Advertisment

Khel Ratna and Arjun Award: ୪ ଖେଳାଳିଙ୍କୁ ମିଳିଲା ଖେଳରତ୍ନ ପୁରସ୍କାର, ପେଟକାରଙ୍କୁ ଜୀବନବ୍ୟାପୀ ପୁରସ୍କାର

ରାଷ୍ଟ୍ରପତି ଭବନରେ ଦେଶର ପ୍ରଥମ ନାଗରିକ ଦ୍ରୌପଦୀ ମୁର୍ମୁ ସମସ୍ତ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ। ମନୁ ଭାକର, ଡି ଗୁକେଶ, ହରମନପ୍ରୀତ ସିଂ ଏବଂ ପାରା ଆଥଲେଟ୍ ପ୍ରବୀଣ କୁମାରଙ୍କୁ ଖେଳରତ୍ନରେ ସମ୍ମାନିତ କରାଯାଇଥିଲା।

ଅଦ୍ୟତନ ହୋଇଛି
Khel Ratna

Khel Ratna

Advertisment

ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ମେଜର ଧ୍ୟାନଚାନ୍ଦ ଖେଳରତ୍ନ ଓ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଭବନରେ ଦେଶର ପ୍ରଥମ ନାଗରିକ ଦ୍ରୌପଦୀ ମୁର୍ମୁ ସମସ୍ତ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ। ମନୁ ଭାକର, ଡି ଗୁକେଶ, ହରମନପ୍ରୀତ ସିଂ ଏବଂ ପାରା ଆଥଲେଟ୍ ପ୍ରବୀଣ କୁମାରଙ୍କୁ ଖେଳରତ୍ନରେ ସମ୍ମାନିତ କରାଯାଇଥିଲା। ଅନ୍ୟ ପକ୍ଷରେ ୩୨ ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା।

Advertisment

ପ୍ୟାରିସ ୨୦୨୪ରେ ଡବଲ ମେଡାଲ ବିଜେତା ମନୁ ଭାକରଙ୍କୁ ଶୁକ୍ରବାର ସମ୍ମାନିତ କରାଯାଇଥିଲା। ମନୁ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଓ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ ଇଭେଣ୍ଟରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିଲେ। ପ୍ରଥମ ଭାରତୀୟ ମହିଳା ଆଥଲେଟ ଭାବେ ମନୁ ଗୋଟିଏ ସଂସ୍କରଣରେ ଦୁଇଟି ପଦକ ଜିତିଥିବା ବେଳେ ପି.ଭି. ସିନ୍ଧୁଙ୍କ ପରେ ଦ୍ବିତୀୟ ମହିଳା ଖେଳାଳି ଭାବେ ଏଭଳି କୃତିତ୍ବ ନିଜ ନାମରେ କରିଥିଲେ। ଏହା ସହିତ ସେ ଶୁଟିଂରେ ରହିଥିବା ୧୨ ବର୍ଷର ପଦକ ମରୁଡି ଶେଷ କରିଥିଲେ।

ସମାନ ଭାବରେ ପ୍ୟାରିସ ୨୦୨୪ରେ ଭାରତୀୟ ହକି ଦଳ ହରମନପ୍ରୀତ ସିଂଙ୍କ ନେତୃତ୍ବରେ କ୍ରମାଗତ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲା। ୨୦୨୧ ସଫଳତାକୁ ଭାରତ ବଜାୟ ରଖିଥିବା ବେଳେ ହରମନପ୍ରୀତ ଦଳ ପକ୍ଷରୁ ସର୍ବାଧିକ ଗୋଲ ସ୍କୋର ରହିଥିଲେ।

