Advertisment

Helmet Man: କିଏ ସେହି 'ହେଲମେଟ୍‌ ମ୍ୟାନ' ? କାହିଁକି ମୁଣ୍ଡରେ ଲାଗିଛି ସିସିଟିଭି, ଜାଣନ୍ତୁ

ମୁଣ୍ଡରେ ଲାଗିଛି ହେଲମେଟ୍ । ଆଉ ହେଲମେଟ୍ ଉପରେ ସିସିଟିଭି । ହେଲମେଟ୍‌ ପିନ୍ଧିବା ପଛରେ ରହିଥିବା କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ । ସମସ୍ତେ ତାଙ୍କୁ ଡାକୁଛନ୍ତି ହେଲମେଟ୍ ମ୍ୟାନ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Helmet Man

Helmet Man

ମଧ୍ୟପ୍ରଦେଶର ଇନ୍ଦୋରରେ ଦେଖିବାକୁ ମିଳିଛି ଅଜବ ଦୃଶ୍ୟ । ଜଣେ ବ୍ୟକ୍ତି ମୁଣ୍ଡରେ ଲଗାଇଛନ୍ତି ସିସିଟିଭି ଥିବା ହେଲମେଟ୍‌ । ଯାହାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ସମସ୍ତେ 'ହେଲମେଟ୍‌ ମ୍ୟାନ୍‌' ବୋଲି କହୁଛନ୍ତି । ତେବେ ଏହିଭଳି ହେଲମେଟ୍‌ ପିନ୍ଧିବା ପଛରେ ରହିଥିବା କାରଣ ସମ୍ପର୍କରେ ମୁହଁ ଖୋଲିଛନ୍ତି ସମ୍ପୃକ୍ତ ବ୍ୟକ୍ତି । ଏନେଇ ସେ ଜୀବନକୁ ବିପଦ ଥିବା କଥା କହି ପଡୋଶୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । 

Advertisment

ଅଭିଯୋଗ ଅନୁସାରେ, ସମ୍ପୃକ୍ତ ବ୍ୟକ୍ତିଙ୍କ ପଡୋଶୀ ସତୀଶ ଚୌହ୍ୱାନ, ବଳିରାମ ଚୌହ୍ୱାନ ଓ ମୁନା ଚୌହ୍ୱାନଙ୍କ ସହ ଜମିଜମା ବିବାଦ ରହିଥିଲା । "ସେମାନେ ମୋତେ ଓ ମୋ ପରିବାରଲୋକଙ୍କୁ ହଇରାଣ କରୁଛନ୍ତି । ଜୀବନରୁ ମାରି ଦେବାକୁ ଧମକ ଦେଇଛନ୍ତି । ଏଥିପାଇଁ ଜୀବନ ପ୍ରତି ବିପଦ ଥିବାରୁ ମୁଁ ଏପରି ହେଲମେଟ୍‌ରେ କ୍ୟାମେରା ଲଗାଇଛି" ବୋଲି କହିଛନ୍ତି ଏହି ହେଲମେଟ୍‌ ମ୍ୟାନ । 

ସ୍ଥାନୀୟ ଥାନାରେ ଅଭିଯୋଗ ପରେ ବି ପୋଲିସ ଆଖି ଦୃଶିଆ ପଦକ୍ଷେପ ନେଉନଥିବା ବ୍ୟକ୍ତି ଜଣକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, "ଯଦି ମୋର କିମ୍ବା ମୋ ପରିବାରର କିଛି ହୋଇଯାଏ ତେବେ ସିସିଟିଭି ଭିଡିଓରେ ଏହାର ପ୍ରମାଣ ମିଳିପାରିବ ।" 

Advertisment

ଅଧିକ ପଢନ୍ତୁ: ବ୍ରେକ୍‌-ଅପ୍‌ ପରେ ନିଖୋଜ ଯୁବକ, ପ୍ରେମିକାକୁ ଭୁଲିବାକୁ ସବୁ ଛାଡ଼ି ଜଙ୍ଗଲ ଚାଲିଗଲେ..

CCTV Indore Helmet
Advertisment
Advertisment