Advertisment

UK Gym: ଜିମ୍ ଯାଇ ପାରିବେନି ୨୪ ବର୍ଷରୁ ଅଧିକ ବୟସର ମହିଳା!

ୟୁକେରେ ଏକ ଜିମରେ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ୧୨ ବର୍ଷରୁ ୨୪ ବର୍ଷ ପର୍ଯ୍ୟନ୍ତ ମହିଳାଙ୍କ ପାଇଁ ଜିମ୍ ସଂରକ୍ଷିତ ରଖିବା ସହ ନିର୍ଦ୍ଧାରିତ ସମୟରେ ୨୪ ବର୍ଷରୁ ଅଧିକ ବୟସର ମହିଳାଙ୍କୁ ଜିମ୍ ଯିବାକୁ କଟକଣା ଲଗାଯାଇଛି ।

author-image
Chinmayee Sahoo
gym

gym

ଜିମ୍ ଯାଇ ନିଜକୁ ଫିଟ୍ ରଖିବାକୁ ସମସ୍ତେ ଚାହାନ୍ତି । ହେଲେ ଜିମରେ କେବେ ଶୁଣିଛନ୍ତି କି ବୟସ ଅନୁସାରେ କଟକଣା ଲାଗିବା । ଏଭଳି ଏକ ଘଟଣା ସାମନାକୁ ଆସିଛି ୟୁକେରୁ । ୟୁକେରେ ଏକ ଜିମ୍ ୨୪ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ମହିଳାଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟରେ ଜିମରେ ବ୍ୟାନ ଲଗାଇଛି । ଜଣେ ମହିଳା ଜିମ୍‌ରେ ୨୪ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ମହିଳାଙ୍କୁ ନିର୍ଦ୍ଦିଷ୍ଟ ସମୟରେ ଏକ୍ସରସାଇଜ କରିବାରୁ ବଞ୍ଚିତ କରାଯିବା ଘଟଣା ସମ୍ପର୍କରେ ଅନଲାଇନରେ କହିବା ପରେ ଏହା ସାମନାକୁ ଆସିଛି । ମହିଳାମାନେ ଯେକୌଣସି ବିଷୟରେ ପ୍ରକାଶ କରିବା ପାଇଁ ୟୁକେର ଏକ ସୋସିଆଲ ମିଡିଆ ସାଇଟ ମମସେଟ୍‌.କମ୍ ରେ ସେ ଏହି ବିଷୟରେ କହିଛନ୍ତି ।

Advertisment

ଅଧିକ ପଢନ୍ତୁ: କିଏ ସେହି 'ହେଲମେଟ୍‌ ମ୍ୟାନ' ? କାହିଁକି ମୁଣ୍ଡରେ ଲାଗିଛି ସିସିଟିଭି, ଜାଣନ୍ତୁ

ସେ ‘କଣ ମୁଁ ଅଯୌକ୍ତିକ’ ବୋଲି ପ୍ରଶ୍ନ କରିଛନ୍ତି । ଏହା ସହ ମେସେଜର ଏକ ସ୍କ୍ରିନ ସଟ୍ ସେୟାର କରିଛନ୍ତି । ଯେଉଁଥିରେ ଉଲ୍ଲେଖ ଅଛି, ୧୨ ବର୍ଷରୁ ୨୪ ବର୍ଷ ପର୍ଯ୍ୟନ୍ତ ମହିଳାମାନଙ୍କ ପାଇଁ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଜିମ୍ ସଂରକ୍ଷିତ ରହିବ । ସ୍କୁଲ ପରେ ଯୁବ ମହିଳାମାନଙ୍କୁ ଉତ୍ତମ ସେବା ଯୋଗାଇବାକୁ ଲକ୍ଷ୍ୟ କରି ସନ୍ଧ୍ୟା ସମୟରେ କେବଳ ସେମାନଙ୍କୁ ଜିମ୍ ଆସିବାକୁ ଅନୁମତି ଦିଆ ଯାଇଛି ବୋଲି କୁହାଯାଇଛି । ନିର୍ଦ୍ଧାରିତ ସମୟ ବ୍ୟତୀତ ଅନ୍ୟ ସମୟରେ ସମସ୍ତ ମହିଳାମାନଙ୍କୁ ଜିମ୍ ଆସିବାକୁ ଅନୁମତି ଦିଆଯାଇଛି । 

Advertisment

ମହିଳା ଜଣଙ୍କ କହିଛନ୍ତି, ଜିମ୍ ପ୍ରତିଦିନ ସକାଳ ୯ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମହିଳାମାନଙ୍କ ଏକ୍ସରସାଇଜ ପାଇଁ ଅନୁମତି ପ୍ରଦାନ କରୁଥିଲେ । କିନ୍ତୁ ଏହି ନିୟମ ପରିବର୍ତ୍ତନ ପରେ ସେ ଜିମରୁ ନିଜର ସଦସ୍ୟତା ବାତିଲ୍ କରିବେ । ତେବେ ମହିଳାଙ୍କ ପୋଷ୍ଟ ପରେ ଏହା ଭାଇରାଲ ହେବାରେ ଲାଗିଛି ।

ଅଧିକ ପଢ଼ନ୍ତୁ: ପରୀକ୍ଷା କେନ୍ଦ୍ରରେ ଛାତ୍ରଙ୍କୁ ଚାପୁଡା ମାରି ବିବାଦରେ ଆଇଏଏସ ଅଫିସର

United Kingdom Gyms
Advertisment
Advertisment