Advertisment

୭ ହଜାର ବୟଫ୍ରେଣ୍ଡ୍‌ କରି ମାସକୁ ରୋଜଗାର କରୁଛନ୍ତି ୨ କୋଟି

ଅନେକ ଅଛନ୍ତି ଯେଉଁମାନେ ସ୍କୁଲ-କଲେଜରୁ ପ୍ରେମ ଚକ୍କରରେ ପଡିଯାଆନ୍ତି। ସେହିପରି ଏମିତି ମଧ୍ୟ କିଛି ଅଛନ୍ତି ଯେଉଁମାନେ ଚେଷ୍ଟା କରି ମଧ୍ୟ କାହାକୁ ପ୍ରେମରେ ପକେଇ ପାରନ୍ତି ନାହିଁ। ଜଣେ ୨୫ ବର୍ଷର ଯୁବତୀ କିନ୍ତୁ ୭ ହଜାର ପୁରୁଷଙ୍କ ଫସେଇ ସାରିଲେଣି।

author-image
Pramod Behera
ଅଦ୍ୟତନ ହୋଇଛି
Woman Has 7000 Online Boyfriends

୭ ହଜାର ବୟଫ୍ରେଣ୍ଡ୍‌ କରି ମାସକୁ ରୋଜଗାର କରୁଛନ୍ତି ୨ କୋଟି

ଆଜିର ସମୟରେ ଏମିତି କେହି ଥିବା ନଜର ଆସେନି ଯେଉଁମାନଙ୍କର ବୟଫ୍ରେଣ୍ଡ୍‌-ଗର୍ଲଫ୍ରେଣ୍ଡ୍‌ ନଥିବେ। ଅନେକ ଅଛନ୍ତି ଯେଉଁମାନେ ସ୍କୁଲ-କଲେଜରୁ ପ୍ରେମ ଚକ୍କରରେ ପଡିଯାଆନ୍ତି। ସେହିପରି ଏମିତି ମଧ୍ୟ କିଛି ଅଛନ୍ତି ଯେଉଁମାନେ ଚେଷ୍ଟା କରି ମଧ୍ୟ କାହାକୁ ପ୍ରେମରେ ପକେଇ ପାରନ୍ତି ନାହିଁ।

Advertisment

ଏହା ଭିତରେ ଏମିତି ବି କିନ୍ତୁ କିଛି ଲୋକ ଅଛନ୍ତି, ଯେଉଁମାନେ ଗୋଟିଏ କି ଦୁଇଟି ନୁହେଁ ଅନେକଙ୍କୁ ନିଜ ପ୍ରେମ ଜାଲରେ ପକେଇଦିଅନ୍ତି। ସେମାନଙ୍କ ସହ ଡେଟିଂ କରନ୍ତି ଆଉ ବିଭିନ୍ନ ଉପାରେ ଖର୍ଚ୍ଚ ମଧ୍ୟ ଉଠାନ୍ତି।

ଆମେରିକାରେ ରହୁଥିବା ଜଣେ ମହିଳା ମଧ୍ୟ ଏମିତି କରନ୍ତି। ତାଙ୍କର ଶହେ କି ଦୁଇଶହ ନୁହେଁ ୭ ହଜାର ପ୍ରେମିକା ଅଛନ୍ତି। ଏମାନେ ସମସ୍ତେ ତାଙ୍କୁ ପ୍ରେମ କରନ୍ତି। ଏହା ପରେ ବି ସେ ସନ୍ତୁଷ୍ଟ ନୁହନ୍ତି। ସେ ଏବେ ବି ଏମିତି ଏକ ପୁରୁଷ ଖୋଜୁଛନ୍ତି ଯାହାକୁ ସେ ନିଜ ପ୍ରେମିକ କରିପାରିବେ।

Advertisment

ଏକ ନ୍ୟୁଜ୍ ୱେବସାଇଟ୍ ରିପୋର୍ଟ ଅନୁଯାୟୀ, କାଲିଫର୍ନିଆରେ ରହୁଥିବା ୨୫ ବର୍ଷୀୟ ନାଲା ରେ’ ଜଣେ ମଡେଲ୍। ଲୋକମାନେ ତାଙ୍କ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଦେଖିବା ପାଇଁ ଟଙ୍କା ଦେଇ ତାଙ୍କ ଆକାଉଣ୍ଟକୁ ସବ୍‌ସ୍କ୍ରାଇବ୍‌ କରନ୍ତି। ନିକଟରେ ତାଙ୍କର କେତେ ପ୍ରେମିକ ଅଛନ୍ତି ବୋଲି ସେ କହିଥିଲେ।

