• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୋସିଆଲ ମିଡିଆରେ ପୁଣି ଏକ ମନଲୋଭା ଭିଡିଓ । ଯାହାକି ଆମ ସାମ୍ନାକୁ ଆସିଛି । ଭିଡିଓଟି ଏବେ ଖୁବ୍‌ ଭାଇରାଲ ହେଉଛି । ଆପଣ ବି ତାହା ଦେଖିଥାଇ ପାରନ୍ତି । ସୋସିଆଲ ମିଡିଆରେ ଏଭଳି ଅନେକ ଭିଡିଓ ପୂର୍ବରୁ ମଧ୍ୟ ସାମ୍ନାକୁ ଆସିଛି । ହେଲେ ଏହି ଭିଡିଓ ଟିକେ ନିଆରା । କାରଣ ପୂର୍ବରୁ ଆପଣ ଅଧିକାଂଶ ଭିଡିଓରେ ଦେଖିଥିବେ ଜଙ୍ଗଲୀ ହାତୀ କାହାକୁ ଗୋଡ଼ାଉଛି କି କାହାକୁ ମାରୁଛି । ନଚେତ୍‌ ରାସ୍ତା ଉପରକୁ ଆସି ଲୋକଙ୍କ ଗାଡ଼ି ଅଟାକାଉଛି ଆଉ ତାକୁ ଓଲଟାଇ ଦେଉଛି । ଖାଲି ସେତିକି ନୁହେଁ ହାତୀ ପାଇଁ ଲୋକେ ଦୁର୍ଘଟଣାର ଶିକାର ହେଉଥିବା ଭିଡିଓ ମଧ୍ୟ ଆପଣ ଦେଖିଥିବେ । କିନ୍ତୁ ଏହି ଭିଡିଓ ଅନ୍ୟମାନଙ୍କ ଅପେକ୍ଷା ଟିକିଏ ନିଆରା ।

ଏହି ଭାଇରାଲ ଭିଡିଓରେ ଗୋଟିଏ ଜଙ୍ଗଲୀ ଦନ୍ତା ହାତୀ ରାସ୍ତା କଡ଼ରେ ଛିଡ଼ା ହୋଇଛି । ଦେଖିଲେ ଲାଗୁଛି ଯେମିତି ରାସ୍ତା ପାର୍‌ ହେବାକୁ ସେ ଚାହିଁଛି କିମ୍ବା କାହାକୁ ଅପେକ୍ଷା କରିଛି । କିନ୍ତୁ ଭିଡିଓରେ ସେ କେବଳ ରାସ୍ତା କଡ଼ରେ ପୁରା ଶାନ୍ତ ହୋଇ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି । ସେହି ରାସ୍ତା ଦେଇ ଅନେକ ଗାଡ଼ି ମଟର ବି ଯାଉଛି । ଅଚାନକ ଜଣେ ବ୍ୟକ୍ତି ହାତୀକୁ ଦେଖି ଗାଡ଼ି ଅଟକାଇବା ସହ ନମସ୍କାର କରି ହାତୀ ପାଖକୁ ଯାଉଛନ୍ତି । ଆଉ ହାତୀକୁ ପଛକୁ ଫେରିଯିବାକୁ କହୁଛନ୍ତି । କାରଣ ହାତୀକୁ ଦେଖି କିଛି ଲୋକ ଡରୁଛନ୍ତି ।

ଅଧିକ ପଢ଼ନ୍ତୁ: ଆଶ୍ଚର୍ଯ୍ୟ ! ପିଠିରେ କୁମ୍ଭୀର ଧରି ଧାଇଁଲା କୁନି ପିଲା

ରାସ୍ତାରେ କାଳେ କାହାର କ’ଣ ଅସୁବିଧା ହୋଇଯିବ, ସେଥିପାଇଁ ସେ ଗାଡ଼ି ଅଟକାଇ ହାତୀ ପାଖକୁ ଯାଇଛନ୍ତି । ଭିଡିଓରେ ଦେଖାଯାଇଛି ଯେ ସେ ହାତୀକୁ ପଛକୁ ଯିବାକୁ କହିବା ସହ ହାତୀ ପଟକୁ ପିଠି କରି ଦୁଇ ହାତ ଖୋଲି ଛିଡ଼ା ହୋଇଛନ୍ତି । ଆଉ ହାତୀକୁ ଜଗିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜଙ୍ଗଲୀ ହାତୀଟି ଉକ୍ତବ୍ୟକ୍ତିକୁ କିଛି ବି କ୍ଷତି କରୁନାହିଁ । ଆଉ ଧିରେ ଧିରେ ହାତୀଟି ପଛକୁ ମଧ୍ୟ ଚାଲିଯାଉଛି ।

ତେବେ ଭିଡିଓଟି ଭାଇରାଲ ହେବା ପରେ ଅନେକ ୟୁଜର ଉକ୍ତ ବ୍ୟକ୍ତିଙ୍କର ଏଭଳି ଦୁଃସାହସକୁ ସମାଲୋଚନା କରିଛନ୍ତି । ଆଉ କିଛି ୟୁଜର ଏଭଳି ସାହସକୁ ସ୍ୱଗତ କରିବା ସହ ସେ ହାତୀକୁ ନମସ୍କାର କରିଥିବାରୁ ହାତୀ ତାଙ୍କର କିଛି କ୍ଷତି କରିଲା ନାହିଁ ବୋଲି କହିଛନ୍ତି । ଏହାସହ ହାତୀ ମଧ୍ୟ ଉକ୍ତ ବ୍ୟକ୍ତିଙ୍କ ଶାଳିନତାକୁ ବୁଝି ପାରିଛି ବୋଲି କିଛି ୟୁଜର କହିଛନ୍ତି । 

ଏହି ଭିଡିଓଟି ତାମିଲ ନାଡ଼ୁର ବୋଲି ଜଣାପଡ଼ିଛି । ହାତୀଟି ହୋଗେନ୍‌କାଲ ଫରେଷ୍ଟ ରେଞ୍ଜ ଧର୍ମାପୁରୀରେ ବୁଲୁଥିଲା ବୋଲି ସୂଚନା ରହିଛି । ଏହି ଭିଡିଓକୁ IFS ଅଫିସର ସାକେତ ବାଦୋଲା ଏବଂ ରେମେଶ ପାଣ୍ଡେ ସେୟାର କରିଛନ୍ତି ।