Advertisment

Viral Video: ଭାବପ୍ରବଣ କଲା ଶିକ୍ଷୟିତ୍ରୀଙ୍କ ଅବସର; ଭୋ ଭୋ କାନ୍ଦିଲେ ଛାତ୍ରୀ

ଭାଇରାଲ ହେଉଛି ଶିକ୍ଷୟିତ୍ରୀଙ୍କ ଅବସରର ଭିଡିଓ। ଛାତ୍ରୀମାନେ ତାଙ୍କ ପ୍ରିୟ ଶିକ୍ଷୟିତ୍ରୀଙ୍କୁ ଧରି କାନ୍ଦୁଛନ୍ତି। ଏହି ଭିଡିଓ ସମସ୍ତଙ୍କୁ କରୁଛି ଭାବପ୍ରବଣ।

author-image
Pramod Behera
ଅଦ୍ୟତନ ହୋଇଛି
Students crying on high school teacher retirement

Students crying on high school teacher retirement

ପ୍ରତ୍ୟେକ ପିଲାଙ୍କ ଜୀବନରେ ଶିକ୍ଷକମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଜଣେ ଭଲ ଶିକ୍ଷକଙ୍କ ଉପସ୍ଥିତି କେବଳ ଯେ ପିଲାଙ୍କୁ ଭଲ ଉପଦେଶ ଦିଏ ତାହା ନୁହେଁ ବରଂ ସେମାନଙ୍କୁ ଜଣେ ଅସାଧାରଣ ବ୍ୟକ୍ତି କରି ଗଢି ତୋଳିବାକୁ ମଧ୍ୟ ସାହାଯ୍ୟ କରେ। ଆମ ସମସ୍ତଙ୍କର ଜୀବନରେ ନିଶ୍ଚିତ ଭାବରେ ଏମିତି ଜଣେ ଶିକ୍ଷକ ଆସିଥିବେ, ଯାହାଙ୍କୁ ଆମେ ଗଭୀର ଭାବରେ ସମ୍ମାନ କରୁ ଏବଂ ତାଙ୍କ ଠାରୁ ବହୁତ କିଛି ଶିଖୁ।

Advertisment

ସେ ସ୍କୁଲ ହେଉ କି କଲେଜ ହେଉ ଯେତେବେଳେ ଏମିତି ଜଣେ ଶିକ୍ଷକ ଜୀବନରେ ଆସିଥିବେ ଆଉ ସେ ଯେତେବେଳେ ଅବସର ନେଇଥିବେ ସେ ସମୟ କେତେ ଭାବନାତ୍ମକ ଥିବ ଯିଏ ଅନୁଭବ କରିଛି ସେ ହିଁ ଜାଣିଛି। ଏମିତି ଏକ ଭାବପ୍ରବଣ ମୁହୂର୍ତ୍ତ ଏବେ ସାମ୍ନାକୁ ଆସିଛି।

ଅଧିକ ପଢ଼ନ୍ତୁ: ପ୍ରିୟ ସାର୍‌ଙ୍କ ଅବସର ! ଛାତ୍ରଛାତ୍ରୀଙ୍କ ଆଖିରେ ଲୁହ, ଉପହାରରେ ଦିଆଗଲା ବାଇକ ସହ ଦାମୀ ଉପହାର

Advertisment

ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଏକ ହାଇସ୍କୁଲର ଶିକ୍ଷୟିତ୍ରୀ ତାଙ୍କ ଅବସର ଦିନରେ ଜଣେ ଛାତ୍ରୀଙ୍କୁ କୋଳରେ ଥରି ଭାବବିହ୍ୱଳ ହୋଇପଡୁଛନ୍ତି। ଟ୍ୱିଟରରେ ଆରୋହି ନାମକ ଜଣେ ୟୁଜରଙ୍କ ଦ୍ୱାରା ଏହି ଭିଡିଓ ଶେୟାର ହୋଇଛି। ଏହି ଭିଡିଓରେ ଦର୍ଶାଯାଇଛି ଯେ ଅବସର ନେବା ପୂର୍ବରୁ ଆରୋହିଙ୍କ ମା’ ତାଙ୍କ ଛାତ୍ରୀମାନଙ୍କ ସହିତ କଥାବାର୍ତ୍ତା କରିଥିଲେ। ଝିଅମାନେ ସେମାନଙ୍କର ପ୍ରିୟ ଶିକ୍ଷୟିତ୍ରୀଙ୍କୁ ଆଲିଙ୍ଗନ କରି ଲୁହ ପୋଛୁଥିବାର ଦେଖାଯାଏ।

ଭିଡିଓର କ୍ୟାପ୍”ସନ୍‌ରେ ଲେଖା ଅଛି, “ମୋ ମା’ ସ୍କୁଲ୍‌ ଶିକ୍ଷୟିତ୍ରୀ ଭାବରେ ଅବସର ନେଇଛନ୍ତି। ତାଙ୍କର ସର୍ବୋତ୍ତମ ପୁରସ୍କାରକୁ ଦେଖନ୍ତୁ।"

ଖବର ଲେଖାହେବା ବେଳକୁ ଏହି ପୋଷ୍ଟକୁ ୧ ଲକ୍ଷ ୨୭ହଜାରରୁ ଅଧିକ ଲୋକ ଦେଖିସାରିଥିଲେ। ଅନେକ ଏହା ଉପରେ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।

ଅଧିକ ପଢ଼ନ୍ତୁ: ସାର୍‌ଙ୍କ ପାଇଁ ପିଲାଙ୍କ ଆଖିରେ ଲୁହ: ଅବସର ସମୟରେ ସଭିଙ୍କୁ କନ୍ଦାଇଲେ ପ୍ରଧାନ ଶିକ୍ଷକ

Social Media Viral Video Student Teacher Reunion
Advertisment
Advertisment