Advertisment

Google Map Betrays: ବାଃ.. ବାଃ..ରେ ଗୁଗୁଲ ମ୍ୟାପ୍‌, ଆଉ କେତେ ଧୋକା ଦେବ..!

ବିହାରରୁ ଗୋଆ ଯାଉଥିଲେ ଏକ ପରିବାର । ରାସ୍ତା ନପାଇବାରୁ ନେଇଥିଲେ ଗୁଗଲ୍‌ ମ୍ୟାପ୍‌ର ସାହାଯ୍ୟ । ହେଲେ ଗୁଗୁଲ ମ୍ୟାପ୍‌ ଦେଲା ସାଂଘାତିକ ଧୋକ୍କା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Google Map

Google Map

ପୁଣି ଗୁଲ୍‌ ମ୍ୟାପ୍‌ ଦେଲା ଧୋକା । ଯାତ୍ରୀଙ୍କୁ ପହଞ୍ଚାଇଲା ଜଙ୍ଗଲରେ । ଉପାୟ ନପାଇ ରାତି ସାରା ଘଞ୍ଚ ଜଙ୍ଗଲରେ ରହିଲେ ଯାତ୍ରୀ । କିଛି ଦିନ ପୂର୍ବରୁ ଗୁଗୁଲ ମ୍ୟାପ୍‌ ଯୋଗୁଁ ତିନି ଜଣଙ୍କ ଜୀବନ ଯାଇଥିଲା । ଏହି ଖବର ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଆଉ ଗୁଗୁଲ ମ୍ୟାପ୍‌କୁ ନେଇ ନକରାତ୍ମକ କମେଣ୍ଟସ ଆସିଥିଲା । ସେହି ଘଟଣା ଦେଶବାସୀଙ୍କ ମନରୁ ନଲିଭୁଣୁ ପୁଣି ଗୁଗୁଲ ମ୍ୟାପ୍‌ର ଆଉ ଏକ କାହାଣୀ ସାମ୍ନାକୁ ଆସିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

Advertisment

ବିହାରରୁ ଗୋଆ ଯାଉଥିଲେ ଏକ ପରିବାର । ରାସ୍ତା ନପାଇବାରୁ ନେଇଥିଲେ ଗୁଗଲ୍‌ ମ୍ୟାପ୍‌ର ସାହାଯ୍ୟ । ହେଲେ ଗୁଗୁଲ ମ୍ୟାପ୍‌ ଦେଲା ସାଂଘାତିକ ଧୋକା । ପୂରା ପରିବାରକୁ ନେଇ ଜଙ୍ଗଲରେ ଛାଡ଼ିଦେଲା ଗୁଗୁଲ ମ୍ୟାପ୍‌ । କର୍ଣ୍ଣାଟକରୁ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି । କର୍ଣ୍ଣାଟକର ବେଲାଗାଭି ଜିଲ୍ଲାର ଖାନପୁର ଅଞ୍ଚଳର ଜଙ୍ଗଲରେ ଏମାନଙ୍କୁ ରାତି କଟାଇବାକୁ ପଡିଛି।

ଗନ୍ତବ୍ୟ ସ୍ଥଳରେ ଶୀଘ୍ର ପହଞ୍ଚିବା ପାଇଁ ସର୍ଟକଟ୍‌ ରାସ୍ତା ଜାଣିବାକୁ ଗୁଗୁଲ ମ୍ୟାପ୍‌ର ସାହାଯ୍ୟ ନେଇଥିଲା ପରିବାର । ଏହାପରେ ଜଙ୍ଗଲ ଦେଇ ଏକ ଛୋଟ ରାସ୍ତା ଦେଖାଇଥିଲା ମ୍ୟାପ୍‌ । ଶିରୋଲି ଏବଂ ହେମାଡାଗା ନିକଟ ଜଙ୍ଗଲ ଦେଇ ଏକ ଛୋଟ ମାର୍ଗକୁ ନିର୍ଦ୍ଦେଶ ଦେଇଥିଲା ‌ମ୍ୟାପ୍‌ ।

