Advertisment

Abhishek Nayar's New Role After BCCI Exit: ବିସିସିଆଇ ବିଦା କରିବା ପରେ ନୂଆ ଦାୟିତ୍ବରେ ଅଭିଷେକ ନାୟାର

ନିକଟରେ ଭାରତୀୟ ଦଳର ସହକାରୀ କୋଚ୍‌ ପଦରୁ ବହିଷ୍କୃତ ହୋଇଥିବା ଅଭିଷେକ ନାୟାରଙ୍କୁ ମିଳିଛି ନୂଆ ନିଯୁକ୍ତି। ବିସିସିଆଇ ଘୋଷଣାର ଦିନକ ପରେ ଟି୨୦ କ୍ରିକେଟର ମହାକୁମ୍ଭ ଆଇପିଏଲ୍‌କୁ ଫେରିଛନ୍ତି ନାୟାର। ସେ କୋଲ୍‌କାତା ନାଇଟ୍‌ ରାଇଡର୍ସରେ ସପୋର୍ଟ ଷ୍ଟାଫ୍‌ ଭାବେ ଯୋଗଦେଇଛନ୍ତି।

ଅଦ୍ୟତନ ହୋଇଛି
nayar

nayar

Advertisment

ନିକଟରେ ଭାରତୀୟ ଦଳର ସହକାରୀ କୋଚ୍‌ ପଦରୁ ବହିଷ୍କୃତ ହୋଇଥିବା ଅଭିଷେକ ନାୟାରଙ୍କୁ ମିଳିଛି ନୂଆ ନିଯୁକ୍ତି। ବିସିସିଆଇ ଘୋଷଣାର ଦିନକ ପରେ ଟି୨୦ କ୍ରିକେଟର ମହାକୁମ୍ଭ ଆଇପିଏଲ୍‌କୁ ଫେରିଛନ୍ତି ନାୟାର। ସେ କୋଲ୍‌କାତା ନାଇଟ୍‌ ରାଇଡର୍ସରେ ସପୋର୍ଟ ଷ୍ଟାଫ୍‌ ଭାବେ ଯୋଗଦେଇଛନ୍ତି। ଏ ନେଇ କେକେଆର୍‌ ପକ୍ଷରୁ ଘୋଷଣା କରାଯାଇଛି।

Advertisment

ଅଧିକ ପଢନ୍ତୁ:ଇଣ୍ଟରନେଟରେ ହୃଦୟ ଜିତିଲେ ଶ୍ରେୟସ ଆୟର, ଫ୍ୟାନଙ୍କ ସହିତ ନେଲେ ସେଲଫି

ନିର୍ଦ୍ଦିଷ୍ଟ ଭାବେ ତାଙ୍କ ଦାୟିତ୍ୱ ଓ ପଦବୀ ସମ୍ପର୍କରେ କିଛି କୁହାଯାଇନାହିଁ। ତେବେ ଟିମ୍‌ ଇଣ୍ଡିଆର ଖରାପ ପ୍ରଦର୍ଶନ ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ମୁମ୍ବାଇର ପୂର୍ବତନ ଅଲରାଉଣ୍ଡର ଅଭିଷେକ ଗତ ସିଜନ ଯାଏ କୋଲକାତା ନାଇଟ ରାଇଡର୍ସ ସହ ଥିଲେ। ଗମ୍ଭୀରଙ୍କ ସହିତ ମିଶି ସେ କୋଲକାତାକୁ ଏକ ଦଶନ୍ଧି ପରେ ଆଇପିଏଲ୍‌ ଟାଇଟଲ ଜିତାଇଥିଲେ। ଏପରିକି ଅନେକ ଖେଳାଳିଙ୍କ ସହ ବ୍ୟକ୍ତିଗତ ଭାବରେ ନାୟାର କାମ କରିଛନ୍ତି। ରୋହିତ ଶର୍ମା, ଦୀନେଶ କାର୍ତ୍ତିକ ଓ ଲୋକେଶ ରାହୁଲଙ୍କ ଭଳି ଖେଳାଳି ଏହା ସ୍ବୀକାର ମଧ୍ୟ କରିଛନ୍ତି। ଏଥିସହିତ କେକେଆର୍‌ ଏକାଡେମୀରେ ଯୁବ ଖେଳାଳିଙ୍କ ଉନ୍ନତିରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଥିଲା। ଚଳିତ ସିଜନରେ କୋଲକାତା ସଂଘର୍ଷ କରୁଥିବା ଦେଖାଯାଉଛି। ଖେଳିଥିବା ୭ ମ୍ୟାଚ୍‌ରୁ ଦଳ ୩ରେ ବିଜେତା ହୋଇଛି। ଏଣୁ ନାୟାରଙ୍କ ପ୍ରତ୍ୟାବର୍ତ୍ତନ ଦଳ ପାଇଁ ସହାୟକ ହେବ ବୋଲି ଆଶା କରାଯାଉଛି।

