• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୁହାଯାଏ ଭଗବାନଙ୍କ ନିକଟକୁ କ୍ରୋଧ ଲୋଭ ମୋହ ସବୁ କିଛି ଛାଡ଼ିଦେଇ ଯିବାକୁ ହୋଇଥାଏ । ବିଶେଷ ଧର୍ମସ୍ଥଳି ବା ଅଧ୍ୟାତ୍ମିକ ସ୍ଥଳିରେ ପହଞ୍ଚିବା ପରେ ସାଧାରଣ ଲୋକଙ୍କ ମନରେ କେବଳ ପବିତ୍ର ଚିନ୍ତା ଜାଗ୍ରତ ହୋଇଥାଏ । ଆଉ ତାହା ମନକୁ ଖୁବ୍‌ ଶାନ୍ତି ଦେଇଥାଏ । ଏହି ଶାନ୍ତି ପାଇଁ ଲୋକେ ମନ୍ଦିର ଯାଇଥାନ୍ତି । ଭଗବାନଙ୍କ ନିକଟରେ କିଛି ମୂର୍ତ୍ତ ପାଇଁ ନିଜକୁ ସମର୍ପିଥାନ୍ତି ।

ହେଲେ ଆଧ୍ୟାତ୍ମିକ ସ୍ଥଳି ବା ମନ୍ଦିରରେ ଯଦି ମାର ପିଟ୍ କ୍ରୋଧ ହିଂସା ଆଦି ଦେଖିବାକୁ ମିଳେ ତେବେ ଆପଣଙ୍କୁ କେମତି ଲାଗିବ । ଆଜ୍ଞା ହଁ ଆମେ ସେମିତି କିଛି ଘଟଣା ଆଜି ଆପଣଙ୍କୁ କହିବୁ ଆଉ ଦେଖାଇବୁ ମଧ୍ୟ । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଯାହା ଦେଖିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ଯେ, ଜଣେ ମହିଳାଙ୍କୁ ମନ୍ଦିର ଭିତରେ ବ୍ୟକ୍ତି ଜଣକ ଚାପୁଡ଼ା ପରେ ଚାପୁଡ଼ା ମାରି ଚାଲିଛନ୍ତି । ତାପରେ ମହିଳାଙ୍କୁ ତଳେ ପକାଇ ତାଙ୍କ ଚୁଟିକୁ ଧରି ଘୋସାଡ଼ି ଘୋସାଡ଼ି ମନ୍ଦିର ବାହାରକୁ ନେଉଛନ୍ତି । ଏହି ଦୃଶ୍ୟ, ମଣିଷର ଅତି ନିଷ୍ଠୁରତାର ପରିଚୟ ଦେଉଛି । ଭିଡିଓ ଦେଖିଲେ ପ୍ରଥମେ ନିଜ ଆଖିକୁ ବି ଖରାପ ଲାଗିପାରେ ।

ତେବେ ଏହି ଘଟଣା ଘଟିଛି ବେଙ୍ଗାଲୁରୁ ସହର ଅମ୍ରୁଥାହାଲି ସ୍ଥିତ ଲକ୍ଷ୍ମୀ ନରସିହ୍ମା ସ୍ୱାମୀ ମନ୍ଦିରରେ । ଏହି ଡିସେମ୍ବର ୨୧ ତାରିଖ ବୋଲି ଜଣାପଡ଼ିଛି । ତେବେ ଭିଡିଓ ଭାଇରାଲ ହେବା ପରେ ସମସ୍ତେ ଏହାକୁ ନିନ୍ଦା କରିଛନ୍ତି । ଯିଏ ବି ଦେଖୁଛି ସିଏ ମନ୍ଦିର ପ୍ରଶାସକଙ୍କୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ମନ୍ଦିର ଭଳି ପବିତ୍ର ସ୍ଥାନରେ ଏଭଳି ହିଂସାତ୍ମକ କାର୍ଯ୍ୟକୁ ବରଦାସ୍ତ କରାଯିବା ଉଚିତ୍‌ ନୁହେଁ ବୋଲି କୁହଯାଉଛି । 

ତେବେ ସବୁଠାରୁ ବଡ଼ କଥା ହେଲା, ମହିଳାଙ୍କ ଉପରେ ଅତ୍ୟାଚାର କରୁଥିବା ବ୍ୟକ୍ତି ଜଣକ କିଏ ବୋଲି ଜଣାପଡ଼ି ନାହିଁ କିନ୍ତୁ ତାଙ୍କ ଗେରୁଆ ସାର୍ଟ ଦେଖି ଅନୁମାନ କରାଯାଉଛି ଯେ, ସେ ଜଣେ ମନ୍ଦିର ପୂଜକ ହୋଇଥାଇ ପାରନ୍ତି । ଅନ୍ୟପଟେ ଆହୁରି ଆଶ୍ଚର୍ଯ୍ୟକର କଥା ହେଲା, ମହିଳାଙ୍କୁ ସେ ମାଡ଼ ମାରୁଥିବା ବେଳେ ସେହସି ମନ୍ଦିର ଭିତରେ ଉପସ୍ଥିତ ଥିବା ତିନି ଜଣ ପୂଜକ କେହି ବି ଏଭଳି କାଣ୍ଡକୁ ଅଟକାଇବାକୁ ଚେଷ୍ଟା କରା ନାହାନ୍ତି । କେବଳ ଛିଡ଼ା ହୋଇ ତାହା ଦେଖୁଛନ୍ତି । ଏମିତି ଲାଗୁଛି ଯେମିତି ସେହି ପୂଜକ ମାନଙ୍କ ସହମତିରେ ମହିଳାଙ୍କୁ ମାଡ଼ ମରାଯାଉଛି ।

 

ତେବେ ମନ୍ଦିର କର୍ତ୍ତୃପକ୍ଷଙ୍କୁ ଏହି ଭିଡିଓ ଦେଖି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଭିନ୍ନ ମହଲରୁ ଦାବି କରାଯାଇଛି । ମାଡ଼ ଖାଇବା ପରେ ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ପୋଲିସ ଘଟଣାର ତଦନ୍ତ କରିବା ପରେ ଘଟଣାରେ ଆଉ ଏକ ଟ୍ୱିଷ୍ଟ ସାମ୍ନାକୁ ଆସିଥିଲା । ଆଉ ତାହା ହେଲା, ମହିଳା ଜଣକ ଭଗବାନଙ୍କ ମୂର୍ତ୍ତି କଡ଼ରେ ବା ପାଖରେ ବସିବାକୁ ଚାହୁଥିଲେ । ସେ ଦାବି କରୁଥିଲେ ଯେ, ଭଗବାନ ଭେଙ୍କଟେଶ୍ୱର ହେଉଛନ୍ତି ତାଙ୍କ ସ୍ୱାମୀ । ତେଣୁ ସେ ପତ୍ନୀ ଭାବେ ଭଗବାନଙ୍କ ନିକଟରେ ବସିବେ ବୋଲି ଜିଦ୍‌ କରିଥିଲେ । ଆଉ ଏହାକୁ ମନ୍ଦିରର ପୂଜକମାନେ ବାରଣ କରିଥିଲେ । ସେଠାରେ ମହିଳା ଜଣକ ଯୁକ୍ତି କରିଥିଲେ । ଏମିତିକି ନିଜ ଜିଦ୍‌ରେ ଅଟଳ ରହିଥିଲେ । ଯାହାଫଳରେ ମନ୍ଦିର ଭିତରେ ଏଭଳି କାଣ୍ଡ ଘଟିଥିଲା ।