• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରକେଟ୍‌ ସ୍ପିଡ୍‌ରେ ଗୋଟିଏ ନଡିଆ ଗଛ ଉପରକୁ ଚଢୁଛି ଏକ କଲରାପତରିଆ ବାଘ । ଏତେ ସ୍ପିଡ୍‌ରେ ବାଘ ଚଢୁଛି ଯେ ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ କହିବେ ବାଘ କଣ ଏତେ ସ୍ପିଡ୍‌ରେ ଗଛ ଚଢିପାରେ ? ଏହାର ଉତ୍ତର ଆସିବ ହଁ.. ଏଭଳି ଏକ ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ଭିଡିଓ ରେ ଏହି ବାଘ କୌଣସି ସାଧାରଣ ଗଛ ନୁହେଁ ବରଂ ଲମ୍ବ ହୋଇ ଛିଡ଼ା ହୋଇଥିବା ନଡିଆ ଗଛ ଉପରେ ଚଢ଼ୁଛି । ଏହି ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆଉ ପଚାରିଛନ୍ତି ବାଘ କଣ ଗଛ ଚଢିପାରେ ? ବାଘ ଗଛ ଚଢୁଥିବାର ଏହି ଭିଡିଓଟିକୁ ଆଇଏଫଏସ ଅଧିକାରୀ ପରବୀନ କସୱାନ ନିଜ ଟ୍ୱିଟର ହ୍ୟାଣ୍ଡେଲ୍‌ରେ ସେୟାର କରିଛନ୍ତି । ପରବୀନ ଟ୍ୱିଟରରେ ଭିଡିଓ ସେୟାର କରିବା ପରେ ଏବେ ଏହି ଭିଡିଓଟି ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି ।

ସୋସିଆଲ ମିଡିଆ ରେ ପୋଷ୍ଟ ହୋଇଥିବା ଏହି ଭିଡିଓରେ କ୍ୟାପସନ ଦିଆଯାଇଛି କି, ଏ ବିଲେଇ ପ୍ରଜାତିଙ୍କ ଦକ୍ଷତାକୁ ଦେଖ । ଖାଲି ଏତିକି ନୁହେଁ ବରଂ କଲରାପତରିଆ ବାଘମାନେ କୌଣସି ବି ସ୍ଥାନରେ ନିଜକୁ ଖାପ ଖୁଆଇ ଚଳିପାରନ୍ତି ବୋଲି ପରବୀନ କହିଛନ୍ତି । ରାଜସ୍ଥାନର ସୁଖିଲା ଜଙ୍ଗଲରୁ ନେଇ ଉତ୍ତର-ପୂର୍ବର ଉଚ୍ଚା ଜଙ୍ଗଲ ପର୍ଯ୍ୟନ୍ତ ଏମାନେ ସବୁଠି ତିଷ୍ଠି ପାରନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା କଲରାପତରିଆ ବାଘ ଖୁବ ଚତୁର ବୋଲି ପରବୀନ କହିଛନ୍ତି ।

କଲରାପତରିଆ ବାଘମାନେ ସାଧାରଣତଃ ଆଖୁ ଓ ଚା ବଗିଚାରେ ରୁହନ୍ତି । ବିଶେଷ କରି ଚା ବଗିଚାରେ ଏମାନେ ଅଧିକାଂଶ ସମୟରେ ରହୁଥିବା କୁହାଯାଇଛି । ତେବେ ନଡିଆ ଗଛକୁ ଚଢୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।