Advertisment

‘X’ରେ ହେଲା ବଡ଼ ପରିବର୍ତ୍ତନ, ବିନା ନମ୍ବରରେ କରିହେବ କଲ୍-ଭିଡିଓ କଲ୍

ଅଡିଓ, ଭିଡିଓ କଲ୍ ସୁବିଧା ନେଇ ଏକ୍ସ ମୁଖ୍ୟ ଏଲନ୍ ମସ୍କଙ୍କ ସୂଚନା । ନିଜ ଏକ୍ସ ହ୍ୟାଣ୍ଡେଲ ଜରିଆରେ ସୂଚନା ଦେଲେ ଏଲନ୍ ମସ୍କ ।

ଅଦ୍ୟତନ ହୋଇଛି
Elon Musk Announces New Features In X

X Elon Musk

Advertisment

ଏଣିକି ‘ଏକ୍ସ’ରେ ଅଡିଓ, ଭିଡିଓ କଲ୍ । ବିଶ୍ୱର ସବୁଠୁ ଲୋକପ୍ରିୟ ଏହି ମାଇକ୍ରୋବ୍ଲଗିଂ ଆପରେ ବ୍ୟବହାରକାରୀଙ୍କ କଲିଂ ସୁବିଧା ପାଇଁ ଏହି ଫିଚର୍ ଆସୁଛି । ଏକ୍ସ ବା ପୂର୍ବର ଟୁଇଟରରେ କରି ହେବ ଅଡିଓ ଓ ଭିଡିଓ କଲ୍ । ଅଡିଓ, ଭିଡିଓ କଲ୍ ସୁବିଧା ନେଇ ଏକ୍ସ ମୁଖ୍ୟ ଏଲନ୍ ମସ୍କଙ୍କ ସୂଚନା । ନିଜ ଏକ୍ସ ହ୍ୟାଣ୍ଡେଲ ଜରିଆରେ ସୂଚନା ଦେଲେ ଏଲନ୍ ମସ୍କ ।

Advertisment

‘ଏକ୍ସ’ରେ ଅଡିଓ, ଭିଡିଓ କଲ୍ ପାଇଁ ଫୋନ୍ ନମ୍ବର ଅନାବଶ୍ୟକ । ଖୁବ୍ ଶୀଘ୍ର ଏହି ସୁବିଧା ଉପଲବ୍ଧ ହେବ ବୋଲି ମସ୍କଙ୍କ ସୂଚନା । ଖାଲି ସେତିକି ନୁହେଁ ଏକ ବ୍ଲଗ୍ ପୋଷ୍ଟ ଜରିଆରେ ସଂସ୍ଥା ପକ୍ଷରୁ ସୂଚନା ମିଳିଛି । ସବୁଠାରୁ ବଡ଼ କଥା ହେଲା ଫୋନ୍ ନଂ ସେୟାର୍ ନ କରି ବି କଲ୍ ଏବଂ ଭିଡିଓ କଲ କରିହେବେ ।

ଅଧିକ ପଢ଼ନ୍ତୁ: ଏଲନ୍ ମସ୍କ ବନାମ୍ ମାର୍କ ଜୁକରବର୍ଗ : ଦୁଇ ଶିଳ୍ପପତିଙ୍କ ମଧ୍ୟରେ ହେବ ସତସତିକା ମୁକାବିଲା

Advertisment

ବ୍ଲଗ୍ ପୋଷ୍ଟରେ କୁହାଯାଇଛି ଯେ, ‘ଏକ୍ସକୁ ଆସୁଥିବା ଭିଡିଓ ଏବଂ ଅଡିଓ କଲ୍ ଫିଚର୍ ଆଇଓଏସ୍, ଆଣ୍ଡ୍ରଏଡ୍, ମ୍ୟାକ୍ ଏବଂ ପିସିରେ ଉପଲବ୍ଧ ହେବ। ଏଥିପାଇଁ ଫୋନ୍ ନମ୍ବରର କୌଣସି ଆବଶ୍ୟକତା ନାହିଁ। ଏକ୍ସ ବିଶ୍ୱର ଏକ ପ୍ରଭାବଶାଳୀ ଯୋଗାଯୋଗ ମାଧ୍ୟମ। ଏହି କାରଣରୁ ପ୍ଲାଟଫର୍ମରେ ଏପରି ଫିଚର୍ ବେଶ୍ ଗୁରୁତ୍ୱ ବହନ କରିବ।"

Advertisment

ରିପୋର୍ଟ ଅନୁଯାୟୀ, ନୂତନ ଫିଚର୍ସ ଡାଇରେକ୍ଟ ମେସେଜ୍ (DM) ମେନୁ ମଧ୍ୟରେ ଉପଲବ୍ଧ ହେବ ଏବଂ ଭିଡିଓ କଲିଂ ଅପ୍ସନ୍ ଉପର ଡାହାଣ କୋଣରେ ରହିବ। ନୂତନ ଡିଏମ୍ ମେନୁର ଡିଜାଇନ୍ ଅନ୍ୟ ପ୍ଲାଟଫର୍ମଗୁଡିକ ସହିତ ସମାନ ହେବ, ଯେପରିକି ଫେସବୁକ୍ ମେସେଞ୍ଜର ଏବଂ ହ୍ୱାଟ୍ସଆପରେ ଥାଏ, ଠିକ୍ ସେହିପରି। କିଛିଦିନ ତଳେ ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସିଇଓ ଲିଣ୍ଡା ୟାକାରିନୋ କହିଥିଲେ, ଏପରି ଫିଚର୍ ପ୍ଲାଟଫର୍ମର ଯୋଗାଯୋଗ ବ୍ୟବସ୍ଥାକୁ ବୃଦ୍ଧି କରିବା ସହ ବ୍ୟବହାରକାରୀଙ୍କୁ ପରସ୍ପର ସହ ଯୋଡିହେବା ପାଇଁ ଅଧିକ ସୁଯୋଗ ପ୍ରଦାନ କରିବ।

୨୦୨୨ରେ ୪୪ ବିଲିୟନ ଡଲାରରେ ଟ୍ୱିଟରକୁ ନିଜ ଅଧିନକୁ ନେବା ପରେ ପ୍ଲାଟଫର୍ମରେ ଅନେକ ପରିବର୍ତ୍ତନ ଆଣିଛନ୍ତି ଏଲନ ମସ୍କ। କମ୍ପାନୀର ଲୋଗୋ, ନାମ ପରିବର୍ତ୍ତନ କରିବା ସହ ଅନେକ ନୂଆ ଫିଚର୍ସ ଲଞ୍ଚ୍ କରିଛନ୍ତି। ବର୍ତ୍ତମାନ ଟ୍ୱିଟରରେ ବଡ ଧରଣର ସାଇବର୍ କ୍ରାଇମ୍ ନେଇ ଅନ୍ତର୍ଜାତୀୟ ଅନୁସନ୍ଧାନ ସଂସ୍ଥା ରିପୋର୍ଟ କରିବା ପରେ ୟୁଜରଙ୍କ ଗୋପନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ସମୟ ମଧ୍ୟରେ ଏକ୍ସରେ ଅଡିଓ-ଭିଡିଓ କଲ୍ ୟୁଜରଙ୍କୁ କେମିତି ସୁରକ୍ଷା ଯୋଗାଇବ ତାହା ଦେଖିବାକୁ ବାକି ରହିଲା। 

Twitter Elon Musk
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