Advertisment

Father And Daughter Getting Married: ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କ; ବାପାକୁ ବିବାହ କଲା ଝିଅ, ଭାଇରାଲ ହେଲା ଭିଡ଼ିଓ....

ବାପାକୁ ବିବାହ କରିଛି ଝିଅ । ପ୍ରବିତ୍ର ସମ୍ପର୍କରେ ଲାଗିଛି କଳଙ୍କ। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

author-image
Sujit kumar Swain
ଅଦ୍ୟତନ ହୋଇଛି
Father And Daughter Getting Married

Father And Daughter Getting Married

ବାପା-ଝିଅ ସମ୍ପର୍କ ଦୁନିଆର ସବୁଠାରୁ ମୂଲ୍ୟବାନ ସମ୍ପର୍କ। ସବୁଘରେ ଝିଅମାନେ ବାପାଙ୍କର ଅଳିଅଳି। ଜଣେ ଯଦି ପଚାରେ ଦୁନିଆର ସବୁଠୁ ପବିତ୍ର ସମ୍ପର୍କ କ’ଣ ? ଯେକେହି ବି କହିବେ ମାଆ-ବାପା, ବାପା-ଝିଅ, ବଡ ଭାଇ, ବଡ ଭଉଣୀର ସମ୍ପର୍କ । ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବୁ ହୁଏତ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇପାରନ୍ତି। ବାପାକୁ ବିବାହ କରିଛି ଝିଅ । ପ୍ରବିତ୍ର ସମ୍ପର୍କରେ ଲାଗିଛି କଳଙ୍କ। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । 

Advertisment

ଭାଇରାଲ ହେଉଥିବା ଭିଡିଓରେ ଜଣେ ଯୁବତୀ ନିଜ ବାପାଙ୍କୁ ସ୍ୱାମୀ ବୋଲି ପରିଚୟ ଦେଇ ମନ୍ଦିରରେ ପାରମ୍ପରିକ ରୀତିନୀତିରେ ବିବାହ କରୁଥିବା ଦେଖିବାକୁ ମିଳୁଛି। ଏଭଳି ଭିଡିଓ ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ ମଧ୍ୟ କରିଛି।  ସବଠୁ ବଡ କଥା ହେଲା ଭିଡିଓ ଭାଇରାଲ ପରେ ଯୁବତୀଙ୍କ କଥା ଶୁଣି ଲୋକମାନେ ବହୁତ ଖରାପ ଖରାପ କମେଣ୍ଟ ମଧ୍ୟ ଦେଉଛନ୍ତି । 

Advertisment

୨୪ ବର୍ଷର ଝିଅ ନିଜ ବାପାଙ୍କୁ ବିବାହ କରିଛି । ବାପାଙ୍କ ବୟସ ପ୍ରାୟ ୫୦ ବର୍ଷ ହେବ। ଭାଇରାଲ ହେଉଥିବା ଏହି ଭିଡିଓରେ ଯେତେବେଳେ ଯୁବତୀଙ୍କୁ ପଚରା ଯାଇଥିଲା ଯେ, ଆପଣ ଦୁହେଁ କିଏ । ସେହି ସମୟରେ ଯୁବତୀ ଜଣକ ସାହସର ସହ କହିଥିଲେ ଯେ ସେ ନିଜ ବାପାଙ୍କୁ ବିବାହ କରିଛନ୍ତି । କେହି ବି ଆମ ସମ୍ପର୍କକୁ ଗ୍ରହଣ କଲେ ନାହିଁ ମଧ୍ୟ କହିଛନ୍ତି । ସମାନ କଥା ତାଙ୍କ ବାପାଙ୍କୁ ପଚରାଯିବାରୁ ସେ ଏଥିରେ ସହମତି ପ୍ରକାଶ କରିଥିଲେ । ପିତା ଜଣକ ମଧ୍ଯ ଏଥିରେ ଲାଜ କରିବାର କିଛି କାରଣ ନାହିଁ ବୋଲି କହି ଆପଣ କେଉଁ ଯୁଗରେ ବଞ୍ଚୁଛନ୍ତି କହିଥିଲେ । ଯାହା ସମସ୍ତଙ୍କୁ ଏବେ ଆଶ୍ଚର୍ଯ୍ଯ କରୁଛି । ସେମାନେ ସମାଜକୁ ନିଜ ସମ୍ପର୍କ ବାବଦରେ ଜଣାଇବା ପାଇଁ ଏ ଭିଡିଓ ବନେଇଛନ୍ତି ବୋଲି ମଧ୍ଯ କହିଛନ୍ତି । 

ଏହି ବାପା-ଝିଅଙ୍କ ବିବାହ ହିନ୍ଦୁ ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଛି । ଉଭୟ ବାପା-ଝିଅ ସହମତିର ସହ ଏ ବିବାହ କରିଥିବା ପ୍ରକାଶ କରିଛନ୍ତି । ତେବେ ଭାଇରାଲ ହେଉଥିବା ଏ ଭିଡିଓରେ ଏ ଦୁହେଁ କେଉଁ ସ୍ଥାନର ସେମାନଙ୍କ ପରିଚୟ କ’ଣ ଏଯାଏଁ ସ୍ପଷ୍ଟ ହୋଇ ନାହିଁ । 

Viral Video Daughter Father Married
Advertisment
Advertisment