• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଅଙ୍କ ଭଳି ବାଇସେପ୍‌ ବା ବାହୁ ଦେଖାଇ ଲକ୍ଷ ଲକ୍ଷ ରୋଜଗାର କରୁଛନ୍ତି ଯୁବତୀ । ୨୭ ବର୍ଷିୟ ରସିଆନ୍‌ ମଡେଲ ବ୍ଲାଦିସ୍ଳାଭା ଗେଲଗନ୍ ଏବେ ନିଜର ମସ୍କୁଲାର ବଡି ବା ନିଜର ଶରୀର ପାଇଁ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି । ୧୧ ବର୍ଷ ଧରି ସେ ସ୍ଟ୍ରିକ୍ଟ ଡାଏଟ୍‌ ମେଣ୍ଟେନ୍‌ କରିବା ସହ ସପ୍ତାହକୁ ୬ ଦିନ ଜିମ୍‌ରେ ଘଣ୍ଟା ଘଣ୍ଟା ପରିଶ୍ରମ କରିଆସୁଛନ୍ତି । ଆଉ ସେହି ପରିଶ୍ରମର ଫଳ ଏବେ ତାଙ୍କୁ ମିଳୁଛି ।

ତାଙ୍କ ଶରୀରକୁ ସେ ଏଭଳି ଢ଼ଙ୍ଗରେ ପ୍ରସ୍ତୁତ କରିଛନ୍ତି ଯେ, ଯିଏ ବି ଦେଖିବ ଆଶ୍ଚର୍ଯ୍ୟ ହେବ । କାରଣ କୌଣସି ଝିଅ ଏଭଳି ବଡି ବନେଇବାକୁ ସାହସ କରନ୍ତି ନାହିଁ । କିନ୍ତୁ ବ୍ଲାଦିସ୍ଳାଭା ଗେଲଗନ୍ ଏଭଳି ସାହସ କରିବା ସହ ଏଥିରେ ସଫଳ ହୋଇଛନ୍ତି । ତାଙ୍କ ବଡି କୌଣସି ପୁଅ ପିଲା ବା ପୁରୁଷ ବଡି ବିଲ୍ଡରଠାରୁ କମ୍‌ ନୁହେଁ ।

ଅଧିକ ପଢ଼ନ୍ତୁ: ୭ ହଜାର ବୟଫ୍ରେଣ୍ଡ୍‌ କରି ମାସକୁ ରୋଜଗାର କରୁଛନ୍ତି ୨ କୋଟି

ମଡେଲ ବ୍ଲାଦିସ୍ଳାଭା ଗେଲଗନ୍ ସୋସିଆଲ ମିଡିଆରେ ପ୍ରାୟ ସମୟ ନିଜ ମସ୍‌କୁଲାର ବଡି ବା ଫିଗରର ପଟୋ ସେୟାର କରିଥାନ୍ତି । ତାଙ୍କ ପଟୋ ଦେଖିବା ପାଇଁ ଅନେକ ୟୁଜର ଯେମିତି ଚାତକ ଭଳି ଚାହିଁ ରହିଥାନ୍ତି । ସୋସିଆଲ ମିଡିଆରେ ତାଙ୍କର ଏବେ ଅନେକ ଫ୍ୟାନ୍‌ ହୋଇସାରିଲେଣି । ତାଙ୍କ ଫଟୋ ପୋଷ୍ଟ ହେବା ମାତ୍ରେ ଲାଇକ୍‌ ସେୟାର କମେଣ୍ଟ ଗଦା ହୋଇଯାଇଛି ।

ତେବେ ବ୍ଲାଦିସ୍ଲାଭା କେବଳ ଜିମ୍‌ରେ ସମୟ ଖର୍ଚ୍ଚ କରନ୍ତି ତା ନୁହେଁ, ଏହି ସୁନ୍ଦର ବଡି ବିଲ୍ଡିଂରୁ ସେ ଖୁବ୍‌ ରୋଜଗାର ମଧ୍ୟ କରୁଛନ୍ତି । ରିପୋର୍ଟ ଅନୁଯାୟୀ ଏକ କଣ୍ଟେଣ୍ଟ ପୋଷ୍ଟିଂ ପ୍ଲାଟ୍‌ଫର୍ମରେ ଏହି ମଡେଲ ନିଜର ସ୍ୱତନ୍ତ୍ର କଣ୍ଟେଣ୍ଟ ପ୍ରସ୍ତୁତ କରି ପୋଷ୍ଟ କରିଥାନ୍ତି । ଫିଟ୍‌ନେସ୍‌ ମଡେଲ ଭାବେ ଲୋକେ ତାଙ୍କ ବାଇସେପ୍‌ ଓ ଫିଗର ବା ବଡି ବିଲ୍ଡିଂ ଦେଖିବାକୁ ଭଲ ପାଆନ୍ତି । ଆଉ ଏଥିରୁ ଲକ୍ଷାଧିକ ଟଙ୍କା ରୋଜଗାର କରିଥାନ୍ତି ବ୍ଲାଦିସ୍ଲାଭା ।