• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟ୍ସଆପ୍‌ ପୁଣି ଆଣୁଛି ନୂଆ ଫିଚର । ୟୁଜର ଫ୍ରେଣ୍ଡଲି ଫିଚର ଉପଲବ୍ଧ କରାଇବାରେ ହ୍ୱାଟ୍ସଆପ୍‌ ସବୁଠୁ ଆଗରେ। ଏହି ମେସେଜିଂ ଆପ୍‌, ୟୁଜରଙ୍କ ପାଇଁ ନୂଆ, ସହଜ ଏବଂ ସରଳ ଫିଚର ଆଣିବା ଲାଗି ରିତିମତ କାମ କରିଥାଏ । ତେଣୁ ବାରମ୍ବାର ହ୍ୱାଟ୍ସଆପ୍ ଟେକ୍ନୋଲୋଜିକୁ ନେଇ ଖବର ପ୍ରସାରିତ ହୋଇଥାଏ । ନିୟମିତ ବ୍ୟବଧାନରେ ଏହି ମଲ୍ଟି ମିଡିଆ ମେସେଜିଂ ଆପ୍‌କୁ ନେଇ ଚର୍ଚ୍ଚା ଲାଗି ରହିଥାଏ । ତେବେ ଏଥର ଏହି ଆପ୍‌ ଯେଉଁ ନୂଆ ଫିଚର ଲଞ୍ଚ କରିଛି, ତାହା ୟୁଜରଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ । 

ଆମେ ସମସ୍ତେ ହ୍ୱାଟ୍ସଆପ୍‌ରେ ମେସେଜ୍‌ କରିବା ବେଳେ ଡିଲିଟ୍‌ ଫର ମି ଆଉ ଡିଲିଟ୍‌ ଫର ଏଭ୍‌ରୀ ୱାନ୍‌ ଅପ୍‌ସନ୍‌ ବ୍ୟବହାର କରିଥାଉ । ହେଲେ ବେଳେବେଳେ ଅଜାଣତରେ ଡିଲିଟ୍‌ ଫର ଏଭ୍‌ରୀ ୱାନ୍‌ ଅପ୍‌ସନ୍‌ ବଦଳରେ ଡିଲିଟ୍‌ ଫର୍‌ ମି ଅପ୍‌ସନ୍‌ରେ ହାତ ବାଜିଥାଏ । ଯାହାକି ଆମକୁ ସମସ୍ୟାରେ ପକାଇଥାଏ । ତେବେ ଏହି ସମସ୍ୟା ଦୂର କରିବା ପାଇଁ ହ୍ୱାଟ୍‌ସଆପ୍‌ ଏକ ଫିଚର ଲଞ୍ଚ କରିଛି । ଯାହା କି ଅତ୍ୟନ୍ତ ଲାଭ ଦାୟକ । ଏହି ନୂଆ ଫିଚର ଦ୍ୱାରା ଏଭଳି ସମସ୍ୟାରୁ ସହଜରେ ବର୍ତ୍ତି ହେବ । ସବୁଠାରୁ ବଡ଼ କଥା ହେଲା, ଏହି ଫିଚର ଆଜିଠୁ ଲଞ୍ଚ କରିଛି ।

ଅଧିକ ପଢ଼ନ୍ତୁ: ହ୍ୱାଟ୍ସଆପ୍‌ରେ ଏକାଥରେ କିପରି ଡିଲିଟ୍ କରିବେ ଅଦରକାରୀ ଫଟୋ, ଭିଡିଓ

ଏହି ନୂଆ ଫିଚରର ନାଁ ଆକ୍ସିଡେଣ୍ଟାଲ ଡିଲିଟ୍‌ ବୋଲି ରଖାଯାଇଛି । ଯଦି ଆପଣ ଭୁଲ୍‌ରେ ଡିଲିଟ୍‌ ଫର ଏଭ୍‌ରୀ ୱାନ୍‌ ଅପ୍‌ସନ୍‌ ବଦଳରେ ଡିଲିଟ୍‌ ଫର୍‌ ମି ଅପ୍‌ସନ୍‌ କ୍ଲିକ୍‌ କରିଛନ୍ତି । ତେବେ ୫ ସେକେଣ୍ଡ ପାଇଁ ଏକ ସ୍କ୍ରିନ୍‌ ଆପଣଙ୍କ ସାମ୍ନାକୁ ଆସିବ । ଯେଉଁଥିରେ ଆପଣ ସେହି ଭୁଲକୁ ସୁଧାରି ପାରିବେ । ଡିଲିଟ୍‌ ଫର୍‌ ମି ବଦଳରେ ଡିଲିଟ୍‌ ଫର୍‌ ଏଭ୍‌ରୀ ୱାନ୍‌ କ୍ଲିକ୍‌ କରିପାରିବେ ।

ଏହି ନୂଆ ଫିଚର ପ୍ରତି ଆଣ୍ଡ୍ରଏଡ୍‌ ମୋବାଇଲ ଏବଂ ଆଇଫୋନ୍‌ରେ ଉପଳବ୍ଧ ।