• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆରମ୍ଭ ହୋଇଯାଇଛି ବିବାହ ଋତୁ । କିଣାବିକା ଠାରୁ ଆରମ୍ଭ କରି ପ୍ରି ୱେଡିଂ ଫଟୋସୁଟ୍ ଓ ଭେନ୍ୟୁ ସିଲେକ୍ସନ୍‌ ଜୋରସୋରରେ ଚାଲିଛି । ଆଉ ଏପରି ସମୟରେ କିଛି ଲୋକ ବିବାହକୁ ସ୍ମରଣୀୟ କରିବା ପାଇଁ ଅଜବ ଉପାୟ ଆପଣାଉଥିବା ଦେଖିବାକୁ ମିଳୁଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଜଣେ ଯୁବକ ବିବାହ ଦିନ ଏକ କଫିନ୍‌ରେ ପହଞ୍ଚିଛନ୍ତି । ଆଉ ଏହାଦେଖି କନ୍ୟା ଓ ଉପସ୍ଥିତ ଅତିଥି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଏବେ ସେହି ସମୟର ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳୁଛି, ବିବାହ ଉତ୍ସବରେ ଅତିଥିଙ୍କର ଭିଡ଼ ଜମିଛି । ଆଉ ଏହି ସମୟରେ ଘଟଣାସ୍ଥଳରେ ଏକ ଟ୍ରକରେ ପହଞ୍ଚେ ବର । ହେଲେ ସାଧାରଣ ବାହାଘର ପରି ନୁହେଁ, ଭିନ୍ନ ଶୈଳୀରେ ଥିଲା ତାଙ୍କର ଏଣ୍ଟ୍ରି । ଛଅରୁ ସାତ ଜଣ ସାଙ୍ଗ ପ୍ରଥମେ ଟ୍ରକରୁ ଏକ କଫିନ ବାହାର କରନ୍ତି । ବିବାହ ମଣ୍ଡପରେ କଫିନ୍‌ ଦେଖି ସମସ୍ତଙ୍କ ଛାତିରେ ଛନକା ପଶେ ।

ହେଲେ ସବୁ ଅପେକ୍ଷାର ଅନ୍ତ ଘଟାଇ କିଛି ସେକେଣ୍ଡ ପରେ କଫିନରୁ ବାହାରି ଆସେ ବର । ଏହାଦେଖି ଅତିଥିମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଆଉ ଧୀରେ ଧୀରେ ସବୁ କଥା ସ୍ପଷ୍ଟ ହୋଇଯାଏ ।

ସବୁ କଥା ଜାଣିବା ପରେ ଅତିଥିମାନେ ଫଟୋ ଉଠାଇବା ପାଇଁ କଫିନ୍‌ ସାମ୍ନାରେ ପୋଜ୍‌ ଦିଅନ୍ତି । ତେବେ ଏସବୁ ପରେ ବି କିଛି ଭୟାତୁର ଦେଖାଯାଉଥିବା ବେଳେ ଆଉ କିଛି ନିଜ ହସ ରୋକିପାରୁ ନଥିଲେ । ତେବେ ଭାରତରେ ଟିକଟକ ନିଷେଧ ଥିବାରୁ ଏହି ଭିଡିଓ ପୋଷ୍ଟ କରାଯାଇ ପାରୁନାହିଁ ।

ଏହି ଭିଡିଓଟିକୁ ଏବେ ସୁଦ୍ଧା ୮୦ ଲକ୍ଷରୁ ଅଧିକ ଭ୍ୟୁ ମିଳିଛି । କିଛି ୟୁଜରକୁ ଘଟଣାଟି ମଜାଳିଆ ଲାଗିଥିବା ବେଳେ ଏଥିରେ ନିଜର ଅସହମତି ପ୍ରକାଶ କରିଛନ୍ତି । ବିବାହ ପରି ପବିତ୍ର ବନ୍ଧନ ପାଇଁ ଏହା ଅତ୍ୟନ୍ତ ଅସମ୍ମାନ ବୋଲି କିଛି ୟୁଜର କହୁଛନ୍ତି ।