Advertisment

ଜାଣନ୍ତୁ, କେମିତି ‘ନାଟୁ ନାଟୁ’ ଜିତିଲା ଓସ୍କାର ?

ତେଲୁଗୁ ସିନେମା ଜଗତର ଦୁଇ ବଡ଼ ସୁପରଷ୍ଟାର ଜୁନିୟର ଏନଟିଆର ଓ ରାମଚରଣଙ୍କୁ ନେଇ ପ୍ରସ୍ତୁତ କରାଯାଇଥିଲା ‘ନାଟୁ ନାଟୁ’। ଉଭୟେ ଷ୍ଟାର ଏକ ସେ ବଢ଼କର ଏକ ଡାନ୍ସର। ଏମାନଙ୍କୁ ଏକାଠି ପରଦାରେ ନଚାଇବାକୁ ନିଷ୍ପତ୍ତି ନେଇଥିଲେ ନିର୍ଦ୍ଦେଶକ ରାଜାମୌଲି।

author-image
Prasanjit Ray
ଅଦ୍ୟତନ ହୋଇଛି
How RRR Naatu Naatu Song Won Oscars

Know How RRR Naatu Naatu Song Won Oscars

ତେଲୁଗୁ ସିନେମା ଜଗତର ଦୁଇ ବଡ଼ ସୁପରଷ୍ଟାର ଜୁନିୟର ଏନଟିଆର ଓ ରାମଚରଣଙ୍କୁ ନେଇ ପ୍ରସ୍ତୁତ କରାଯାଇଥିଲା ‘ନାଟୁ ନାଟୁ’। ଉଭୟେ ଷ୍ଟାର ଏକ ସେ ବଢ଼କର ଏକ ଡାନ୍ସର। ଏମାନଙ୍କୁ ଏକାଠି ପରଦାରେ ନଚାଇବାକୁ ନିଷ୍ପତ୍ତି ନେଇଥିଲେ ନିର୍ଦ୍ଦେଶକ ରାଜାମୌଲି। ସଙ୍ଗୀତ ନିର୍ଦ୍ଦେଶକ ଏମଏମ କିରାଭାନିଙ୍କୁ ଏନେଇ ଜଣାଇଥିଲେ।

Advertisment

ଗୋଟିଏ ଫ୍ରେମରେ ଦୁଇ ଜଣଙ୍କୁ ରଖାଯିବ, ଗୋଟିଏ ଷ୍ଟେପ୍‌ରେ ନଚାଇବା ପାଇଁ ଗୀତ ପ୍ରସ୍ତୁତ କରିବାକୁ କହିଥିଲେ। ଲେଖକ ଚନ୍ଦ୍ରବୋଷଙ୍କୁ ଏଥିପାଇଁ ବଛା ଯାଇଥିଲା। ଦିନେ କାରରେ ରାଜାମୌଲିଙ୍କ ଅଫିସକୁ ଆସୁଥିବା ବେଳେ ଚନ୍ଦ୍ରବୋଷଙ୍କୁ 'ନାଟୁ' ଭାବେ ଏକ ହୁକ୍ ଲାଇନ୍ ମନକୁ ଆସିଥିଲା। ଏହାକୁ ସେ ସଙ୍ଗୀତ ନିର୍ଦ୍ଦେଶକ କିରାଭାନିଙ୍କୁ ଶୁଣାଇ ଥିଲେ। ଏହାପରେ ନାଟୁ ନାଟୁ ଗୀତକୁ ଲେଖାଗଲା।

୧୯ ମାସ ପରେ ସମ୍ପୂର୍ଣ୍ଣ ଭାବେ ତିଆରି ହେଲା ‘ନାଟୁ ନାଟୁ’ ଗୀତ। ଏବେ ଏହାକୁ କିପରି ସ୍କ୍ରିନରେ ଲୋକଙ୍କ ପାଖରେ ପରସା ଯିବ ତାକୁ ନେଇ ଯୋଜନା ପ୍ରସ୍ତୁତ ହେଲା। ରାମଚରଣ ଓ ଜୁନିୟର ଏନଟିଆର ଫିଲ୍ମରେ ଦୁଇ ବନ୍ଧୁ ତା’ସହ ଗୀତରେ ଏମାନଙ୍କ ମଧ୍ୟରେ ପ୍ରତିଯୋଗିତା ଭାବ ଦେଖେଇବା ପାଇଁ ସେପରି ଡାନ୍ସର ଆବଶ୍ୟକତା ଥିଲା। କୋରିଓଗ୍ରାଫର ପ୍ରେମ୍‌ ରକ୍ଷିତ୍ ଏଥିପାଇଁ ୯୫ ଷ୍ଟେପ୍ ପ୍ରସ୍ତୁତ କଲେ। ଏହାସହ ଗୀତର ଶେଷ ଓ ସିଗନେଚର ଷ୍ଟେପ୍ ଭାବେ ‘ନାଟୁ ନାଟୁ’କୁ ରଖାଗଲା।...

Advertisment

ପିକ୍ଚରାଜେସନ ପାଇଁ ୟୁକ୍ରେନ ରାଷ୍ଟ୍ରପତିଙ୍କ ଆବାସ ଭଳି ସେଟ୍ ତିଆରି କରାଯାଇଥିଲା। ଗୀତ ଆରମ୍ଭରୁ ଦୁଇ ଭାରତୀୟ ବ୍ରିଟିଶ ଅଫିସରଙ୍କୁ ଦେଶୀ ଡାନ୍ସ କଥା କହିଥିଲେ। ଏହି ଡାନ୍ସ ଅନସ୍କ୍ରିନ ଆଉ ଅଫ୍ ସ୍କ୍ରିନରେ ଧୁମ୍ ମଚାଇଥିଲା। ଏପରିକି ଦେଶୀ ଡାନ୍ସ ପ୍ରେମରେ ଏବେ ଦିୱାନା ହଲିଉଡ୍। ଆଉ ଏବେ ଫିଲ୍ମର ‘ନାଟୁ ନାଟୁ’ ଗୀତକୁ ଓସ୍କାର ମିଳିଛି। ଶ୍ରେଷ୍ଠ ଅରିଜିନାଲ୍‌ ଗୀତ ପାଇଁ ଓସ୍କାର ମିଳିଛି।

RRR Movie RRR Oscar Oscars
Advertisment
Advertisment