• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମଝି ରାତିରେ ସୋସିଆଲ୍ ମିଡିଆ ଡାଉନ୍ । ହ୍ୱାଟ୍‌ସ୍ ଆପ୍, ଫେସବୁକ୍, ଇନଷ୍ଟାଗ୍ରାମ୍ ଗତକାଲି ରାତି ୧୧ଟା ପରଠୁ କିଛି ଘଣ୍ଟା ପାଇଁ କାମ କରିନଥିଲା । ଭାରତ ସମେତ ବିଶ୍ୱର ବିଭିନ୍ନ ଅଞ୍ଚଳରେ ସୋସିଆଲ୍ ମିଡିଆ ସାଇଟ୍ ଡାଉନ୍ ହୋଇପଡ଼ିଥିଲା । ପାଖାପାଖି ୩ ଘଣ୍ଟା ପରେ ଧିରେ ଧିରେ ସ୍ୱାଭାବିକ ହୋଇଥିଲା ହ୍ୱାଟ୍‌ସ୍ ଆପ୍, ଫେସବୁକ୍, ଇନଷ୍ଟାଗ୍ରାମ୍ । ସେପଟେ ଏ ନେଇ ଦୁଃଖ ପ୍ରକାଶ କରିଛି ମେଟା । ଯାନ୍ତ୍ରିକ ତ୍ରୁଟି ପାଇଁ ଏଭଳି ସମସ୍ୟା ହୋଇଥିବା ମେଟା ପକ୍ଷରୁ ସୂଚନା ଦିଆଯାଇଛି ।

ଆଉଟେଜ୍ ଟ୍ରାକିଂ ୱେବସାଇଟ୍ ଡାଉନ୍ ଡିଟେକ୍ଟର ଅନୁଯାୟୀ, ୫୦ ହଜାରରୁ ଅଧିକ ଫେସବୁକ୍ ୟୁଜର୍ସ ଲଗ୍ ଇନ୍, ପୋଷ୍ଟ ଅପଲୋଡ୍ ଭଳି ବସ୍ତୁକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ରାତି ୧୧ ପରଠାରୁ ମେଟା କାମ କରିନଥିଲା । ୨୩ ହଜାରରୁ ଅଧିକ ଉପଭୋକ୍ତାଙ୍କ ଇନଷ୍ଟାଗ୍ରାମ ଡାଉନ୍ ଥିଲା । ଅନେକ ପୋଷ୍ଟ ଅପଡେଟ୍ କରିବାରେ ଅସମର୍ଥ ହୋଇଥିଲେ ।

ଅଧିକ ପଢ଼ନ୍ତୁ: ଲୁଟ୍ କରିବା ପରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା!

ତେବେ ଉପଭୋକ୍ତାମାନେ କହିଛନ୍ତି ଯେ ଉଭୟ କମ୍ପ୍ୟୁଟର ଏବଂ ଡେସ୍କଟପରୁ ହ୍ୱାଟସ୍ ଆପ୍, ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଚାଲୁନଥିଲା । ମେଟା ଏକ୍ସରେ ଏକ ବିବୃତ୍ତି ଜାରି କରି କହିଛି ଯେ, ଏହା ସାମୟିକ ଥିଲା । ଏହା ବିଶ୍ୱବ୍ୟାପୀ ବୋଲି ମେଟା କହିଛି । ଏହାର କାରଣ ଯାନ୍ତ୍ରିକ ସମସ୍ୟା ବୋଲି କୁହାଯାଇଛି ।

ଫେସବୁକ୍ ବ୍ୟବହାରକାରୀମାନେ ଲଗ୍ ଇନ୍ ଏବଂ ପୋଷ୍ଟ ଅପଲୋଡ୍ କରିବାକୁ ଚାହୁଥିବା ବେଳେ ରାତି ପ୍ରାୟ ୧୦:୫୮ ରେ ଇସ୍ୟୁ ଆରମ୍ଭ ହୋଇଥିଲା । ମେଟା ମାଲିକାନାରେ ଥିବା ଇନଷ୍ଟାଗ୍ରାମ ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହୋଇଥିଲା । ଉପଭୋକ୍ତାମାନେ କୌଣସି ପୋଷ୍ଟ ଦେଖିପାରିନଥିଲେ । ସେପଟେ ମେସେଜ୍ ପଠାଇବାରେ ମଧ୍ୟ ହ୍ୱାଟସ୍ ଆପ୍ ବ୍ୟବହାରକାରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ ।

ଅଧିକ ପଢ଼ନ୍ତୁ: ମଣିଷ ଏତେ ଜଘନ୍ୟ ବି ହେଇପାରେ! ବୟାନ୍ ନ ବଦଳାଇବାରୁ କାଟିଦେଲା

OTV is now on Whatsapp

Join and get latest news update delivered to you via whatsapp

Join Now