Advertisment

Manu Bhaker to Return Medal: ପ୍ୟାରିସ ଅଲିମ୍ପିକ୍ସର ଡବଲ ମେଡାଲ ଫେରାଇବେ ମନୁ ଭାକର, ଜାଣନ୍ତୁ କାହିଁକି...

ମନୁଙ୍କ ସମେତ ଏକାଧିକ ଆଥଲେଟଙ୍କ ପଦକର ରଙ୍ଗ ଛାଡି ଯାଇଥିଲା। ପଦକ ଖରାପ ହୋଇଥିବା ନେଇ ଅଭିଯୋଗ ଆସିବା ପରେ ପଦକ ଗୁଡିକ ଫେରାଇ ନେବାକୁ ନିଷ୍ପତ୍ତି ନେଇଛି ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି।

author-image
Saroj Kumar Jena
ଅଦ୍ୟତନ ହୋଇଛି
manu bhaker

manu bhaker

ପ୍ୟାରିସ ୨୦୨୪ରେ ଡବଲ ମେଡାଲ ବିଜେତା ମନୁ ଭାକର ନିଜ ପଦକ ‍ଫେରାଇବାକୁ ଯାଉଛନ୍ତି। ମନୁ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଓ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ ଇଭେଣ୍ଟରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିଲେ। ପ୍ରଥମ ଭାରତୀୟ ମହିଳା ଆଥଲେଟ ଭାବେ ମନୁ ଗୋଟିଏ ସଂସ୍କରଣରେ ଦୁଇଟି ପଦକ ଜିତିଥିବା ବେଳେ ପି.ଭି. ସିନ୍ଧୁଙ୍କ ପରେ ଦ୍ବିତୀୟ ମହିଳା ଖେଳାଳି ଭାବେ ଏଭଳି କୃତିତ୍ବ ନିଜ ନାମରେ କରିଥିଲେ। ଏହାର ସହିତ ସେ ଶୁଟିଂରେ ରହିଥିବା ୧୨ ବର୍ଷର ପଦକ ମରୁଡି ଶେଷ କରିଥିଲେ।

Advertisment

ମନୁଙ୍କ ସମେତ ଏକାଧିକ ଆଥଲେଟଙ୍କ ପଦକର ରଙ୍ଗ ଛାଡି ଯାଇଥିଲା। ପଦକ ଖରାପ ହୋଇଥିବା ନେଇ ଅଭିଯୋଗ ଆସିବା ପରେ ପଦକ ଗୁଡିକ ଫେରାଇ ନେବାକୁ ନିଷ୍ପତ୍ତି ନେଇଛି ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି। ଫ୍ରାନ୍ସ ସରକାରଙ୍କ ମୋନେ ଡି ପ୍ୟାରିସ ବିଭାଗ ପଦକ ଗୁଡିକ ଫେରସ୍ତ ନେବ। ସମସ୍ତ ପଦକ ଗୁଡିକ ଫେରସ୍ତ ଯିବା ସହିତ ପୁନର୍ବାର ଅବିକଳ ପଦକ ସମସ୍ତ ଆଥଲେଟଙ୍କୁ ଦିଆଯିବ। ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହି ପ୍ରକ୍ରିୟା ସମ୍ପୂର୍ଣ ହେବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି କହିଛି।

୨୦୨୪ ପ୍ୟାରିସ ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସର ପଦକ ଗୁଡିକ ଏଇଫିଲ ଟାୱାରର ଭଗ୍ନାବଶେଷରେ ନିର୍ମାଣ କରାଯାଇଥିଲା। ସମୁଦାୟ ୫୦୮୪ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ପ୍ରତିଯୋଗୀଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। ସ୍ବାଧୀନ ଭାରତର ପ୍ରଥମ ମହିଳା ଆଥଲେଟ ଭାବେ ମନୁ ଗୋଟିଏ ସଂସ୍କରଣରେ ଦୁଇଟି ପଦକ ଜିତିଥିଲେ। ୧୦ ମିଟର ଏୟାର ପିସ୍ତଲ ମହିଳା ଇଭେଣ୍ଟରେ ମନୁ ଭାରତର ପଦକ ଖାତା ଖୋଲିଥିବା ବେଳେ ସରବଜୋତ ସିଂଙ୍କ ସହ ମିଶି ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ ଇଭେଣ୍ଟରେ ଦ୍ବିତୀୟ ବ୍ରୋଞ୍ଜ ବିଜୟୀ ହୋଇଥିଲେ।

Advertisment

ଅଧିକ ପଢନ୍ତୁ:ଘୋଷଣା ହେଲା ଖେଳରତ୍ନ ପୁରସ୍କାର; ତାଲିକାରେ ଅଛନ୍ତି ଏହି ୪ ଖେଳାଳି

ପିତାଙ୍କ ୧.୫ ଲକ୍ଷ ଟଙ୍କାର ଇନଭେଷ୍ଟମେଣ୍ଟରେ ମନୁଙ୍କ ଶୁଟିଂ କ୍ୟାରିୟର ଆରମ୍ଭ ହୋଇଥିଲା। ମର୍ଚ୍ଚାଣ୍ଟ ନାଭିରେ ଚିଫ ଇଞ୍ଜିନିୟର ଭାବେ କାମ କରୁଥିବା ରାମ କିଶନ ଭାକରଙ୍କ ପ୍ରୟାସରେ ଶୁଟିଂ ଆରମ୍ଭ କରିଥିଲେ ମନୁ। ପରବର୍ତ୍ତୀ ସମୟରେ ଜାତୀୟ ରେକର୍ଡ ନିଜ ନାମରେ କରିଥିଲେ ମନୁ। ୨୦୧୭ରେ ଏସିଆନ ଜୁନିୟର ଚାମ୍ପିୟନଶିପ ବିଜୟୀ ହେବା ସହିତ ସିନିୟର ଜାତୀୟ ଚାମ୍ପିୟନଶିପରେ ରେକର୍ଡ ୨୪୨.୩ ସ୍କୋର କରିଥିଲେ।

ଅଧିକ ପଢନ୍ତୁ:ବର୍ଡର-ଗାଭାସ୍କର ଟ୍ରଫି ପରେ ଟେଷ୍ଟରୁ ଅବସର ନେବେ କି ରୋହିତ ଶର୍ମା

Olympic Manu Bhaker 2024 Paris Games
Advertisment
Advertisment