Advertisment

ଅଧିକ ପଢନ୍ତୁ:ମଥାରୁ ହଟୁନି ଦାଦନ କଳଙ୍କ, ଚାରି ଦିନରେ ଶବ ହୋଇ ଫେରିଲେଣି ଦୁଇ ଭେଣ୍ଡିଆ

ଧିରେ ଧିରେ ପ୍ରାୟ ଆଠ କିଲୋମିଟର ଦୁର୍ଗମ ଜଙ୍ଗଲ ଭିତରେ ପ୍ରବେଶ କରିଥିଲା ପୂରା ପରିବାର। ଶେଷରେ ଆଉ ବାଟ ପାଇନଥିଲେ । ଜଙ୍ଗଲ ଭିତରୁ ମୁଖ୍ୟ ରାସ୍ତାକୁ ବାହାରି ପାରିନଥିଲେ । କେବଳ ସେତିକି ନୁହେଁ, ଜଙ୍ଗଲ ଭିତରେ କିଛି ବାଟ ଯିବା ପରେ ମୋବାଇଲ୍‌ ନେଟ୍‌ଓ୍ୱର୍କ ବି କଟି ଯାଇଥିଲା । ତାପରେ ପୂରା ପରିବାର ନିରୁପାୟ ।

ବାହାରକୁ ବାହାରିବା ପାଇଁ ଅନେକ ଚେଷ୍ଟା କରିଥିଲେ ବି ସଫଳ ହୋଇପାରି ନଥିଲେ। ତେଣୁ ବାଧ୍ୟ ହୋଇ ପୂରା ପରିବାରକୁ ଜଙ୍ଗଲ ଭିତରେ ହିଁ ରାତି ବିତାଇବାକୁ ପଡିଥିଲା। ପରଦିନ ସକାଳେ ୪ କିଲୋମିଟର ଚାଲିବା ପରେ ମୋବାଇଲ୍‌ ନେଟୱାର୍କ ପାଇଥିଲେ। ଏହାପରେ ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ୧୧୨କୁ ଫୋନ କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜଙ୍ଗଲରେ ଫସି ରହିଥିବା ପରିବାରକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା।

କିଛି ଦିନ ପୂର୍ବରୁ ଠିକ୍‌ ଏମିତି ଏକ ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଗୁଗୁଲ ମ୍ୟାପ୍‌ ପାଇଁ ଚାଲିଯାଇଥିଲା ତିନି ଜଣଙ୍କ ଅମୂଲ୍ୟ ଜୀବନ । ଉତ୍ତରପ୍ରଦେଶର ବରେଲି ଏବଂ ବାଦାଉନ୍ ଜିଲ୍ଲା ସୀମାରେ ଏହି ସଡ଼କ ଦୁର୍ଘଟଣା ଘଟିଥିଲା । ବିବାହ ଭୋଜିରେ ଯୋଗ ଦେବା ପାଇଁ ୩ ଜଣ ସାଙ୍ଗ ଗୁରୁଗ୍ରାମରୁ ବରେଲିକୁ କାର ଯୋଗେ ବାହାରିଥିଲେ ।

ଅଧିକ ପଢନ୍ତୁ:ମହାମହିମଙ୍କ ଓଡ଼ିଶା ଗସ୍ତର ଶେଷ ଦିନ, ଅପରାହ୍ଣରେ ଫେରିଯିବେ ଦିଲ୍ଲୀ

ତେବେ ବରେଲି ଯିବା ପାଇଁ ଏମାନେ ଗୁଗୁଲ୍‌ ମ୍ୟାପର ସାହାଯ୍ୟ ନେଇଥିଲେ । ଗୁଗୁଲ୍‌ ମ୍ୟାପ୍‌ ଦର୍ଶାଉଥିବା ରାସ୍ତାରେ ଏହି ୩ ଜଣ ଯାଉଥିଲେ । ତେବେ ଗୁଗୁଲ୍‌ ମ୍ୟାପ୍‌ ଅନୁସାରେ ତିନି ଜଣ ସାଙ୍ଗ କାରକୁ ନେଇ ଏକ ନିର୍ମାଣାଧୀନ ପୋଲ ଉପରେ ଚଢ଼ି ଯାଇଥିଲେ । ପୋଲ ଅଧା ତିଆରି ହୋଇଥିବାରୁ ରାତିରେ ରାସ୍ତା ଦେଖା ଯାଇନଥିଲା । ଫଳରେ ଦ୍ରୁତ ଗତିରେ ଆସୁଥିବା କାର୍‌ଟି ଭାରସାମ୍ୟ ହରାଇ ୫୦ ଫୁଟ୍‌ ତଳକୁ ରାମଗଙ୍ଗା ନଦୀରେ ଖସି ପଡ଼ିଥିଲା । ଆଉ ଘଟଣାସ୍ଥଳରେ ହିଁ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା ।

Google Map
Advertisment
Advertisment