାଦେଶ, ୨୦୨୪ ଟି୨୦ ବିଶ୍ବକପ- ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ଟି୨୦ ବିଶ୍ବକପରେ ବାଂଲାଦେଶକୁ ଏକ ଲୋ ସ୍କୋରିଙ୍ଗ ମ୍ୟାଚରେ ମାତ ଦେଇଥିଲା ବାଂଲାଦେଶ। ପିଚ ସମାନ୍ୟ ଧୀମା ରହିଥିବା ବେଳେ ଉଭୟ ଦଳର ସ୍ପିନର ମାନେ ସଫଳ ହୋଇଥିଲେ। ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୧୫ ରନରେ ଅଲଆଉଟ ହୋଇଥିଲା। ଜବାବରେ ବାଂଲାଦେଶ ୧୭.୫ ଓଭରରେ ୧୦୫ ରନରେ ଅଲଆଉଟ ହୋଇଥିଲା। ଆଫଗାନିସ୍ତାନ ପକ୍ଷରୁ ରାଶିଦ ଖାନ ଓ ନବୀନ ଉଲ ହକ ୪ଟି ଲେଖାଏ ୱିକେଟ ନେଇଥିଲେ।

ଅଧିକ ପଢ଼ନ୍ତୁ: ଭାରତର ବିଜୟ ପରେ ସାମ୍ନାକୁ ଆସିଲେ IIT ବାବା, କହିଲେ...