Advertisment

IAS Officer: ପରୀକ୍ଷା କେନ୍ଦ୍ରରେ ଛାତ୍ରଙ୍କୁ ଚାପୁଡା ମାରି ବିବାଦରେ ଆଇଏଏସ ଅଫିସର

ମଧ୍ୟପ୍ରଦେଶର ଦୀନଦୟାଲ୍ ଡଙ୍ଗରୌଲିଆ ମହାବିଦ୍ୟାଳୟରେ ପରୀକ୍ଷା ଚାଲୁଥିବା ସମୟରେ ଭିଣ୍ଡ ଜିଲ୍ଲାର ଜିଲ୍ଲାପାଳ ସଞ୍ଜୀବ ଶ୍ରୀବାସ୍ତବ ଜଣେ ଛାତ୍ରଙ୍କୁ ଚାପୁଡା ମାରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

author-image
Chinmayee Sahoo
ଅଦ୍ୟତନ ହୋଇଛି
IAS

IAS

ପରୀକ୍ଷା ଦେଉଥିବା ସମୟରେ ଜଣେ ସରକାରୀ ଅଧିକାରୀ ଜଣେ ଛାତ୍ରଙ୍କୁ ଚାପୁଡା ଉପରେ ଚାପୁଡା ମାରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଏପ୍ରିଲ୍ ୧ ତାରିଖରେ ଅପଲୋଡ୍ ହୋଇଥିଲା । ହେଲେ ବର୍ତ୍ତମାନ ତାହା ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ଘଟିଛି ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାରେ । 

Advertisment

ଭିଡିଓରେ ଦେଖା ଯାଉଥିବା ଅଧିକାରୀ ହେଉଛନ୍ତି ଭିଣ୍ଡ ଜିଲ୍ଲାର ଜିଲ୍ଲାପାଳ ସଞ୍ଜୀବ ଶ୍ରୀବାସ୍ତବ । ଦିନଦୟାଲ୍ ଡଙ୍ଗରୌଲିଆ ମହାବିଦ୍ୟାଳୟରେ ବିଏସସି ଦ୍ୱିତୀୟ ବର୍ଷ ଗଣିତ ପରୀକ୍ଷା ଚାଲିଥିବା ସମୟରେ ଶ୍ରୀବାସ୍ତବ ରୋହିତ୍ ରାଠୋର ନାମକ ଜଣେ ଛାତ୍ରଙ୍କୁ ତାଙ୍କ ଚେୟାରରୁ ଟାଣି ଆଣି ବାରମ୍ବାର ଚାପୁଡା ଉପରେ ଚାପୁଡା ମାରି ଚାଲିଛନ୍ତି । ଏହା ପରେ ସେ ଉକ୍ତ ଛାତ୍ରଙ୍କୁ ଏକ ଷ୍ଟାଫ ରୁମକୁ ନେଇ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ଆଉ ଜଣେ ବ୍ୟକ୍ତିଙ୍କୁ ଉକ୍ତ ଛାତ୍ରଙ୍କ ପେପର ଦେଉଛନ୍ତି । ଏହା ପରେ ସେ ତାଙ୍କୁ ତୁମ ପେପର କେଉଁଠି ଅଛି ବୋଲି ପଚାରୁଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । 

ଏ ବିଷୟରେ ରୋହିତ୍ କହିଛନ୍ତି, ତାଙ୍କ କାନରେ ଗଭୀର ଆଘାତ ଲାଗିଛି । କିନ୍ତୁ ଶ୍ରୀବାସ୍ତବ ଜଣେ ଆଇଏଏସ ଅଫିସର ହୋଇଥିବାରୁ ସେ କିଛି କହିପାରିଲେ ନାହିଁ । ସଞ୍ଜୀବ ଶ୍ରୀବାସ୍ତବଙ୍କୁ ଏ ବାବଦରେ ପଚାରିବାରୁ କହିଛନ୍ତି, “ଉକ୍ତ କଲେଜରେ ପ୍ରଶ୍ନପତ୍ର ଠକେଇ ମାମଲା ଜଣା ପଡିବା ପରେ ମୁଁ ସେଠାକୁ ତଦନ୍ତ କରିବା ପାଇଁ ଯାଇଥିଲି । ସେଠାରେ କିଛି ଛାତ୍ର ପ୍ରଶ୍ନପତ୍ର ବାହାରକୁ ଚୋରା ଚାଲାଣ କରନ୍ତି । ଏହାପରେ ପ୍ରଶ୍ନର ସମାଧାନ କରି ସମାଧାନ ପ୍ରଶ୍ନପତ୍ର ଆଣନ୍ତି । ଏହା ଏକ ସଂଗଠିତ ର‌୍ୟାକେଟ୍ । ଏଣୁ ଉକ୍ତ କଲେଜରେ ପରୀକ୍ଷା କେନ୍ଦ୍ର ନ କରିବା ପାଇଁ ବିଶ୍ୱବିଦ୍ୟାଳୟକୁ ଚିଠି ଲେଖିଛି । ଉକ୍ତ କଲେଜଟି ହେଉଛି, ମଧ୍ୟପ୍ରଦେଶର ବିରୋଧୀ ଦଳ ନେତା ହେମନ୍ତ କଟାରେଙ୍କ ଶ୍ୱଶୁର ନାରାୟଣ ଡଙ୍ଗରୌଲିଆଙ୍କର ଅଟେ ।”

Advertisment

ତେବେ ସଞ୍ଜୀବ ଶ୍ରୀବାସ୍ତବ ଏବେ ବିବାଦ ଘେରକୁ ଆସି ନାହାନ୍ତି । ପୂର୍ବରୁ ମଧ୍ୟ ଏକାଧିକ ଥର ବିବାଦ ଘେରକୁ ଆସିଛନ୍ତି । ଗତ କିଛି ଦିନ ପୂର୍ବରୁ ମଧ୍ୟପ୍ରଦେଶ ହାଇକୋର୍ଟର ଗ୍ୱାଲିୟର ବେଞ୍ଚ ପବ୍ଲିକ୍ସ ୱାର୍କ୍ସ ଡିପାର୍ଟମେଣ୍ଟ ସମ୍ପର୍କରେ ଏକ ଶୁଣାଣି ବେଳେ କହିଥିଲେ ଯେ, ଏଭଳି ଜଣେ ଅଧିକାରୀ କାର୍ଯ୍ୟ କରିବା ଉଚିତ୍ କି ନୁହେଁ । ସେହିପରି ଭିଣ୍ଡର ତହସିଲ୍‌ଦାର ମାଲା ଶର୍ମା ମଧ୍ୟ ଶ୍ରୀବାସ୍ତବଙ୍କ ଉପରେ ମାନସିକ ନିର୍ଯାତନା ଅଭି୍େ‌ାଗ ଆଣିଥିଲେ ।

ଅଧିକ ପଢ଼ନ୍ତୁ: ପ୍ରଦର୍ଶନୀ ବୁଲିବାକୁ ଆସିଲେ, ଆମ୍ବ ନେଇକି ଚାଲିଗଲେ

Madhya Pradesh
Advertisment
Advertisment