/odishatv-khabar/media/post_attachments/uploadimage/library/16_9/16_9_0/Pet_Dog_1678798415.jpg)
Pet Dog
କୁକୁର ରଖିବା ଏବେ ଫ୍ୟାସନ୍ ହୋଇଗଲାଣି । ସହରରେ ଏବେ ଘରେ ଘରେ ଲୋକ କୁକୁର ପାଳୁଛନ୍ତି । କୁକୁରକୁ ନମକ ସଚ୍ଚା ବୋଲି କୁହାଯାଏ । ଅର୍ଥାତ କୁକୁର କେବେ ଧୋକା ଦିଏ ନାହିଁ । ଜଣେ ମଣିଷକୁ ଆପଣ କେବେ ବିଶ୍ୱାସ କରିପାରିବେ ନାହିଁ । କିନ୍ତୁ କୁକୁର ଆପଣଙ୍କୁ କେବେ ଧୋକା ଦେବ ନହିଁ କିମ୍ବା ବିଶ୍ୱାସଘାତ କରିବ ନାହିଁ । କୁକୁର ବି ଘରର ଜଣେ ସଦସ୍ୟ ଭଳି ହୋଇଥାଏ । ତାର ଦେହ ଖରାପ ହେଲେ କିମ୍ବା ତାର କିଛି ଅସୁବିଧା ହେଲେ ଉକ୍ତ ପରିବାର ଲୋକଙ୍କ ଚିନ୍ତା ବଢ଼ିଯାଏ । ସେମାନେ ବି କୁକୁର ପାଇଁ ଚିନ୍ତିତ ହୋଇଥାନ୍ତି । କୁକୁରର ସ୍ୱାସ୍ଥ୍ୟ କିପରି ଶିଘ୍ର ଭଲ ହେବ ସେଥିପ୍ରତି ଗୁରୁତ୍ୱ ଦେଇଥାନ୍ତି । ଏମିତିକି ନିଜ ପୁଅ କିମ୍ବା ଝିଅକୁ ଯେତିକି ଯତ୍ନ ନିଆଯାଇଥାଏ, ଘରେ ପୋଷାଯାଇଥିବା କୁକୁରର ବି ସେତିକି ଯତ୍ନ ନିଆଯାଏ ।
ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ପୋଷା କୁକୁର ବିଷୟରେ କହିବୁ ଯାହାର ଆଚରଣ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଏହି କୁକୁରଟି ଫୋନ୍ରେ କଥା ହେଉଛି । ଆଉ ମାଲିକ ଯାହା କହୁଛି ତାର ଉତ୍ତର ବି ଦେଉଛି । ଏହି ପୁରା ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯିଏ ବି ଦେଖୁଛି ସେ ଆଶ୍ଚର୍ଯ୍ୟ ହେଉଛି । ଫୋନ୍ରେ ମାଲିକାଣୀଙ୍କ ସ୍ୱର ଶୁଣି କୁକୁର କାନୋଉଛି । ଆଉ ସବୁ ଶୁଣିବା ପରେ ନିଜ ଢ଼ଙ୍ଗରେ ଉତ୍ତର ବି ଦେଉଛି ।
ତେବେ ଏହି ଭିଡିଓକୁ ଇନ୍ଷ୍ଟାଗ୍ରାମ୍ରେ ଏବେ ସୁଦ୍ଧା ପାଖାପାଖି ୫୦ ଲକ୍ଷ ଲୋକ ଦେଖିସାରିଲେଣି । ଗତ ମାସରେ ଏହି ଭିଡିଓ ପୋଷ୍ଟ କରଯାଇଥିଳା । କିନ୍ତୁ ଅଚାନକ ଏବେ ଭାଇରାଲ ହେବାରେ ଲାଗିଛି । ଏଥିରେ ପାଖାପାଖି ୫ ଲକ୍ଷ ଲାଇକ୍ ଓ କମେଣ୍ଟ ମଧ୍ୟ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)