• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାଃ ବାଃରେ ବାହାଘର । ମନ୍ତ୍ର ପଢୁଥିଲେ ପଣ୍ଡିତ, ଲାପଟପ୍‌ ଧରି ବର କରୁଥିଲା କାମ । ସୋସିଆଲ ମିଡିଆ ରେ ଭାଇରାଲ ହେଲା ଭିଡିଓ । ନିଜ ବାହାଘରକୁ କିଛି ନିଆରା ଓ ଭିନ୍ନ କରିବାକୁ ସମସ୍ତଙ୍କ ଇଚ୍ଛାଥାଏ । କିଏ ଭଲ ଖାଇବା କରିବାକୁ ତ ଆଉ କିଏ ଭଲ ସାଜସଜା କରିବାକୁ ଲକ୍ଷ ରଖିଥାଏ । ତେଣୁ ବାହାଘରକୁ ନେଇ ସମସ୍ତଙ୍କ ମନରେ ଥାଏ କିଛି ଅଲଗା ଭାବନା । ହେଲେ ସାସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଫଟୋକୁ ଦେଖିଲେ ଆପଣ ବି ହସିହସି ବେଦମ ହୋଇଯିବେ । ଆଉ କହିବେ ବାହାଘର ଭଳି ଦିନରେ ଇଏ ଲାପଟପ୍‌ ଧରି ବେଦୀରେ କରୁଛନ୍ତି କଣ ?

ବେଦୀରେ ବ୍ରାହ୍ମଣ ବସିଛନ୍ତି, ମନ୍ତ୍ର ପାଠରେ ପ୍ରକମ୍ପିତ ହେଉଛି ପୂରା ଚାରି ଦିଗ । ହେଲେ ବର ଜଣକ ଲାପଟପ୍‌ରେ ଅଛନ୍ତି ବ୍ୟସ୍ତ । ଆମେ ସମସ୍ତେ ଜାଣନ୍ତି, ମହାମାରୀ କରୋନା କାୟା ବିସ୍ତାର କରିବା ପରେ ‘ୱାର୍କ ଫ୍ରମ୍‌ ହୋମ୍‌’ କନ୍‌ସେପ୍ଟ ଆମ ଦୈନନ୍ଦିନ ଜୀବନ ସହ ଯୋଡ଼ି ହୋଇଯାଇଛି । ଏବେ ବି ଅନେକ ଲୋକ ୱାର୍କ ଫ୍ରମ ହୋମ୍‌ କରୁଛନ୍ତି । ହେଲେ ଜଣେ ବାହାଘର ଦିନ ବେଦୀରେ ବସି କାମ କରିବାର ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା ।

ଅଧିକ ପଢ଼ନ୍ତୁ: ବିବାହ ଦିନ କଫିନ୍‌ରେ ଆସିଲା ବର ! କନିଆ ଛାତିରେ ଛନକା, ଭିଡିଓ ଭାଇରାଲ୍‌

ତେବେ ଫଟୋଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଫଟୋରେ ଦେଖିବାକୁ ମିଳିଛି ଯେ ବ୍ରାହ୍ମଣ ପୂଜା କରି ତାଙ୍କୁ ଆଶୀର୍ବାଦ ଦେଉଛନ୍ତି । ହେଲେ ସେ ତଳକୁ ଚାହିଁ ଲାପ୍‌ଟପ୍‌‌ରେ ନିଜ କାମ କରୁଛନ୍ତି । ଫଟୋଟିକୁ ଇନ୍‌ଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲ୍‌ କାଲ୍‌କାଟା ଇନ୍‌ଷ୍ଟାଗ୍ରାମ୍‌ର୍ସ ଆଇଡିରେ ସେୟା‌ର୍‌ କରାଯାଇଛି । ଏହି ଫଟୋକୁ ଦେଖିବା ପରେ କେହି କେହି ଯୁବକଙ୍କ ପ୍ରଶଂସା କରିବା ବେଳେ ଅନେକ ଲୋକ ତାଙ୍କୁ ସମାଲୋଚନା କରିଛନ୍ତି । ତେବେ ବାହା ବେଦୀରେ ବସି ଲାପ୍‌ଟପ୍‌ରେ କାମ କରିବା ଘଟଣାକୁ ନେଇ ଏବେ ଭାରି ଚର୍ଚ୍ଚା ।