Advertisment

ସେହିପରି ବିଶ୍ବ ଚେସ ଚାମ୍ପିୟନଶିପ ଓ ଚେସ ଅଲିମ୍ପିଆଡରେ ସ୍ବର୍ଣ୍ଣ ପଦକ ଜିତିବା ସହ ସେନସେଶନ ପାଲଟିଥିବା ଡି. ଗୁକେଶଙ୍କୁ ଖେଳରତ୍ନ ପ୍ରଦାନ କରାଯାଇଥିଲା। ବିଶ୍ବ ଚେସ ଚାମ୍ପିୟନଶିପର ଅନ୍ତିମ ରାଉଣ୍ଡରେ ଚାଇନାର ଡିଙ୍ଗ ଲିରେନଙ୍କ ବିପକ୍ଷରେ ଅଦ୍ଭୂତପୂର୍ବ ବିଜୟ ସହ ଟାଇଟଲ ଜିତିଥିଲେ ଗୁକେଶ। ବିଶ୍ବନାଥନ ଆନନ୍ଦଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ସେ ଏହି ଟାଇଟଲ ଜିତିଥିଲେ।

ଅଧିକ ପଢ଼ନ୍ତୁ: ଚାମ୍ପିୟନ୍ସ ଟ୍ରଫି ପାଇଁ ରାହୁଲ, ପାଣ୍ଡ୍ୟାଙ୍କୁ ଉପେକ୍ଷା

ଚତୁର୍ଥ ଖେଳାଳି ଭାବେ ପ୍ୟାରିସ ପାରାଲିମ୍ପିକ୍ସରେ ଟି୬୪ ହାଇଜମ୍ପରେ ସ୍ବର୍ଣ୍ଣ ବିଜୟୀ ପ୍ରବୀଣ କୁମାରଙ୍କୁ ଖେଳରତ୍ନରେ ସମ୍ମାନିତ କରାଯାଇଛି। ପ୍ୟାରିସରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ପ୍ରବୀଣ ପୂର୍ବରୁ ଟୋକିଓ ଗେମ୍ସରେ ରୌପ୍ୟ ଓ ଏସିଆନ ପାରା ଗେମ୍ସରେ ରୌପ୍ୟ ପଦକ ଜିତିଥିଲେ।

Advertisment

ପୂର୍ବତନ ପାରା ଅଲିମ୍ପିଆନ ମୁରଲୀକାନ୍ତ ରାଜାରାମ ପେଟକାରଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ମିଳିଥିଲା। ୧୯୭୨ ଜର୍ମାନୀ ପାରାଲିମ୍ପିକ୍ସରେ ପେଟକାର ସ୍ବର୍ଣ୍ଣ ପଦକ ଜିତିଥିଲେ। ନିକଟରେ ତାଙ୍କ ଜୀବନ ଉପରେ ଚନ୍ଦୁ ଚାମ୍ପିୟନ ଫିଲ୍ମ ନିର୍ମାଣ କରିଥିଲେ କବୀର ଖାନ।

ଏହା ବ୍ୟତୀତ ୩୨ ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ମଧ୍ୟରେ ୧୭ ଜଣ ପାରା ଆଥଲେଟ ଓ ୧୫ ଜଣ ସାଧାରଣ ଆଥଲେଟ ରହିଛନ୍ତି। ୫ ଜଣ ହକି ଖେଳାଳିଙ୍କ ମଧ୍ୟରୁ ଜଣେ ମହିଳା ଓ ୪ ଜଣ ପୁରୁଷ ଖେଳାଳି ଅଛନ୍ତି। ପୁରୁଷ ଶୁଟରଙ୍କ ମଧ୍ୟରେ ସ୍ବପ୍ନିଲ କୁଶାଲେ ଓ ସରବଜୋତ ସିଂଙ୍କୁ ଅର୍ଜୁନ ପୁରସ୍କାର ମିଳିଥିଲା। ଅଲିମ୍ପିକ୍ସରେ ଅନ୍ୟତମ ବ୍ରୋଞ୍ଜ ବିଜୟୀ ଅମନ ଶେରାୱତଙ୍କୁ ମଧ୍ୟ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

ଅଧିକ ପଢ଼ନ୍ତୁ: ପାର୍ଟନରଙ୍କୁ ଅଲଗା ହେଇଛନ୍ତି ଏହି ଭାରତୀୟ କ୍ରିକେଟର

 

Manu Bhaker Khel Ratna Draupadi Murmu Major Dhyan Chand Khel Ratna Award
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