• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଗତ କିଛି ଦିନ ତଳେ ସାଉଥ ଫିଲ୍ମ RRRର ଗୀତ ନାଟୁନାଟୁ ଟ୍ରେଣ୍ଡିଂ ପାଲଟିଥିଲା । କିଛି ସୋସିଆଲ ମିଡିଆ ରେ ଷ୍ଟାଟସ୍‌, ରିଲ୍ସ ଓ ଫୋନ୍‌ର ହେଲୋ ଟ୍ୟୁନ୍‌ରେ ଏହି ଗୀତକୁ ଶୁଣିବାକୁ ଏବଂ ଦେଖିବାକୁ ମିଳିଥିଲା । ନିକଟରେ ନାଟୁନାଟୁ ଗୀତକୁ ଓସ୍କାର ଆୱାର୍ଡ ମିଳିଛି। ଆଉ ବର୍ତ୍ତମାନ ଏହି ଗୀତ ଖାଲି ଦେଶରେ ନୁହେଁ ବିଦେଶରେ ମଧ୍ୟ ଏହାର ଟ୍ରେଣ୍ଡିଂ ଚାଲିଥିବା ନଜରକୁ ଆସିଛି ।

ସମାଜିକ ଗଣମାଧ୍ୟମରେ ଏହି ଗୀତର ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି । ଆମେରିକାରେ ଏହି ଭିଡିଓଟି କରାଯାଇଥିବା ଜଣାପଡ଼ିଛି । ଭିଡିଓରେ ଦେଖିବାକୁ ମିଳୁଛି ତେସଲା କାର୍‌ କମ୍ପାନୀ ପକ୍ଷରୁ ଅନେକ କାର୍‌କୁ ନେଇ ନାଟୁନାଟୁ ଗୀତରେ ଏକ ଲାଇଟିଂ ଡ୍ୟାନ୍ସ କରାଯାଇଛି । ଗୀତର ତାଳେ ତାଳେ କାର୍‌ଗୁଡ଼ିକର ଡ୍ରାଇଭର ଲାଇଟ୍‌ ଅନ୍‌ଅଫ୍‌ କରୁଥିବା ଦେଖିବାକୁ ମିଳୁଛି । ଯାହାକି ଅନ୍ଧାର ରାତିରେ ଖୁବ୍‌ ସୁନ୍ଦର ଦିଶୁଛି ।

ଅଧିକ ପଢ଼ନ୍ତୁ: ଜାଣନ୍ତୁ, କେମିତି ‘ନାଟୁ ନାଟୁ’ ଜିତିଲା ଓସ୍କାର ?

ଭିଡିଓଟିକୁ RRRMovie ଟ୍ୱିଟର ପେଜ୍‌ ପକ୍ଷରୁ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଅନେକ ଦର୍ଶକ ଏହାକୁ ପସନ୍ଦ କରିଥିବା ବେଳେ ୧ଲକ୍ଷ ୩୨ ହଜାରରୁ ଅଧିକ ଦର୍ଶକ ଦେଖିସାରିଛନ୍ତି । ସେହିପରି ୧୫ହଜାରରୁ ଅଧିକ ଦର୍ଶକ ଭିଡିଓଟିକୁ ଲାଇକ୍‌ କରିଛନ୍ତି । ବହୁ ୟୁଜର୍ସ କମେଣ୍ଟ ବକ୍ସରେ ସେମାନଙ୍କ ମତାମତ ଜଣାଇଛନ୍ତି ।

ସୂଚନା ଥାଉ କି ଏହି ଗୀତ ଓସ୍କାର ଆୱାର୍ଡ ପାଇବା ପୂର୍ବରୁ ଭାରତରେ ଖୁବ୍‌ ଭାଇରାଲ ହୋଇଥିଲା । କିଛି କ୍ରିକେଟର ଏହି ଗୀତରେ ରିଲ୍ସ ମଧ୍ୟ ବନାଇଥିଲେ । ଖାଲି କ୍ରିଏକଟର କାହିଁକି, ଅନେକ ସେଲିବ୍ରେଟି ଓ ସାଧାରଣ ଲୋକମାନେ ଖୁବ୍‌ ରିଲ୍ସ କରିଥିଲେ ।