Maharashtra Student: ପରୀକ୍ଷା ପାଇଁ ବାକି ଥିଲା ମାତ୍ର ୨୦ ମିନିଟ୍; ଟ୍ରାଫିକ ସମସ୍ୟାରୁ ବଞ୍ଚିବା ପାଇଁ ଏମିତି କଲେ ଛାତ୍ର

ସମର୍ଥ ପରୀକ୍ଷା ଦିନ ନିଜର ବ୍ୟକ୍ତିଗତ କାମ ପାଇଁ ପଞ୍ଚଗନି ଯାଇଥିଲେ । ୱାଇ-ପଞ୍ଚଗନି ରାସ୍ତାରେ ପ୍ରବଳ ଟ୍ରାଫିକ୍ ଜାମ୍ କାରଣରୁ ପରୀକ୍ଷା କେନ୍ଦ୍ରରେ ଠିକ୍ ସମୟରେ ପହଞ୍ଚିବା ଅସମ୍ଭବ ଥିଲା । ତେଣୁ ସେ ଏଭଳି ସାହସିକ ପଦକ୍ଷେପ ନେବା ପାଇଁ ଚିନ୍ତା କରିଥିଲେ ।

ପରୀକ୍ଷାକୁ ଉଡ଼ି ଉଡ଼ି ଗଲେ ଛାତ୍ର ।

ସହରାଞ୍ଚଳରେ ଟ୍ରାଫିକ୍ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି । ଏହି ଟ୍ରାଫିକ୍ ଜାମ୍ ଅନେକଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଘରୁ ଠିକ୍ ସମୟରେ ବାହାରିଲେ ମଧ୍ୟ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଅନେକ ସମୟରେ ସମ୍ଭବ ହେଉନାହିଁ । ଏହିଭଳି ସମସ୍ୟାରୁ ବଞ୍ଚିବା ପାଇଁ ଜଣେ ଛାତ୍ର କଲେଜକୁ ପରୀକ୍ଷା ଦେବାକୁ ଯିବା ପାଇଁ ଆପଣାଇଛନ୍ତି ଅଭିନବ ଉପାୟ ।

ନିଆରା ଅନ୍ଦାଜରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଲେ ପରୀକ୍ଷାର୍ଥୀ । ପରୀକ୍ଷାର୍ଥୀଙ୍କ ନିଆରା ଅନ୍ଦାଜ ପାଇଁ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡ଼ିଓ । ପରୀକ୍ଷାରେ ନିର୍ଦ୍ଧାରିତ ସମୟରେ ପହଞ୍ଚିବା ପାଇଁ ଅଭିନବ ଉପାୟ ଆପଣାଇ ଚର୍ଚ୍ଚାରେ ମହାରାଷ୍ଟ୍ରର ଛାତ୍ର । ଆପଣ ଭାବୁଥିବେ ପରୀକ୍ଷା କେନ୍ଦ୍ରକୁ ତ ସବୁ ପରୀକ୍ଷାର୍ଥୀ ଯାଇଥା'ନ୍ତି । କିନ୍ତୁ ଏହି ପରୀକ୍ଷାର୍ଥୀ କାହିଁକି ହେଉଛନ୍ତି ଭାଇରାଲ ।

ସମସ୍ତ ଛାତ୍ର ଛାତ୍ରୀ ପରୀକ୍ଷା ଦେବା ପାଇଁ ପ୍ରାୟତଃ ସଡ଼କ ପଥରେ ଯାଆନ୍ତି । କିନ୍ତୁ ଭାଇରାଲ ହେଉଥିବା ଛାତ୍ର ଜଣକ ପରୀକ୍ଷା କେନ୍ଦ୍ରକୁ ପାରାଗ୍ଲାଇଡିଂ ମାଧ୍ୟମରେ ଯାଇଥିଲେ । ମହାରାଷ୍ଟ୍ର ପସାରାନି ଗାଁର ଛାତ୍ର ସମର୍ଥ ମହଙ୍ଗାଡେଙ୍କର ପରୀକ୍ଷାକୁ ମାତ୍ର ୨୦ ମିନିଟ୍ ବାକି ରହିଥିଲା ।ସେ ଜାଣିବାକୁ ପାଇଲେ ସହରରେ ଟ୍ରାଫିକ୍ ଜାମ୍ ହୋଇଛି ।

ଅଧିକ ପଢ଼ନ୍ତୁ: ବାପା କରୁଥିଲେ ଭିଡିଓ ରେକର୍ଡ଼ିଂ; ପୁଅକୁ ଜୀଅନ୍ତା ଗିଳିଦେଲା ତିମି ଆଉ ତା'ପରେ...

ତେଣୁ ଛାତ୍ର ଜଣକ ସଡ଼କରେ ନଯାଇ ଆକାଶରେ ଉଡ଼ି ଉଡ଼ି ଯିବା ପାଇଁ ସ୍ଥିର କରିଥିଲେ । ସମର୍ଥ ପରୀକ୍ଷା ଦିନ ନିଜର ବ୍ୟକ୍ତିଗତ କାମ ପାଇଁ ପଞ୍ଚଗନି ଯାଇଥିଲେ । ୱାଇ-ପଞ୍ଚଗନି ରାସ୍ତାରେ ପ୍ରବଳ ଟ୍ରାଫିକ୍ ଜାମ୍ କାରଣରୁ ପରୀକ୍ଷା କେନ୍ଦ୍ରରେ ଠିକ୍ ସମୟରେ ପହଞ୍ଚିବା ଅସମ୍ଭବ ଥିଲା । ତେଣୁ ସେ ଏଭଳି ସାହସିକ ପଦକ୍ଷେପ ନେବା ପାଇଁ ଚିନ୍ତା କରିଥିଲେ ।

ଏହାପରେ ଆଡଭେଞ୍ଚର କ୍ରୀଡା ବିଶେଷଜ୍ଞ ଗୋବିନ୍ଦ ୟେୱାଲେ ଏବଂ ତାଙ୍କ ଟିମ୍ ତାଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିଦେଇଥିଲେ । ଫଳରେ ଛାତ୍ର ଜଣକ ସୁରକ୍ଷିତ ଭାବେ କଲେଜରେ ପହଞ୍ଚି ପରୀକ୍ଷା ଦେବା ପାଇଁ ସକ୍ଷମ ହୋଇଥିଲେ । ଏହାପରେ ଏହାର ଭିଡିଓ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେଉଛି । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ପରୀକ୍ଷାର୍ଥୀ ଜଣକ ପାରାଗ୍ଲାଇଡିଂ ପାଇଁ ଆବଶ୍ୟକୀୟ ପୋଷାକ ପିନ୍ଧି ପରୀକ୍ଷା କେନ୍ଦ୍ରକୁ ଯାଉଛନ୍ତି । ତେବେ ଏହି ଭିଡିଓରେ ସୋସିଆଲ ମିଡିଆ ୟୁଜରମାନେ ଅନେକ ମଜାଦାର କମେଣ୍ଟ ଦେଉଥିବା ଦେଖିବାକୁ ମିଳିଛି ।

ଅଧିକ ପଢ଼ନ୍ତୁ: ବିବାହ ଉତ୍ସବରେ ନାଚି ନାଚି କାହିଁକି ଟଳିପଡ଼ିଲେ ଯୁବତୀ ?