Advertisment

Spiritual Orator Abhinav Arora: ପ୍ରଭୁ ହନୁମାନଙ୍କ ଭଳି ନାଚିଲେ ଅଭିନବ ଆରୋରା, ଭାଇରାଲ ହେଲା ଭିଡ଼ିଓ

ଭିଡିଓରେ ସେ ପ୍ରଭୁ ହନୁମାନଙ୍କ ପରି ପୋଷାକ, ଫୁଲମାଳ ଓ ମୁକୁଟ ପିନ୍ଧିଥିବାର ଦେଖିବାକୁ ମିଳିଛି । ହନୁମାନଙ୍କ ଅବତାରକୁ ଅନୁକରଣ କରିବା ପାଇଁ ସେ ସେଭଳି ମେକଅପ ନେବା ସହ ହାତରେ ଏକ ଗଦା ଧରିଥିବା ଦେଖାଯାଇଛି ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
Spiritual Orator Abhinav Arora

Spiritual Orator Abhinav Arora

ଶିଶୁ ପ୍ରବଚକ ଭାବରେ ଜଣାଶୁଣା ୧୦ବର୍ଷିୟ ସୋସିଆଲ ମିଡିଆ ଇନଫ୍ଲୁଏନସର ଅଭିନବ ଆରୋରା ପୁଣି ଥରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପ୍ରଭୁ ହନୁମାନଙ୍କ ବେଶରେ ସେ ନାଚିଥିବା ନାଚର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ୧୦ ବର୍ଷର ଅଭିନବ ଏକ ଭଜନ ଗାଇ ନାଚୁଥିବା ଦେଖାଯାଇଛି ।

Advertisment

ଭିଡିଓରେ ସେ ପ୍ରଭୁ ହନୁମାନଙ୍କ ପରି ପୋଷାକ, ଫୁଲମାଳ ଓ ମୁକୁଟ ପିନ୍ଧିଥିବାର ଦେଖିବାକୁ ମିଳିଛି । ହନୁମାନଙ୍କ ଅବତାରକୁ ଅନୁକରଣ କରିବା ପାଇଁ ସେ ସେଭଳି ମେକଅପ ନେବା ସହ ହାତରେ ଏକ ଗଦା ଧରିଥିବା ଦେଖାଯାଇଛି । ତେବେ ଏହି ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଲୋକମାନେ ଏହି ଭିଡ଼ିଓକୁ ନାପସନ୍ଦ କରିଛନ୍ତି ।

ଅଧିକ ପଢନ୍ତୁ: ବାଃ.. ବାଃ..ରେ ଗୁଗୁଲ ମ୍ୟାପ୍‌, ଆଉ କେତେ ଧୋକା ଦେବ..! 

Advertisment

ରୋଜଗାର ଓ ଚର୍ଚ୍ଚାରେ ରହିବା ପାଇଁ ଏଭଳି କରୁଥିବା ଦାବି କରି ସୋସିଆଲ ମିଡ଼ିଆ ବ୍ୟବହାରକାରୀ ଅଭିନବଙ୍କ ମାତାପିତାଙ୍କୁ ସମାଲୋଚନା କରିଛନ୍ତି । ଏହା ସହ ଅଭିନବଙ୍କ ଶିକ୍ଷା ଉପରେ ଧ୍ୟାନ ନଦେଇ ତାଙ୍କୁ ଏସବୁ କରିବାକୁ କହୁଥିବାରୁ ଲୋକେ ତାଙ୍କୁ ସମାଲୋଚନା କରିଛନ୍ତି ।

ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଭିଡିଓରେ ଦେଖାଯାଉଥିବା ଛାଇରୁ ସ୍ପଷ୍ଟ ଭାବରେ ଜଣାପଡୁଛି ଯେ, ରେକର୍ଡିଂ କରୁଥିବା ମହିଳାଜଣକ ତାଙ୍କୁ କିପରି ନାଚିବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି । ଦେଖିବାକୁ ଗଲେ ଅଭିନବଙ୍କର ଇନଷ୍ଟାଗ୍ରାମରେ ପ୍ରାୟ ୯ ଲକ୍ଷ ୫ହଜାର ଫୋଲଅର୍ସ ଅଛନ୍ତି । ତାଙ୍କର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଓ ଫେସବୁକ୍ ପେଜ୍ ମଧ୍ୟ ଅଛି ଯେଉଁଠାରେ ସେ ଆଧ୍ୟାତ୍ମିକ ବିଷୟବସ୍ତୁ ଉପରେ ପ୍ରବଚନ ଦେଇଥାନ୍ତି ।

କିଛି ମାସ ତଳେ ଅଭିନବ ଏବଂ ତାଙ୍କ ପରିବାର ଚର୍ଚ୍ଚାକୁ ଆସିଥିଲେ । ତାଙ୍କ ପରିବାର ଦାବି କରିଥିଲା ଯେ ସେମାନଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ହତ୍ୟା ଧମକ ଦେଉଛି ।

ଅଧିକ ପଢନ୍ତୁ: ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କ; ବାପାକୁ ବିବାହ କଲା ଝିଅ, ଭାଇରାଲ ହେଲା ଭିଡ଼ିଓ.... 

Lord Hanuman Troll
Advertisment
Advertisment