Advertisment

ଆସନ୍ତା ଇଂଲଣ୍ଡ ସିରିଜ ପୂର୍ବରୁ ନାୟାରଙ୍କ ସମେତ ଫିଲ୍ଡିଙ୍ଗ କୋଚ ଟି. ଦିଲୀପ ଓ ଷ୍ଟ୍ରେନ୍ଥ ଓ କଣ୍ଡିସନିଙ୍ଗ କୋଚ ସୋହମ ଦେଶାଇଙ୍କୁ ବିଦା କରିଥିଲା ବିସିସିଆଇ। ସୋହମ ଦେଶାଇଙ୍କ ସ୍ଥାନରେ ଦକ୍ଷିଣ ଆଫ୍ରିକାର ଆଡ୍ରିଆନ ଲି ରକ୍ସଙ୍କୁ ନିଯୁକ୍ତି ମିଳିବ। ତେବେ ଅନ୍ୟ ୨ ସ୍ଥାନରେ କାହାକୁ ନିଯୁକ୍ତି ମିଳି ନାହିଁ। ଅଭିଷେକ ନାୟାରଙ୍କ ସ୍ଥାନରେ ସୀତାଂଶୁ କୋଟାକ ସହକାରୀ କୋଚ ଦାୟିତ୍ବ ନିର୍ବାହ କରିବେ। ସେହିପରି ବର୍ତ୍ତମାନର ବ୍ୟାଟିଂ କୋଚ ରହିଥିବା ରାୟାନ ଟେନ ଡୋଶ୍ଚାଟେ ଅତିରିକ୍ତ ଭାବେ ଫିଲ୍ଡିଂ କୋଚ ଦାୟିତ୍ବରେ ନଜର ଆସିବେ। ବର୍ଡର ଗାଭାସ୍କର ଟ୍ରଫିରେ ଭାରତୀୟ ବ୍ୟାଟରଙ୍କ ବିଫଳତା ପାଇଁ ନାୟାରଙ୍କୁ ଦାୟୀ କରାଯାଇଥିଲା। ଗମ୍ଭୀରଙ୍କ ପରାମର୍ଶରେ ହିଁ ନାୟାରଙ୍କୁ ନିଯୁକ୍ତି ଦିଆଯାଇଥିଲା। ତେବେ ବ୍ୟାଟରଙ୍କ ବିଫଳତା ପରେ ସୀତାଂଶୁ କୋଟାକଙ୍କୁ ନିଯୁକ୍ତ କରିଥିଲେ ଗମ୍ଭୀର।

ଅଧିକ ପଢନ୍ତୁ:ଟ୍ରଫି ଜିତିବା ସତ୍ତ୍ବେ କୋଚଙ୍କୁ ବିଦା କରିବ ବିସିସିଆଇ, ଚାମ୍ପିୟନ୍ସ ଟ୍ରଫି ଦଳରେ ସାମିଲ ଥିଲେ

Advertisment
BCCI Gautam Gambhir Kolkata Night Riders IPL 2025
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