Advertisment

ଟ୍ରେନ୍‌ରେ ସବୁଦିନ ଯାତ୍ରା କରୁଛି ବୁଲା କୁକୁର, ଭାଇରାଲ ହେଉଛି ଭିଡିଓ

ଦିନକର ଘଟଣା ନୁହେଁ, କୁକୁରର ଟ୍ରେନ୍‌ ଯାତ୍ରା ନିତିଦିନ ବୋଲି ଭିଡିଓ ସେୟାର କରି ଜଣେ ଇନଷ୍ଟା ୟୁଜର ଉଲ୍ଲେଖ କରିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Viral Video: Street Dog Boards Borivali Local In Mumbai

Street dog boards the Borivali local in Mumbai every day

ଆମକୁ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ହେଲେ ଟ୍ରେନ୍‌, ବସ୍‌ କିମ୍ବା ଅନ୍ୟ କୋଣସି ଯାନରେ ଯାଇଥାଉ। ହେଲେ ଠିକଣା ଜାଗାକୁ ଯିବା ପାଇଁ ପଶୁମାନେ କଣ ଏହି ପନ୍ଥା ଆପଣେଇବେ? ଜାଣି ଆଶ୍ଚର୍ଯ୍ୟ ହେବେ ଗୋଟିଏ କୁକୁର ସବୁଦିନ ତାର ଗନ୍ତବ୍ୟ ସ୍ଥଳକୁ ଯିବାଆସିବା କରୁଛି, ତାହା ପୁଣି ଟ୍ରେନ୍‌ରେ।

Advertisment

ପଶୁମାନେ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଯିବା ପାଇଁ କୌଣସି ଯାନର ଯେ ଆବଶ୍ୟକତା ପଡୁଥିବ, ଏହା ଅସମ୍ଭବ ପରି ଲାଗୁଛି। କିନ୍ତୁ ଗୋଟିଏ କୁକୁର ତା’ର ଠିକଣା ସ୍ଥାନକୁ ନିତିଦିନ ଯାଉଛି। ତାହା ବି ଟ୍ରେନ୍‌ରେ। ଏହାକୁ ନେଇ ଏକ ଭିଡିଓ ସୋସାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ମୁମ୍ବାଇର ବୋଲି ଜଣାପଡ଼ିଛି। 

ଅଧିକ ପଢ଼ନ୍ତୁ: ଘରେ ନାହିଁ ମାଲିକ, ଫୋନ୍‌ରେ ସ୍ୱର ଶୁଣି ଝୁରୁଛି କୁକୁର ! ଦେଖନ୍ତୁ ଭିଡିଓ...

Advertisment

ଭାଇରାଲ ଭିଡିଓରେ ଗୋଟିଏ ବୁଲା କୁକୁର ମୁମ୍ବାଇ ବୋରିବଲୀରୁ ଷ୍ଟେସନରୁ ଟ୍ରେନ୍‌ରେ ଚଢି ଯାତ୍ରା ଆରମ୍ଭ କରୁଛି। ଟ୍ରେନ୍‌ରେ ସେ ବାହାରକୁ ଅନେଇ ବସୁଛି, କେତେବେଳେ ତାର ସେହି ଠିକଣା ଜାଗାଟି ଆସିବ। ଅନ୍ଧେରୀ ଷ୍ଟେସନ ଆସିବା ପରେ ସେଠାରେ ଓହ୍ଲାଇ ଚାଲିଯାଉଛି। ଏହା ଦିନକର ଘଟଣା ନୁହେଁ, କୁକୁରର ଟ୍ରେନ୍‌ ଯାତ୍ରା ନିତିଦିନ ବୋଲି ଭିଡିଓ ସେୟାର କରି ଜଣେ ଇନଷ୍ଟା ୟୁଜର୍ସ ଉଲ୍ଲେଖ କରିଛନ୍ତି। 

“Meet the local train’s regular traveller in #Mumbai ମୁମ୍ବାଇର ଲୋକାଲ୍‌ ଟ୍ରେନ୍‌ ନିୟମିତ ଯାତ୍ରୀଙ୍କୁ ଦେଖନ୍ତୁ ବୋଲି କ୍ୟାପସନ୍‌ରେ ଲେଖିଛନ୍ତି। ଏହି ଭିଡିଓକୁ  ପାଖାପାଖି ୮୮ ହଜାର ଲାଇକ୍‌ କରିଥିବା ବେଳେ ସୁନ୍ଦର ସୁନ୍ଦର କମେଣ୍ଟ ମଧ୍ୟ ଦେଇଛନ୍ତି ୟୁଜର୍ସ। 

Viral Video Stray Dog
Advertisment
Advertisment