• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦିଲ୍ଲୀର ଟ୍ରାଫିକ୍‌ ଭାରି ଭୟଙ୍କର । ଏକଥା କିଏ ବା ନଜାଣେ । ସାରା ଦେଶରେ ଦିଲ୍ଲୀର ଟ୍ରାଫିକ୍‌ ସମସ୍ୟାକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଥାଏ । ଦିଲ୍ଲୀ ଟ୍ରାଫିକ୍‌ରେ ଥରେ ଫସିଲେ, ମୁକୁଳିବା ମୁସ୍କିଲ । ଟ୍ରାଫିକ୍‌ କେତେବେଳେ ୧୦ ମିନିଟ୍‌ରେ ଛାଡ଼େ ତ କେତେବେଳେ ଘଣ୍ଟାଏ ଦୁଇ ଘଣ୍ଟା ବି ଲାଗେ । ଏହାର କିଛି ଠିକ୍‌ ଠିକଣା ନାହିଁ । ତେଣୁ ଦିଲ୍ଲୀ ଟ୍ରାଫିକ୍‌କୁ ପ୍ରତ୍ୟେକ ଗାଡ଼ି ଚାଳକଙ୍କ ଭାରି ଭୟ । ସକାଳୁ ଗାଡ଼ି ବାହାର କଲାବେଳେ ପ୍ରଥମେ ଠାକୁରଙ୍କୁ ପ୍ରାର୍ଥନା କରନ୍ତି, ଆଜି ଦିନରେ ଯେମିତି ଟ୍ରାଫିକ୍‌ରେ ନଫସନ୍ତି ।

ତେବେ ସେହି ଦିଲ୍ଲୀ ଟ୍ରାଫିକ୍‌କୁ ନେଇ ଆମର ଏକ ନୂଆ କାହାଣୀ । ଜଣେ ଯୁବକଙ୍କ ଗାଡ଼ି ଟ୍ରାଫିକ୍‌ରେ ଫସିବା ପରେ ସେ କିଭଳି ସେହି ସମୟକୁ ଉପଭୋଗ କଲେ । ତାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା । ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ତାକୁ ଯିଏ ଦେଖୁଛି ସିଏ ଏଣ୍ଟରଟେନ୍‌ ହେଉଛି । ଖାଲି ସେତିକି ନୁହେଁ ଭିଡିଓ ଦେଖିବା ପରେ ମସ୍ତ ମସ୍ତ କମେଣ୍ଟ ମଧ୍ୟ ଆସୁଛି । ଅଧିକାଂଶ ୟୁଜର କହିଛନ୍ତି ଏଭଳି ସାହସ କେବଳ ଦିଲ୍ଲୀର ଟୋକା ହିଁ କରିପାରିବେ । ଏଭଳି ଦୃଶ୍ୟ କେବଳ ଦିଲ୍ଲୀ ଟ୍ରାଫିକ୍‌ରେ ହିଁ ଦେଖାଦେଇପାରେ ।

ତେବେ ଭାଇରାଲ ଭିଡିଓ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ଦିଲ୍ଲୀରେ ପ୍ରବଳ ଟ୍ରାଫିକ୍‌ ରହିଛି । ଆଉ ସେହି ଭିଡ଼ରେ ଅନେକ ଗାଡ଼ି ଫସିଛି । କିଛି ଡ୍ରାଇଭର ବିରକ୍ତି ପ୍ରକାଶ କରୁଛନ୍ତି । ଆଉ ଗାଡ଼ି ପାଖ ଦେଇ ଚାଲି ଚାଲି ଯାଉଥିବା ଲୋକ ବାଟ କାଟି ନିଜ ରାସ୍ତାରେ ଯାଉଛନ୍ତି । ତେବେ ଏତେ ଗହଳି ଭିତରେ ବି ଏକ ଦୃଶ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଥିଲା । ସମସ୍ତଙ୍କ ନଜର ସେହି ବ୍ୟକ୍ତିଙ୍କ ଉପରେ ପଡ଼ିଥିଲା । ଯିଏ କି ଗାଡ଼ି ଉପରେ ବସି ମଦ୍ୟ ପାନ କରୁଥିଲେ । ଟ୍ରାଫିକ୍‌ରେ ଏତେ ଭିଡ଼ ଯେ ଲୋକଙ୍କ କାହିଁରେ କ’ଣ ଚିନ୍ତା । ହେଲେ ସେହି ଯୁବକ ଜଣକ ବିନ୍ଦାସ ଗାଡ଼ି ଛାତ ଉପରେ ବସି ମଦ୍ୟପାନ କରୁଥିଲେ । ଧିରେ ଧିରେ ଗାଡ଼ି ମଧ୍ୟ ଗଡ଼ୁଥିଲା । ସବୁ ଲୋକ ତାଙ୍କୁ ଦେଖୁଥିଲେ ବି ଯୁବକଙ୍କର ଖାତିର ନଥିଲା ।

ଅଧିକ ପଢ଼ନ୍ତୁ: ଏମିତି କ’ଣ ଜିଦ୍‌ କଲେ ଯେ, ମହିଳାଙ୍କୁ ଘୋଷାଡ଼ି ଘୋଷାଡ଼ି ମନ୍ଦିରରୁ ବାହାର କଲେ... ଦେଖନ୍ତୁ ଭିଡିଓ

ଏହି ଭିଡିଓ ଭାଇରାଲ ହେବା ପରେ, ପ୍ରବଳ ମାତ୍ରାରେ କମେଣ୍ଟ ଆସିଛି । କିଏ କହୁଛି ଇଏ ହେଉଛି ଦିଲ୍ଲୀ ଟୋକା । ଆଉ କିଏ କହୁଛି ଦିଲ୍ଲୀ ଗୁରଗାଓଁରେ ହିଁ ଏଭଳି ସମ୍ଭବ । ଆଉ କିଏ କହୁଛି ବିନ୍ଦାସ ଟୋକା । ଆଉ ଜଣେ କହିଛନ୍ତି ସାବାସ୍‌ । କେହି କେହି ଏହାକୁ ନିନ୍ଦା ମଧ୍ୟ କରିଛନ୍ତି । ଏହା ଦୁଃସାହସ ।