Advertisment

IPL Final 2025: ଯେଉଁ ଟିମ୍ ଜିତେ କ୍ୱାଲିଫାୟର-୧, ସେହି ଟିମ୍‌ ୧୪ରୁ ୧୧ ଥର ଜିତିଛି IPL ଟାଇଟଲ୍‌

ଯଦି ଆଇପିଏଲ ଇତିହାସ କଥା ଦେଖିବା ତାହାଲେ, ୧୪ ଥର ମଧ୍ୟରୁ ୧୧ ଥର, ଯେଉଁ ଦଳ ପ୍ରଥମ କ୍ୱାଲିଫାୟାର ଜିତିଛି, ସେହି ଦଳ ଆଇପିଏଲ ଟ୍ରଫି ନିଜ ନାଁରେ କରିଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
କିଏ ଜିତିବ IPL ଫାଇନାଲ୍‌ ?

କିଏ ଜିତିବ IPL ଫାଇନାଲ୍‌ ?

ଆସନ୍ତାକାଲି ଅର୍ଥାତ ଜୁନ୍‌ ୩ରେ ଖେଳାଯିବ ଆଇପିଏଲ ମେଗା ଫାଇନାଲ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଫାଇନାଲ ଫାଇଟ୍‌ ଅନୁଷ୍ଠିତ ହେବ । ତେବେ ଚଳିତ ଥର ଆଇପିଏଲରେ ନୂଆ ଚାମ୍ପିଅନ୍‌ ଦେଖିବାକୁ ମିଳିବ । କାହିଁକି ନା ଉଭୟ ପଞ୍ଜାବ ଓ ବେଙ୍ଗାଲୁରୁ ଏପର୍ଯ୍ୟନ୍ତ ଆଇପିଏଲରେ କୌଣସି ଟ୍ରଫି ଜିତିନାହାନ୍ତି ।

Advertisment

ଅଧିକ ପଢ଼ନ୍ତୁ: ୱାର୍ଲ୍ଡ ନଂ ୧ ଖେଳାଳିଙ୍କୁ ହରାଇଲେ ଗୁକେଶ; ବିଚଳିତ ହେଲେ ମାଗନସ୍...

ତେବେ ଏହି ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁ ଚଣ୍ଡିଗଡ଼ରେ ଖେଳାଯାଇଥିବା ପ୍ରଥମ କ୍ୱାଲିଫାୟାର ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରି ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା ବେଙ୍ଗାଲୁରୁ । ତେବେ ଦ୍ୱିତୀୟ କ୍ୱାଲିଫାୟାର ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ପାଞ୍ଚ ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଏହା ସହିତ, ଆଇପିଏଲ୍ ଇତିହାସରେ ଦ୍ୱିତୀୟ ଥର ପାଇଁ ପଞ୍ଜାବ ଫାଇନାଲରେ ପ୍ରବେଶ କରିଛି । ଏହା ପୂର୍ବରୁ ପଞ୍ଜାବ ୨୦୧୪ରେ ଆଇପିଏଲ୍ ଫାଇନାଲ୍ ଖେଳିଥିଲା । କିନ୍ତୁ ଏହି ମ୍ୟାଚ୍‌ରେ ପରାଜର ସ୍ୱାଦ ଚାଖିଥିଲା ।

Advertisment

ସେହିପରି ବେଙ୍ଗାଲୁରୁ ମଧ୍ୟ ୯ ବର୍ଷ ପରେ ଆଇପିଏଲ ଫାଇନାଲ ଖେଳିବାକୁ ଯାଉଛି । ପୂର୍ବରୁ ଆରସିବି ୨୦୦୯, ୨୦୧୧ ଏବଂ ୨୦୧୬ରେ ଫାଇନାଲ ଖେଳିଥିଲା ।

ସେପଟେ ଯଦି ଆଇପିଏଲ ଇତିହାସ କଥା ଦେଖିବା ତାହାଲେ, ୧୪ ଥର ମଧ୍ୟରୁ ୧୧ ଥର, ଯେଉଁ ଦଳ ପ୍ରଥମ କ୍ୱାଲିଫାୟାର ଜିତିଛି, ସେହି ଦଳ ଆଇପିଏଲ ଟ୍ରଫି ନିଜ ନାଁରେ କରିଛି । ୨୦୦୮ରୁ ୨୦୧୦ ମସିହା ପର୍ଯ୍ୟନ୍ତ ଆଇପିଏଲର ନକ୍‌ଆଇଟ୍‌ ମ୍ୟାଚ୍‌ ସେମି ଫାଇନାଲ ଫର୍ମାଟରେ ଖେଳାଯାଉଥିଲା । ସେହି ସମୟରେ ଦୁଇଟି ସେମିଫାଇନାଲ ଏବଂ ଗୋଟିଏ ଫାଇନାଲ ମ୍ୟାଚ୍‌ ଖେଳାଯାଉଥିଲା ।

କିନ୍ତୁ ୨୦୧୧ ମସିହାରେ ଏହି ନିୟମରେ ପରିବର୍ତ୍ତନ ହୋଇଥିଲା ଏବଂ ପ୍ଲେ ଅଫ୍‌ ‍ଆରମ୍ଭ ହୋଇଥିଲା । ନୂଆ ସିଷ୍ଟମ୍ ଅନୁଯାୟୀ, ପଏଣ୍ଟ ଟେବୁଲରେ ଶୀର୍ଷ-୨ରେ ଥିବା ଦଳଗୁଡ଼ିକୁ ଫାଇନାଲରେ ପହଞ୍ଚିବା ପାଇଁ ଦୁଇଟି ସୁଯୋଗ ମିଳିଥାଏ। ନୂତନ ପ୍ଲେ-ଅଫ୍ ସିଷ୍ଟମ ପ୍ରଚଳନ ହେବା ପରଠାରୁ, ୨୦୨୪ ପର୍ଯ୍ୟନ୍ତ, କ୍ୱାଲିଫାୟର-୧ ଜିତିଥିବା ଦଳ ସେହି ସିଜନରେ ୧୧ ଥର ଟ୍ରଫି କବଜା କରିଛି । ତେବେ ଚଳିତ ଥର ଏହି ରେକର୍ଡ ରିପିଟ୍‌ ହେଉଛି ନା ନାହିଁ ତାହା ଜୁନ୍‌ ୩ ପରେ ହିଁ ଜଣାପଡ଼ିବ ।

ଅଧିକ ପଢ଼ନ୍ତୁ: ବଢିଲା କଳ୍ପନା, ଆରମ୍ଭ ହେଲା ଚର୍ଚ୍ଚା: ଧଳା ଜର୍ସି ପିନ୍ଧି ପୁଣି କମାଲ୍‌ କରିବେ କି ରନ୍‌ ମେସିନ୍‌ ?

India Virat Kohli IPL 2021 RCB Punjab Kings
Advertisment
Related Articles
Advertisment