• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦିନେ ବସ୍ତାନୀ ନେଇ ପାଠପଢିବାକୁ ଆସିଥିଲେ । ସମୟ କ୍ରମେ ସେହି ସ୍କୁଲରେ ଦୀର୍ଘବର୍ଷ ଶିକ୍ଷାଦାନ ବି କଲେ । ଏବେ ଅବସର ସମୟରେ ସଭିଙ୍କୁ କନ୍ଦାଇ ଯାଉଛନ୍ତି ପ୍ରଧାନ ଶିକ୍ଷକ । ସାରଙ୍କୁ ଘରଯାଏ ଛାଡିବାକୁ ପୁରାତନ ଛାତ୍ରଛାତ୍ରୀ ବି ଧାଇଁ ଯାଇଛନ୍ତି ।

ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ସାନପାଟପୁର ଗ୍ରାମର ସାନପାଟପୁର ଉଚ୍ଚ ବିଦ୍ୟାଳୟ । ହସ ଖୁସିରେ ଫାଟି ପଡୁଥିବା ସ୍କୁଲରେ ଯେପରି ଶୂନ୍ୟତା ଭରିଯାଇଛି । ସଭିଙ୍କ ମୁହଁର ହସ ହଜିଯାଇ ଲୁହର ଲହଡି ମାରୁଛି । ଏହି ସ୍କୁଲକୁ ଯିଏ ନିଜ ଜୀବନର ସବୁ ସମୟ ଦେଇ ଏକ ନୂଆ ପରିଚୟ ଦେଇଥିଲେ ସେ ମଣିଷ ତିଆରି କାରଖାନାର ମୁଖ୍ୟ କାରିଗର ଅବସର ନେଇଛନ୍ତି । ପ୍ରଧାନ ଶିକ୍ଷକ ଉପେନ୍ଦ୍ର ନାଥଙ୍କର କର୍ମମୟ ଜୀବନର ଶେଷ ହୋଇଛି ।

ଅଧିକ ପଢ଼ନ୍ତୁ: ଶିକ୍ଷକ ହେବ ତ ଏମିତି,ପ୍ରଧାନଶିକ୍ଷକଙ୍କୁ ବିପୁଳ ଅବସରକାଳୀନ ସମ୍ବର୍ଦ୍ଧନା

ଦିନେ ଏଏହି ସ୍କୁଲରେ ପୁରାତନ ଛାତ୍ର ଥିଲେ । ଏଇଠି ପାଠପଢି ବଡ଼ ଚାକିରୀ କରିବାର ସ୍ୱପ୍ନ ବି ଦେଖୁଥୁଲେ । ପରେ ସମୟକ୍ରମେ ଏହିଠି ଶିକ୍ଷକତା ଚାକିରୀ କରି ଏହି ସ୍କୁଲରେ ବି ଦୀର୍ଘବର୍ଷ ଧରି ଶିକ୍ଷାଦାନ କରୁଥୁଲେ । ଆଉ ଗତକାଲି ସେ ପ୍ରଧାନଶିକ୍ଷକ ପଦ ଓ ଶିକ୍ଷକତାରୁ ଅବସର ନେଇଛନ୍ତି । ଜୀବନର ସବୁଠୁ ଅଧିକ ସମୟ ସେ ଏହି ବିଦ୍ୟାଳରେ ବିତାଇଛନ୍ତି । ସ୍କୁଲର ପ୍ରତ୍ୟକ ଇଟା ବାଲି ମାଟି ସହ ତାଙ୍କର ଆନ୍ତରିକତା ଯୋଡ଼ି ହୋଇଯାଇଛି । ତେଣୁ ସ୍କୁଲ ସହ ନିବିଡ଼ ସମ୍ପର୍କ । ହେଲେ ପ୍ରିୟ ସାର୍‌ ଚାଲି ଯାଉଥିବାରୁ କୁନିପିଲା କାନ୍ଦୁଛନ୍ତି ।

କେବଳ ଛାତ୍ରଛାତ୍ରୀ କାହିଁକି ସ୍କୁଲର ପିଅନ ବି କହୁକହୁ କୋହକୁ ଅଟକାଇ ପାରୁନାହାନ୍ତି। କାହିଁକି ବା ମନଦୁଃଖ ନକରିବେ । ପ୍ରଧାନ ଶିକ୍ଷକ ହୋଇଥିଲେ ବି ସମୟ ପୂର୍ବରୁ ଆସିବା, ସ୍କୁଲ ଗେଟ ଖୋଲିବା ସହ ଅଫିସ ଖୋଲି ନିଜେ ସବୁ କାମ କରିଦିଅନ୍ତି । ସହକର୍ମୀଙ୍କୁ ସମାନ ନଜରରେ ରଖିବା ସହ ବେଶ୍‌ ଆଦର ମଧ୍ୟ କରନ୍ତି ।

କେବଳ ସ୍କୁଲ ଷ୍ଟାଫ କି ଅଧ୍ୟୟନର୍ ଛାତ୍ରଛାତ୍ରୀ ସାରଙ୍କ ଅବସର ଦିନ ପୁରାତନ ଛାତ୍ରଛାତ୍ରି ବି ପହଞ୍ଚି ଥିଲେ । ବାସ୍ତବରେ ଏଭଳି ଗୁରୁଶିଷ୍ୟଙ୍କ ମଧ୍ୟରେ ସ୍ନେହ ଭଲପାଇବା ରହିବା ସମାଜ ପାଇଁ ବେଶ୍‌ ସୁନ୍ଦର ବାର୍ତ୍ତା ଦେଉଛି ।