ମଡେଲ୍ କହିଛନ୍ତି ଯେ ତାଙ୍କର ୭୦୦୦ ପ୍ରେମିକା ଅଛନ୍ତି। ଏମାନେ ସମସ୍ତେ କିନ୍ତୁ ଅନ୍‌ଲାଇନ୍ ଦୁନିଆରେ ତାଙ୍କର ପ୍ରେମିକା। କିନ୍ତୁ ବାସ୍ତବ ଜୀବନରେ ଯେଉଁମାନେ ବି ତାଙ୍କୁ ଭେଟିଥାନ୍ତି ସେମାନେ ତାଙ୍କ ସୌନ୍ଦର୍ଯ୍ୟ, ଧନ-ସମ୍ପତ୍ତି ଏବଂ ତାଙ୍କ ଜୀବନ ଶୈଳୀକୁ ଦେଖି ଡରିଯାଆନ୍ତି ଆଉ ଏଡେଇ ଯାଆନ୍ତି।

ନାଲା କହିଛନ୍ତି ଯେ ପୁରୁଷମାନେ ତାଙ୍କୁ ବହୁତ ଭୟଭୀତ ମନେକରନ୍ତି। ଯାହା ଫଳରେ ସେମାନେ ପୋଜେସିଭ୍ ହୋଇଯାଆନ୍ତି। ଏହି କାରଣରୁ ସେମାନେ ତାଙ୍କୁ ଆଦୌ ପସନ୍ଦ କରନ୍ତି ନାହିଁ। ଫଳରେ ନାଲା କେବଳ ଅନଲାଇନ୍ ମାଧ୍ୟମରେ ପ୍ରେମିକା ତିଆରି କରିନ୍ତି, ଯାହାର ସଂଖ୍ୟା ଏବେ ପାଖାପାଖି ୭ ହଜାର। ଅନଲାଇନ୍ ପ୍ରେମିକାମାନେ ପୋଜେସିଭ୍ ହୋଇପାରନ୍ତି ନାହିଁ।

ସେ କୁହନ୍ତି ଯେ ସେ ପ୍ରତିଦିନ ସକାଳେ ଉଠନ୍ତି ଏବଂ ତାଙ୍କ ପ୍ରେମିକମାନଙ୍କୁ ଏପରି କିଛି ବାର୍ତ୍ତା ପଠାନ୍ତି ଯାହା ସେମାନଙ୍କୁ ଖୁସି କରିଦିଏ। ଏହପରେ ସେମାନଙ୍କ ମଧ୍ୟରୁ କେତେକ ତାଙ୍କୁ ବାର୍ତ୍ତା ମଧ୍ୟ୍ ଦିଅନ୍ତି ଏବଂ ସେ ସେମାନଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରନ୍ତି। ଏହାପରେ ସେ ତାଙ୍କ ଜୀବନ ବିଷୟରେ, ଆଗାମୀ ଦିନ ଏବଂ ପୂର୍ବ ରାତି ବିଷୟରେ କଥାବାର୍ତ୍ତା କରନ୍ତି, ଯେପରି ପ୍ରେମରେ ପଡିଥିବା ଲୋକମାନେ ସାଧାରଣତଃ କଥା ହୁଅନ୍ତି।

ସେ କହିଛନ୍ତି ଯେତେବେଳେ ଡେଟିଂର କଥା ଆସେ ତାଙ୍କୁ ଦୁଇଟି ବିକଳ୍ପକୁ ସାମ୍ନା କରିବାକୁ ପଡେ। ସେ ବାସ୍ତବ ଜୀବନରେ ଯାହାକୁ ବାଛନ୍ତି ସିଏ ତାଙ୍କୁ ପ୍ରସିଦ୍ଧ ହେତୁ ଘୃଣା କରନ୍ତି, ତାଙ୍କ ପୋଷାକ ଏବଂ କାମରେ କ୍ରୋଧିତ ହୁଅନ୍ତି ଏବଂ ସେ ବହୁତ ଟଙ୍କା ରୋଜଗାର କରନ୍ତି ବୋଲି ସେମାନେ ଗ୍ରହଣ କରିପାରନ୍ତି ନାହିଁ। ନଚେତ ସେ ଅନଲାଇନ୍ ପ୍ରେମୀଙ୍କୁ ବାଛନ୍ତି ଯେଉଁମାନେ ତାଙ୍କୁ ସେମିତି ହିଁ ଗ୍ରହଣ କରନ୍ତି।

ଏହି କାରଣରୁ, ସେ ସବୁବେଳେ ଅନ୍‌ଲାଇନ୍ ଡେଟିଂ ଚୟନ କରନ୍ତି। ତଥାପି, ସେ ବାସ୍ତବ ଜୀବନରେ ଏକ ପ୍ରେମିକା ଖୋଜୁଛନ୍ତି ଯିଏ ତାଙ୍କ ଜୀବନଶୈଳୀ, ତାଙ୍କ ଚେହେରା, ତାଙ୍କ ରୋଜଗାରକୁ ଆପଣେଇ ନେବେ। ରିପୋର୍ଟ ଅନୁଯାୟୀ, ଅନ୍‌ଲାଇନ୍‌ରେ ପ୍ରେମିକ ତିଆରି କରି ନାଲା ଗୋଟିଏ ମାସରେ ୨ କୋଟି ଟଙ୍କା ରୋଜଗାର କରିଥାନ୍ତି।

Ajab Gajab Ajab Gajab News
Advertisment
Advertisment