/odishatv-khabar/media/post_attachments/uploadimage/library/16_9/16_9_0/IMAGE_1672827510.jpg)
MLA Dadagiri
ଟୋଲ ପ୍ଲାଜାରେ ବିଧାୟକଙ୍କ ଦାଦାଗିରି । ଟୋଲ କର୍ମଚାରୀଙ୍କୁ ହାତ ଉଠାଇ ମାରିଲେ ଚାପୁଡ଼ା । ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି । ସମସ୍ତେ ବିଧାୟକଙ୍କୁ ସମାଲୋଚନା କରୁଛନ୍ତି । ହେଲେ ଏନେଇ ଏବେ ସୁଦ୍ଧା ଥାନାରେ କୌଣସି ଅଭିଯୋଗ ଦାଖଲ କରାଯାଇ ନାହିଁ ।
ତେବେ ବଡ଼ କଥା ହେଲା ଥାନାରେ ସିନା ଅଭିଯୋଗ ହୋଇନି କିନ୍ତୁ ଭିଡିଓ ଭାଇରାଲ ହେବା ପରେ ଲୋକଙ୍କ ମନରେ ଅସନ୍ତୋଷ ବଢ଼ିଛି । ବିଧାୟକଙ୍କ ପ୍ରତି ଲୋକଙ୍କ ଅକ୍ରୋଶ ବଢ଼ିଛି । ଭାଇରାଲ ଭିଡିଓ କୁ ଯିଏ ବି ଦେଖୁଛି ସିଏ ବିଧାୟକଙ୍କୁ ସମାଲୋଚନା କରୁଛି ।
ହାଇଦ୍ରାବାଦର ଭାରତ ରାଷ୍ଟ୍ର ସମିତି ବା BRS ବିଧାୟକ ଦୁର୍ଗାମ୍ ଚିନ୍ନାଇ ଏଭଳି କାଣ୍ଡ କରିଛନ୍ତି । ଗତ ମଙ୍ଗଳବାର ରାତିରେ ବିଧାୟକ ନିଜ କାରରେ ବେଲାମପାଲ୍ଲିରୁ ମନ୍ଚେରିଲା ଯାଉଥିବା ବେଳେ ମନ୍ଦମାରି ନିକଟରେ ତଥା NH 363 ରେ ନୂଆ କରି ଆରମ୍ଭ ହୋଇଥିବା ଟୋଲ ପ୍ଲାଜାରେ ଏହି ଘଟଣା ଘଟିଛି ।
ଅଧିକ ପଢ଼ନ୍ତୁ: ବିଚ୍ ରାସ୍ତାରେ ଲୋକ ପ୍ରତିନିଧିଙ୍କ ଦାଦାଗିରି ! ଯୁବକଙ୍କୁ ମାଡ଼ ମାରି ଲହୁଲୁହାଣ କରି ପକାଇଲେ . .
ଭାଇରାଲ ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ଯେ, ବିଧାୟକ ନିଜର ଗନ୍ ମ୍ୟାନ୍ ଏବଂ କିଛି ସାଥିଙ୍କ ସହିତ ଯାଉଥିଲେ । ଟୋଲ ପ୍ଲାଜା କର୍ମଚାରୀ ବିଧାୟକଙ୍କ ଗାଡ଼ିକୁ ଅଟକାଇଥିଲେ । ଏହାସହ ବିନା ପାସ୍ରେ ଯିବାକୁ ଦେଇନଥିଲେ । ତେଣୁ ବିଧାୟକ ଏଥିରେ ରାଗିଯାଇ ଉକ୍ତ କର୍ମଚାରୀଙ୍କୁ ଚାପୁଡ଼ା ମାରିଥିଲେ । ତେବେ ପୋଲିସକୁ ଏନେଇ ପଚରାଯିବାରୁ ପୋଲିସ କହିଛି, ବିଧାୟକଙ୍କ ବିରୋଧରେ ଏଯାଏଁ କୌଣସି ଅଭିଯୋଗ ଆସିନାହିଁ । ଅଭିଯୋଗ ଆସିଲେ ଘଟଣାର ତଦନ୍ତ କରାଯିବ । କାହିଁକି ବିଧାୟକ ଚାପୁଡ଼ା ମାରିଲେ ସେନେଇ ଘଟଣାର ଯାଞ୍ଚ କରାଯିବ।
#WATCH | Telangana | BRS MLA Durgam Chinnaiah allegedly assaults a toll plaza staff at Mandamarri toll plaza
We have seen the video on social media. We have not received any complaints. We are enquiring into the matter: Mandamarri Circle Inspector
(CCTV Visuals) pic.twitter.com/pGli3Adjud
— ANI (@ANI) January 4, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)