• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆମ ସମସ୍ତଙ୍କୁ ତାଜା ପରିବା ପସନ୍ଦ ଆସିଥାଏ । ତେଣୁ ଲୋକେ ପ୍ରତିଦିନ ହାଟକୁ ଯାଆନ୍ତି ଆଉ ତାଜା ପରିବା କିଣି ଘରକୁ ଆଣନ୍ତି । ପରେ ତାକୁ ରାନ୍ଧି ଖାଆନ୍ତି । କାରଣ ତାଜା ପରିବା ସ୍ୱାଦ କିଛି ଭିନ୍ନ । ପରିବା ଯଦି ବାସି ହୋଇଯାଏ ତେବେ ତାର ସ୍ୱାଦରେ ପରିବର୍ତ୍ତନ ଆସେ । ଆଉ ତାଜା ପରିବାରେ ଆମକୁ ଅଧିକ ଭିଟାମିନ୍ ମିଳିଥାଏ । ତାଜା ପରିବା ଖାଇଲେ ଶରୀର ସୁସ୍ଥ ରୁହେ । 

ହେଲେ ଆପଣ କେବେ ଭାବିଛନ୍ତି କି, ବଜାରରୁ ବା ପରିବା ହାଟରୁ ଆପଣ ଯେଉଁ ପରିବା କିଣି ଘରକୁ ଆଣୁଛନ୍ତି ତାହା ତାଜା କି ନୁହେଁ । ଆଖିକୁ ସତେଜ ଓ ତାଜା ଦେଖାଯାଉଥିଲେ ବି ଅନେକ ସ୍ଥାମୟରେ ସେହି ପରିବା ତାଜା ନଥାଏ । ଯେଉଁ ପରିବାକୁ ଆପଣ ସତେଜ ଓ ସ୍ୱାସ୍ଥ୍ୟକର ବୋଲି ଭାବୁଛନ୍ତି, ବାସ୍ତବରେ ତାହା ଖୁବ୍‌ ଅସ୍ୱାସ୍ଥ୍ୟକର ଆଉ ବାସି ପରିବା ହୋଇଥାଇପାରେ ।

ଏକ ଭିଡିଓ ଏବେ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଭାଇରାଲ ଭିଡିଓ ରେ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ, କିଛି ଧନିଆ ପତ୍ରକୁ ନେଇ ଏକ ବିଡ଼ା ବନ୍ଧା ଯାଇଛି । ଆଉ ସେହି ଧନିଆପତ୍ର ବିଡ଼ା ଶୁଖିକି ପଡ଼ିଛି । ଜଣେ ବ୍ୟକ୍ତି ଆସି ସେହି ଶୁଖିଲା ଧନିଆ ପତ୍ର ବିଡ଼ାକୁ ବାଲ୍ଟିରେ ଥିବା କେମିକାଲ ପାଣିରେ ବୁଡ଼ାଇ ବାହାର କରୁଛନ୍ତି । ତାପରେ ମାତ୍ର ଦୁଇ ମିନିଟ ମଧ୍ୟରେ ସେହି ଶୁଖିଲା ଧନିଆପତ୍ର ସମ୍ପୂର୍ଣ୍ଣ ତାଜା ହୋଇଯାଉଛି ।

ଅଧିକ ପଢ଼ନ୍ତୁ: ୨୪ ବର୍ଷ ହେଲା କେବଳ ପ‍ଇଡ ପାଣି ପି‍ଇ ବଞ୍ଚିଛନ୍ତି, ସୁସ୍ଥ ଅଛନ୍ତି

ତେବେ ଏହି କେମିକାଲ ଯୁକ୍ତ ପରିବା ଆମ ଶରୀର ପାଇଁ କେତେ ଯେ ସୁରକ୍ଷିତ ତାହା ଆପଣ ସହଜରେ ଅନୁମାନ କରିପାରୁଥିବେ । ଶୁଖିଲା ପରିବା ଟିସୁ ଗୁଡ଼ିକୁ ଯେଉଁ କେମିକାଲ ମାତ୍ର ଦୁଇ ମିନିଟ୍‌ରେ ସତେଜ କରୁଛି, ସେହି କେମିକାଲ ଯଦି ମଣିଷ ଶରୀରକୁ ଯିବ ତେବେ ମଣିଷ ଶରୀରର ଟିସୁର ଅବସ୍ଥା କ’ଣ ହେବ, ଥରେ ଭାବନ୍ତୁ । ଆଉ ଏଭଳି ପରିବା ଖାଇବାରୁ ବଞ୍ଚିତ ରୁହନ୍ତୁ ।

ଅନ୍ୟପଟେ ଭାଇରାଲ ଭିଡିଓକୁ ନେଇ ନାନା ନାକାରାତ୍ମକ କମେଣ୍ଟ ଆସିଛି । ଭିଡିଓକୁ ପାଖାପାଖି ୧୦ ଲକ୍ଷ ଲୋକ ଦେଖିସାରିଲେଣି । ସମସ୍ତେ ଏଭଳି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ଚକିତ ହେଉଛନ୍ତି ।